ହରମୋହନ ମହାପାତ୍ର ସ୍ମାରକୀ କ୍ରିକେଟ ଟୁର୍ଣ୍ଣାମେଣ୍ଟ ;ପଞ୍ଚାୟତ ପ୍ରତିନିଧି ଦଳକୁ ହରାଇ ବ୍ଲକ କର୍ମଚାରୀ ସଂଘ ବିଜୟୀ
ଭଣ୍ଡାରିପୋଖରୀ,(ଦୁର୍ଯ୍ୟୋଧନ ଲେଙ୍କା): ଭଣ୍ଡାରିପୋଖରୀ ବ୍ଲକ ବୟାଁବନାପୁର ପଞ୍ଚାୟତ ଚନ୍ଦ୍ରଭାନୁପୁର ଖେଳ ପଡିଆ ଠାରେ ଅନୁଷ୍ଠିତ ହେଉଥିବା ଚତୁର୍ଥ ଆନ୍ତଃଜିଲ୍ଲା ହରମୋହନ ମହାପାତ୍ର ସ୍ମାରକୀ କ୍ରିକେଟ ଟୁର୍ଣ୍ଣାମେଣ୍ଟର ଆଜି ଏକ ବନ୍ଧୁତ୍ୱାପୂର୍ଣ୍ଣ ପ୍ରତିଯୋଗିତା ଦେଖିବାକୁ ମିଳିଥିଲା । ନିର୍ବାଚିତ ପଞ୍ଚାୟତ ପ୍ରତିନିଧି ଓ ବ୍ଲକ କର୍ମଚାରୀ ସଂଘଙ୍କ ମଧ୍ୟରେ ଉକ୍ତ ବନ୍ଧୁତାପୂର୍ଣ୍ଣ ମ୍ୟାଚ ଅନୁଷ୍ଠିତ ହୋଇଥିଲା । ପ୍ରଥମେ ଭଣ୍ଡାରିପୋଖରୀ ବ୍ଲକ କର୍ମଚାରୀ ସଂଘ ବ୍ୟାଟିଂ କରି ନିର୍ଦ୍ଧାରିତ ୨୦ଓଭରରେ ୧୭୧ରନ ସଂଗ୍ରହ କରିଥିଲା । ଦଳପକ୍ଷରୁ ମାନସ ସାମଲ ୨୧ଟିବଲରୁ ୫୫ରନ ସଂଗ୍ରହ କରିଥିବାବେଲେ ପ୍ରତିପକ୍ଷ ବୋଲର ଦିପ୍ତିସୂର୍ଯ୍ୟ ବିଶ୍ୱାଳ ୪ଓଭର ବୋଲିଂ କରି ୩୦ରନ ଦେଇ ୪ଉଇକେଟ ଅକ୍ତିଆର କରିଥିଲେ । ୧୭୨ରନର ବିଜୟ ଲକ୍ଷ୍ୟ ନେଇ ପଞ୍ଚାୟତ ପ୍ରତିନିଧି ଦଳ ବ୍ୟାଟିଂ ଆରମ୍ଭ କରିଥିବାବେଳେ ୨୦ଓଭରରେ ସମସ୍ତ ଉଇକେଟ ହରାଇ ୧୬୭ରନ ସଂଗ୍ରହ କରି ପରାଜୟ ବରଣ କରିଥିଲା । ଦଳପକ୍ଷରୁ ବ୍ୟକ୍ତିଗତ ଲଳିତ କୁମାର ରାଉତ ୧୫ଟି ବଲରୁ ୪୩ରନ ସଂଗ୍ରହ କରିଥିବାବେଳେ ପ୍ରତିପକ୍ଷ ବୋଲର ଅଲେଖ ଦାସ ୪ଓଭରରେ ୧୭ରନ ଦେଇ ୪ଉଇକେଟ ଅକ୍ତିଆର କରିଥିଲେ । ଆୟୋଜିତ ପୁରସ୍କାର ବିତରଣ କାର୍ଯ୍ୟକ୍ରମରେ ବିଡିଓ ବିଜୟ କୁମାର ସାହୁ ଯୋଗଦେଇ ଦୁଇଦଳର ଖେଳାଳିଙ୍କୁ ଉତ୍ସାହିତ କରିଥିବାବେଳେ ସର୍ବାଧିକ ରନ କରିଥିବା ମାନସ ସାମଲଙ୍କୁ ମ୍ୟାନ ଅଫ ଦି ମ୍ୟାଚ ଭାବେ ପୁରସ୍କୃତ କରିଥିଲେ । ଖେଳରେ ଅମ୍ପେୟାର ଭାବେ ସତ୍ୟବ୍ରତ ଚନ୍ଦ ଓ ରାମଚନ୍ଦ୍ର ଦାସ ଖେଳ ପରିଚାଳନା କରିଥିବାବେଳେ ସ୍କୋରର ଭାବେ ଶୋଭନ ଶଙ୍ଖୁଆ ଓ ଭାଷ୍ୟକାର ବାବେ ସୁବ୍ରତ ପାତ୍ର ସମସ୍ତ କାର୍ଯ୍ୟ ସମ୍ପାଦନ କରିଥିଲେ ।


