ନିର୍ବାଚନ ପୂର୍ବରୁ ଗଡିଲା ମୁଣ୍ଡ
(ବିଜେପୁର)-ବିଜେପୁର ଉପନିର୍ବାଚନ କୁ ଆଉ ହାତଗଣତି କିଛି ଦିନ ବାକି ଅଛି । ଏଥି ପାଇଁ ଜିଲ୍ଲା ପ୍ରଶାସନ ସୁରକ୍ଷା ବ୍ୟବସ୍ଥାକୁ କଡାକଡି କରିଥିଲେ ମଧ୍ୟ ଏହାକୁ ନେଇ ଏବେ ସାଧାରଣରେ ଉଠିଛି ପ୍ରଶ୍ନ । ଗତ ୧୨ ତାରିଖରୁ ନିଖୋଜ ଥିବା ବ୍ଲକ ସଂଯୋଜକ ତରଣିସେନ ମହଲାଙ୍କ ମୃତଦେହ ଉଦ୍ଧାର ହୋଇଛି ବିଜେପୁର ଡମ୍ପିୟାର୍ଡ ଭିତରୁ ।ଏନେଇ ପରିବାର ଲୋକ ହତ୍ୟା ଅଭିଯୋଗ ଆଣିଛନ୍ତି । ସେ ବ୍ଲକ ସଂଯୋଜକ ଭାବେ କାର୍ୟ୍ୟକରୁଥୁଲେ । ଏବଂ ତାଙ୍କ ଘର ହେଉଛି ଗାଇସିଲଟ ବ୍ଲକ ଅନ୍ତଗର୍ତ ନୂଆପାଲି ଗାଁ ରେ । ଅଭିଯୋଗ ହେବାପରେ ବିଜେପୁର ଓ ଗାଇସିଲଟ ପୁଲିସ ଘଟଣାର ତଦନ୍ତ ଆରମ୍ଭ କରି ହତ୍ୟା ସନ୍ଦେହରେ ୩ ଜଣଙ୍କୁ ଅଟକ ରଖିଛି ।


