ଭାରତ-ବାଂଲାଦେଶ ସୀମାନ୍ତରେ ବିଏସ୍‌ଏଫ୍‌ ଯବାନଙ୍କ ଉପରେ ଆକ୍ରମଣ, ପାଲଟା ଜବାବରେ ଜଣେ ମୃତ

ନୂଆଦିଲ୍ଲୀ: ତ୍ରିପୁରା ଦକ୍ଷିଣ ଜିଲ୍ଲାର ବେଲୋନିଆ ଅନ୍ତର୍ଗତ ସୀମା ଆଉଟପୋଷ୍ଟ ବୀର ସିଂରେ ଅନ୍ତର୍ଜାତୀୟ ସୀମାରେ ପାଟ୍ରୋଲିଂ ଡ୍ୟୁଟି ସମୟରେ ବିଏସ୍‌ଏଫ୍‌ ଯବାନଙ୍କ ଉପରେ ଆକ୍ରମଣ ଘଟିଛି ଏବଂ ବିଏସ୍ଏଫ୍‌ର ପାଲଟା ଜବାବରେ ଜଣେ ବ୍ୟକ୍ତି ନିହତ ହୋଇଥିବା ସୂଚନା‌ ରହିଛି। ସୀମାନ୍ତରେ ଏହି ଘଟଣା ସୋମାବାର ପୂର୍ବାହ୍ନ ୧୦.୫୫‌ରେ ଘଟିଥିବା ସୂଚନା ରହିଛି। ପ୍ରାୟ ୭ରୁ ୮ ଜଣ ବ୍ୟକ୍ତି ଅନ୍ତର୍ଜାତୀୟ ସୀମା ବାଡ଼କୁ ଭାଙ୍ଗି ଗୋଚାଲାଣ ଉଦ୍ୟମ କରୁଥିବା ବିଏସ୍‌ଫ ସୂଚନା ପାଇବା ପରେ ସେମାନଙ୍କୁ ରୋକିବାକୁ ଚେଷ୍ଟା କରିଥିଲା। ଜାଣିବାକୁ ମିଳିଛି ଯେ ବିଏସ୍‌ଏଫ୍‌ ଏ ସଂପର୍କରେ ସୂଚନା ପାଇ ଉକ୍ତ ୭-୮ ଜଣଙ୍କୁ ରୋକାବାକୁ ଚେଷ୍ଟା କରିବାରୁ ସେମାନେ ଓଲଟା ବିଏସ୍‌ଏଫ୍‌ ଯବାନଙ୍କ ଉପରେ ହିଂସାତ୍ମକ ଆଚରଣ ଦେଖାଥିଲେ। ସେମାନେ ଯବାନଙ୍କ ଉପରେ ଲାଠି ପ୍ରୟୋଗ କରି ଆକ୍ରମଣ କରିଥିଲେ। ଏପରିକି ଜଣେ ବିଏସ୍‌ଏଫ୍ ଯବାନ ଗୁରୁତର ଆହତ ମଧ୍ୟ ହୋଇଥିଲେ। ତାହାର ଜବାବ ଦେବାକୁ ଯାଇ ଯବାନମାନେ କରିଥିବା ଆକ୍ରମଣରେ ଜଣେ ୨୨ ବର୍ଷୀୟ ଯୁବକଙ୍କର ମୃତ୍ୟୁ ଘଟିଛି। ଆତ୍ମରକ୍ଷା ପାଇଁ ବିଏସ୍‌ଏଫ୍‌ ଏପରି ପାଲଟା ଆକ୍ରମଣ କରିଥିବା ସୂଚନା ରହିଛି। ମୃତକ ଜଣକ ହେଉଛନ୍ତି ଜସ୍‌ମିନ୍‌ ମିଆଁ। ସେ ବିଏସ୍‌ଏଫ୍‌ ଯବାନଙ୍କ ଆକ୍ରମଣରେ ଗୁରୁତର ହେବା ପରେ ତାଙ୍କୁ ପିଏଚ୍‌ସି ହ୍ରିସ୍ୟାମୁଖରେ ଭର୍ତ୍ତି କରାଯାଇଥିଲା। ପରବର୍ତ୍ତୀ ମୁହୂର୍ତ୍ତରେ ତାଙ୍କୁ ବେଲାନିଆ ସବ୍‌ଡିଭିଜିନାଲ୍‌ ହସ୍ପିଟାଲ୍‌ରେ ଭର୍ତ୍ତି କରାଯାଇଥିଲା। ସେଠାରେ ଚିକିତ୍ସାଧୀନ ଅବସ୍ଥାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଛନ୍ତି। ଏହାକୁ ନେଇ ପୁଲିସ୍‌ ଷ୍ଟେସନ୍‌ରେ ଏକ ମାମଲା ରୁଜୁ ହୋଇଛି। ଏହି ଘଟଣାର ତଦନ୍ତ ପାଇଁ ବିଏସ୍‌ଏଫ୍ ପକ୍ଷରୁ ବିଭାଗୀୟ ତଦନ୍ତ ନିର୍ଦ୍ଦେଶ ହୋଇଛି।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ