କୁକୁଡ଼ାଙ୍କ ପାଇଁ ସ୍ୱେଟର
ପାଖେଇ ଆସିଲାଣି ଶୀତଋତୁ । ଏହି ଋତୁରେ ମଣିଷ ସ୍ୱେଟର ପିନ୍ଧି ପ୍ରବଳ ଥଣ୍ଡାରୁ ରକ୍ଷା ପାଇଯାଆନ୍ତି । କେବେ ଭାବିଛନ୍ତି ଘରେ ଥିବା ପେଟ୍ ବା ପୋଷା ଜୀବଜନ୍ତୁଙ୍କୁ କିଭଳି ସୁରକ୍ଷା ଦେବେ । ବ୍ରିଟିଶ କଲମ୍ବିଆରେ ରହୁଥିବା ମୌରିନ୍ ସ୍କିମ୍ଡ୍ଙ୍କ ମା’ ଏହି କଥା ଚିନ୍ତା କରି ଘରେ ଥିବା କୁକୁଡ଼ାଙ୍କ ପାଇଁ ତିଆରି କରିଛନ୍ତି ସ୍ୱେଟର । ଏହି ରଙ୍ଗବେରଙ୍ଗର ସ୍ୱେଟର ପିନ୍ଧି କୁକୁଡ଼ା ଶୀତରୁ ରକ୍ଷା ପାଇବା ସହ ବେଶ୍ ସୁନ୍ଦର ବି ଦେଖାଯାଆନ୍ତି । ସେ ଉକ୍ତ ସ୍ୱେଟରକୁ ଏଭଳି ତିଆରି କରିଛନ୍ତି ଯେ, ତାଙ୍କ ମୁଣ୍ଡ ଓ ଡେଣା ସେଥିରେ ବାନ୍ଧି ହୋଇ ରହିବ ନାହିଁ । ଆଉ ସେଥିରେ ବଟନ୍ ସିଷ୍ଟମ୍ ବି ଅଛି । ଫଳରେ ଆରାମରେ ପିନ୍ଧେଇ ଓ ବାହାର କରି ହେବ ।


