ହଲିଉଡ୍‌ରେ ସୁନୀଲ୍ ଶେଟ୍ଟୀ

ବଲିଉଡରେ ନିଜର ଏକ ସ୍ୱତନ୍ତ୍ର ଛବି ତିଆରି କରିବା ପରେ ସଫଳ ହାଇଥିବା ସୁନୀଲ୍ ଶେଟ୍ଟୀ ଏବେ ଏକ ହଲିଉଡ୍ ଫିଲ୍ମ କରୁଛନ୍ତି । ଫିଲ୍ମଟିର ନାଁ “କଲ୍ ସେଣ୍ଟର୍‌’? ଏଥିରେ ସେ ଜଣେ ପଞ୍ଜାବୀ ପୁଲିସ୍ ଅଫିସର ଭୂମିକାରେ ଅଭିନୟ କରୁଛନ୍ତି ।
ଏହି ଫିଲ୍ମଟି ଏକ ସତ ଘଟଣା ଉପରେ ଆଧାରିତ । ଏହା ଏକ କଲ୍ ସେଣ୍ଟରରେ ହୋଇଥିବା କୋଟି କୋଟି ଟଙ୍କାର ଘୋଟାଲାକୁ ନେଇ ତିଆରି ହେଉଛି । ଫିଲ୍ମଟି ସେହି କଲ୍ ସେଣ୍ଟରରେ କାମ କରୁଥିବା ୪ ଜଣ ବ୍ୟକ୍ତିଙ୍କୁ ନେଇ ତିଆରି ହେଉଛି, ଯେଉଁମାନେ ଏକ ଆମେରୀକିୟ କମ୍ପାନୀରୁ ୩୮୧ ମିଲିୟନ (ପାଖାପାଖି ୨୭୦୧ କୋଟି ଟଙ୍କା) ହଡ଼ପ କରିଥିଲେ । ଏହି ମାମଲାର ଯାଞ୍ଚ ଆମେରିକୀୟ ପୁଲିସ୍ କରୁଥିଲା । ତେବେ ଏହି କେସର ସମାଧାନ କରିଥିଲେ ଜଣେ ଭାରତୀୟ ଶିଖ୍ ପୁଲିସ୍ ଅଧିକାରୀ । ଆଉ ସେହି ଶିଖ୍ ପୁଲିସ୍ ଅଧିକାରୀଙ୍କ ଚରିତ୍ରରେ ସୁନୀଲ ଶେଟ୍ଟୀ ଅଭିନୟ କରୁଛନ୍ତି ।
ଫିଲ୍ମର ସୁଟିଂ ଆରମ୍ଭ ହୋଇଗଲାଣି । ଫିଲ୍ମରେ ସୁନୀଲଙ୍କ ଲୁକ୍ ମଧ୍ୟ ସାମ୍ନାକୁ ଆସିଗଲାଣି । ଚଳିତ ବର୍ଷର ଶେଷ ସୁଦ୍ଧା ଫିଲ୍ମର ଶୁଟିଂ ସରିଯିବ । ଫିଲ୍ମଟି ହିନ୍ଦୀ ଓ ତେଲୁଗୁରେ ମଧ୍ୟ ଡବିଂ ହେବ । ଏଥିରେ ସୁନୀଲଙ୍କର ଜବରଦସ୍ତ ଆକ୍ସନ ସିନ୍ ଦେଖିବାକୁ ମିଳିବ ବୋଲି ଜଣାପଡ଼ିଛି । ଏହାର ନିର୍ଦ୍ଦେଶନା ଦେଇଉଛନ୍ତି ଜେଫ୍ରୀ ଚିନ୍ ।
ସୂଚନାଯୋଗ୍ୟ, ନିକଟରେ ସୁନୀଲ ଫିଲ୍ମ “ପହଲବାନ୍‌’ରୁ କନ୍ନଡ଼ ସିନେମାରେ ଡେବ୍ୟୁ କରିଛନ୍ତି । ଆଗକୁ ତାଙ୍କର ୨ଟି ବଲିଉଡ୍ ଫିଲ୍ମ “ହେରାଫେରୀ-୩’ ଓ “ମୁମ୍ବାଇ ସାଗା’ ଆସୁଛି । ଏହା ବ୍ୟତୀତ ସେ ରଜନୀକାନ୍ତଙ୍କ ତେଲୁଗୁ ଫିଲ୍ମ “ଦରବାର୍‌’ ଓ ମାଲାୟଲମ୍ ଫିଲ୍ମ “ମରାକ୍କର୍‌: ଦ ଲାୟନ୍ ଏଫ୍ ଆରବିଆନ୍ ସି’ରେ ମଧ୍ୟ ନଜର ଆସିବେ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ