ସରକାରୀ ଆଇଟିଆଇରେ ଆପ୍ରେଂଟିସ ଆଲୋଚନାଚକ୍ର

ହିଞ୍ଜିଳିକାଟୁ, (ଶେଷଦେବ ସାହୁ): ହିଂଜିଳିକାଟୁ ବ୍ଳକ ଚିଲିମା ସ୍ଥିତ ସରକାରୀ ଶିଳ୍ପ ତାଲିମ ଅନୁଷ୍ଠାନରେ ମଙ୍ଗଳବାର ଆପ୍ରେଂଟିସ ଆଲୋଚନାଚକ୍ର  କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ଏହି ଅବସରରେ ଆଇଟିଆଇ ପରିସରରେ ଅନୁଷ୍ଠାନର ଅଧ୍ୟକ୍ଷ ଅମୁଲ୍ୟ କୁମାର ପଣ୍ଡାଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ବୈଠକରେ ମୁଖ୍ୟ ଅତିଥି ଭାବେ ଜିଲ୍ଲା ଶିଳ୍ପକେନ୍ଦ୍ର ଜେନେରାଲ ମ୍ୟାନେଜର ଗୌରୀମୋହନ ସିଂ ଯୋଗଦେଇ ଆନୁଷ୍ଠାନିକ ଭାବେ ଶୁଭ ଉଦଘାଟନ କରିଥିଲେ । ସମ୍ମାନୀତ ଅତିଥି ଭାବେ ଜିଲ୍ଲା କର୍ମ ନିୟୋଜନ ସଂସ୍ଥା, ଛତ୍ରପୁରର ସହକାରୀ ଆଂଚଳିକ ନିର୍ଦ୍ଦେଶକ ଆର.ଏମ. ଖିଲାନା, କଙ୍କୋରଡ଼ା ଶ୍ରୀରାମ ଷ୍ଟିଲ୍ସର ରିଚାଳକ ରବିନ୍ଦ୍ର ପଟ୍ଟନାୟକ, ଶେରଗଡ଼ ସରକାରୀ ଶିଳ୍ପ ତାଲିମ ଅନୁଷ୍ଠାନର ଅଧ୍ୟକ୍ଷ ଇଂ. ଉମାକାନ୍ତ ପଟ୍ଟନାୟକ, ବ୍ରହ୍ମୁର ବିକାଶ ପ୍ଲାଷ୍ଟିକ ପରିଚାଳକ ଶୁଭ୍ରାଂଶୁ ନାୟକ ପ୍ରମୁଖ ଯୋଗଦେଇ ଶିକ୍ଷାର୍ଥୀ ମାନଙ୍କୁ ଆେୁରର ସହକାରୀ ଆଂଚଳିକ ନିର୍ଦ୍ଦେଶକ ଆର.ଏମ. ଖିଲାନା, କଙ୍କୋରଡ଼ା ଶ୍ରୀରାମ ଷ୍ଟିଲ୍ସର ପରିଚାଳକ ରବିନ୍ଦ୍ର ପଟ୍ଟନାୟକ, ଶେରଗଡ଼ ସରକାରୀ ଶିଳ୍ପ ତାଲିମ ଅନୁଷ୍ଠାନର ଅଧ୍ୟକ୍ଷ ଇଂ. ଉମାକାନ୍ତ ପଟ୍ଟନାୟକ, ବ୍ରହ୍ମପୁର ବିକାଶ ପ୍ଳାଷ୍ଟିକର ପରିଚାଳକ ଶୁଭ୍ରାଂଶୁ ନାୟକ ପ୍ରମୁଖ ଯୋଗଦେଇଥିଲେ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ