ବୁଗୁଡା ବ୍ଲକ ବିଜେଡି ପକ୍ଷରୁ ବନ୍ଧୁ ମିଳନ ଓ ସକ୍ରିୟ କର୍ମୀ ସମ୍ମିଳନୀ

ବୁଗୁଡା,(ଅନିଲ କୁମାର ମହାରଣା): ବୁଗୁଡା ବ୍ଲକ ଅନ୍ତର୍ଗତ ମା’ ଶାଙ୍କୁଳେଇ ପୀଠରେ ଜାନୁୟାରୀ ୨୭ ତାରିଖ ଦିନ ବୁଗୁଡା ବ୍ଲକ ବିଜେଡିର କର୍ମକର୍ତ୍ତା, ସକ୍ରିୟ ସଭ୍ୟ ଓ ଲୋକପ୍ରତିନିଧି ମାନଙ୍କୁ ନେଇ ଏକ ବନ୍ଧୁମିଳନ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ଏହି କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ପୋଲସରା ବିଧାୟକ ତଥା ଗଞ୍ଜାମ ଜିଲ୍ଲା ଯୋଜନା ବୋର୍ଡ଼ ଅଧ୍ୟକ୍ଷ ଶ୍ରୀକାନ୍ତ ସାହୁ ଯୋଗ ଦେଇଥିବା ବେଳେ ବୁଗୁଡା ବ୍ଲକ ବିଜେଡି ସଭାପତି ମଦନ ଗୋପାଳ ଦୋରା, ଜିଲ୍ଲା ପରିଷଦ ସଦସ୍ୟ ରେବତୀ ମୋହନ ନାୟକ, ବ୍ଲକ ଅଧ୍ୟକ୍ଷା ମାମି ସେନାପତି , ଜିଲ୍ଲା ପରିଷଦ ସଦସ୍ୟା ଭୁବନେଶ୍ୱରୀ ଖଟେଇ, ଜିଲ୍ଲା ପରିଷଦ ସଦସ୍ୟ ଅଶୋକ କୁମାର ସେଠୀଙ୍କ ସମେତ ଦଳୀୟ ସରପଞ୍ଚ, ସମିତି ସଭ୍ୟ, ସମସ୍ତ ସକ୍ରିୟ ସଭ୍ୟ ଯୋଗଦେଇ ଥିଲେ । ବ୍ଲକ ଉପାଧ୍ୟକ୍ଷ ଟୁକୁନା ସ୍ବାଇଁଙ୍କ ତତ୍ତ୍ୱାବଧାନରେ ଅନୁଷ୍ଠିତ ଏହି ବନ୍ଧୁ ମିଳନ ଓ କର୍ମୀ ସମ୍ମିଳନୀରେ ପ୍ରାୟ ଆଠ ଶହରୁ ଉର୍ଦ୍ଧ୍ବ କର୍ମୀ ଓ ନେତା ଯୋଗଦେଇ ଥିଲେ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ