ଲ୍ୟୁକୋଡର୍ମା କଣ୍ଢେଇ

ଭିଟିଲିଗୋ ବା ଲ୍ୟୁକୋଡର୍ମା ଏକ ଏଭଳି ଚର୍ମରୋଗ ଯେଉଁଥିରେ ଚର୍ମର କିଛି କିଛି ଭାଗର ପିଗମେଣ୍ଟ ବା ବର୍ଣ୍ଣ କୋଷିକା ମୃତ କିମ୍ବା କାର୍ଯ୍ୟ କରିବାରେ ଅସମର୍ଥ ହୋଇ ଧଳା ଧଳା ଚିହ୍ନ ହୋଇଯାଏ । ଏଭଳି ହେବାର କାରଣ ଏ ପର୍ଯ୍ୟନ୍ତ ଜଣାପଡ଼ିନାହିଁ । ହେଲେ ଏଥିରେ ଆକ୍ରାନ୍ତ ବ୍ୟକ୍ତିଙ୍କୁ ସମାଜ ଏକ ଭିନ୍ନ ଦୃଷ୍ଟିରେ ଦେଖିଥାଏ । ବ୍ରାଜିଲର ୬୪ ବର୍ଷୀୟ ଜୋଆଓ ଷ୍ଟାଙ୍ଗନେଲି ମଧ୍ୟ ଏହି ରୋଗରେ ଆକ୍ରାନ୍ତ । ସେ ଚାକିରିରୁ ଅବସର ନେବା ପରେ କିଛି ହବି ଆପଣେଇ ସମୟ ଅତିବାହିତ କରିବାକୁ ଚାହିଁଲେ । ଆଉ ସେ ଉଲ୍ ଓ କ୍ରୁସ୍‌ରେ ବୁଣାବୁଣି ଆରମ୍ଭ କଲେ । ଯଦିଓ ପ୍ରଥମେ ଏହା କଷ୍ଟ ଅନୁଭବ ହୋଇଥିଲା, ପରେ ସେ ଏହାର ପ୍ରେମରେ ପଡିଗଲେ । ଆଉ କ୍ରୁସ୍‌ବୁଣା କଣ୍ଢେଇ ତିଆରି କରିବାକୁ ଲାଗିଲେ । ପ୍ରଥମ କଣ୍ଢେଇଟି ସେ ନିଜ ନାତୁଣୀକୁ ଦେବା ପାଇଁ ତିଆରି କରିଥିଲେ । ଆଉ ତା’କୁ ଖାସ୍ କରିବା ପାଇଁ କଣ୍ଢେଇକୁ ନିଜ ଭଳି ଲ୍ୟୁକୋଡର୍ମାରେ ଆକ୍ରାନ୍ତ ଲୁକ୍ ଦେଲେ । ଯେଉଁଥିରେ ଧଳା ପ୍ୟାଚ୍ ଥିଲା । ଏହା ପରେ ସେ ଏଭଳି ଅନେକ କଣ୍ଢେଇ ତିଆରି କଲେ । ଉଦ୍ଦେଶ୍ୟ ଥିଲା ଏହି ରୋଗରେ ଆକ୍ରାନ୍ତ ପିଲାମାନେ ଏଭଳି କଣ୍ଢେଇ ଦେଖି ଖୁସି ହେବେ ଓ ନିଜ ସ୍ଥିତିକୁ ନେଇ ମନ ଦୁଃଖ କରିବେନାହିଁ । ଏବେ ତାଙ୍କର ଏହି କଣ୍ଢେଇର ଅନଲାଇନ୍‌ରେ ବହୁତ ଡିମାଣ୍ଡ ଅଛି । ଜୋଆଓ ଏବେ କେବଳ ଲ୍ୟୁକୋଡର୍ମା କଣ୍ଢେଇ ତିଆରି କରୁନାହାନ୍ତି, ବରଂ ହ୍ୱିଲଚେୟାରରେ ବସିଥିବା କଣ୍ଢେଇ ଏବଂ ବିଭିନ୍ନ ଶାରୀରିକ ଅକ୍ଷମ ଥିବା କଣ୍ଢେଇ ମଧ୍ୟ ତିଆରି କରୁଛନ୍ତି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ