ଗଛ ପାଲଟୁଛି ଆସବାବ

କିଏ ଗଛ ଲଗାଏ ଫଳ ଖାଇବା ପାଇଁ ତ ପୁଣି କିଏ ଗଛ ଲଗାଏ ଛାଇ ଟିକେ ପାଇବା ପାଇଁ । ମାତ୍ର ଗ୍ୟାଭିନ୍ ମୁନ୍‌ରୋ ଏବଂ ଆଲାଇସ୍ ମୁନ୍‌ରୋ ଗଛ ଲଗାଉଛନ୍ତି ଗଛକୁ ଭିନ୍ନ ଭିନ୍ନ ଆକୃତି ଦେବା ପାଇଁ । ତାହା ପୁଣି ଚେୟାର, ଟେବୁଲ ଆଉ ଖଟର ଆକାର । ସେଥିଲାଗି ସେମାନେ ଦୁଇ ଏକର ଜାଗାରେ ଗଛ ଲଗେଇବା ଆରମ୍ଭ କରିଦେଇଛନ୍ତି । ସେତିକି ନୁହେଁ, ଗଛ ସବୁ ବଢ଼ିବା ଆରମ୍ଭ କରୁ କରୁ ତାହାକୁ ଚେୟାର, ଟେବୁଲ, ବେଞ୍ଚ, ଖଟ ଭଳି ବଢ଼ାଉଛନ୍ତି । ସେସବୁର ଆକାରରେ ଗଛଗୁଡ଼ିକ ଯେପରି ବଢ଼ିପାରିବ ଆଉ ଏକାଧିକ ଗଛକୁ ମିଶାଇ ଯେମିିତି ଗୋଟିଏ ଆସବାବ କରାଯାଇପାରିବ ତାହାର ବ୍ୟବସ୍ଥା କରୁଛନ୍ତି । ଗ୍ୟାଭିନ୍ ଓ ଆଲାଇସ୍‌ଙ୍କ କହିବା ଅନୁଯାୟୀ, ବର୍ତ୍ତମାନର ବିଶ୍ୱ ଏକ ଘଡ଼ିସନ୍ଧି ମୁହୂର୍ତ୍ତ ମଧ୍ୟ ଦେଇ ଗତିକରୁଛି । ଗ୍ରୀନ୍ ହାଉସ୍ ଗ୍ୟାସ ଆମର ବାୟୁମଣ୍ଡଳକୁ କବଳିତ କରିସାରିଲାଣି । ଏଭଳି ପରିପ୍ରେକ୍ଷୀରେ କେହି ଯଦି ଜୀବ ଜଗତକୁ ବଞ୍ଚାଇପାରେ ତା’ହେଲେ ତାହା ହେଉଛି ଗଛ । ତେଣୁ ଗଛକୁ କାଟି ସେଥିରୁ ଟେବୁଲ, ଚେୟାର, ଖଟ ଆଦି କରିବା ହେଉଛି ସବୁଠାରୁ ବୋକାମୀ । ନିଜର ସୁଖ ପାଇଁ ଗୋଟିଏ ୬୦ବର୍ଷର ଗଛକୁ ମାରିଦେବାର କିଛି ମାନେ ନ ଥାଏ । ସେଥିଲାଗି ସେମାନଙ୍କର ଏହି ଅଭିଯାନ । ଦୁଇ ତିନୋଟି ଗଛ ମିଶିଗଲେ ହୋଇଯିବ ଗୋଟିଏ ଚେୟାର । ମୁକ୍ତବାୟୁ ମଣ୍ଡଳରେ ସେ ଚେୟାର ରହିବ । ଚେୟାର ହୋଇ ବି ଅମ୍ଳଜାନ ଯୋଗାଇବ । ବିଶ୍ୱକୁ ସଚେତନ କରିବା ପାଇଁ ତାଙ୍କର ଏହି ପ୍ରୟାସ ଆରମ୍ଭ ବୋଲି କହିଛନ୍ତି ବ୍ରିଟେନ୍‌ର ଏହି ଦମ୍ପତି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ