ପୋଲ୍କା ଡଟ୍ ବେବି ଜେବ୍ରା
ଜେବ୍ରା, ଦେହସାରା ଧଳାରଙ୍ଗର ଷ୍ଟ୍ରାଇପ୍ ଥିବା ସୁନ୍ଦର ପ୍ରାଣୀ । ହେଲେ ନିକଟରେ କେନିଆର ମାସାଇ ମାରା ନ୍ୟାଶନାଲ ରିଜର୍ଭରେ ଦେଖିବାକୁ ମିଳିଛି ଏକ ଅଦ୍ଭୁତ ଜେବ୍ରା ଛୁଆ । ଯାହାର ଫଟୋ ଓ ଭିଡିଓ ସୋସିଆଲ୍ ମିଡିଆରେ ଭାଇରାଲ ହେବାରେ ଲାଗିଛି । କାରଣ ଉକ୍ତ ଜେବ୍ରା ଛୁଆର ଶରୀରରେ ଧଳାରଙ୍ଗର ପଟି ଭଳି ଦାଗ ନ ଥାଇ ଅଛି ହରିଣଙ୍କ ପରି ପୋଲ୍କା ଡଟ୍ ଦାଗ । ପାମେଲା ଲେମିନ୍ ଯେ କି ଜଣେ ୱାଇଲ୍ଡ ଲାଇଫ୍ ସ୍ପେଶାଲିଷ୍ଟ କହନ୍ତି, ବୋଧହୁଏ ଜେବ୍ରା ଛୁଆଟି ମେଲାନିଜମ୍, ଯାହାକି ଅଲ୍ୱିନିଜମ୍ର ବିପରୀତ ରୋଗରେ ଆକ୍ରାନ୍ତ । ତାଙ୍କ କହିବାନୁସାରେ ଏଭଳି ଜେବ୍ରା ୬ ମାସରୁ ଅଧିକ ସମୟ ବଞ୍ଚି ନ ଥାଆନ୍ତି । ସେ ଯାହା ବି ହେଉ ଏହି ଜେବ୍ରା ଛୁଆଟି ଅନେକଙ୍କ ହୃଦୟ ଜିଣିସାରିଛି ।


