ଉତ୍କଳ ଗୌରବ କୁଳବୃଦ୍ଧ ମଧୁସୂଦନ ଦାସଙ୍କର ଚିରୋଧାନ ଦିବସ ପାଳିତ

ଧାମନଗର,(ସନ୍ତୋଷ କୁମାର ପ୍ରଧାନ)ଓଡ଼ିଶା ମାଟିର ସୁସନ୍ତାନ,ମହାନ ସ୍ୱାଧୀନତା ସଂଗ୍ରାମୀ , ଓଡ଼ିଆ ଭାଷା ଆନ୍ଦୋଳନର ମୁଖ୍ୟ ପୁରୋଧା ତଥା ଓଡ଼ିଶାର ପ୍ରଥମ ବାରିଷ୍ଟର ଉତ୍କଳ ଗୌରବ କୁଳବୃଦ୍ଧ ମଧୁସୂଦନ ଦାସଙ୍କର ଚିରୋଧାନ ଦିବସରେ ଧାମନଗର ଠାରେ ମଧୁବାବୁ ସ୍ମୃତି ପରିଷଦ ଟ୍ରଷ୍ଟର ଉଦଘାଟନୀ ହୋଇଯାଇଛି। ପ୍ରଥମେ ପ୍ରଶାନ୍ତ ମହାପାତ୍ରଙ୍କ କରୋନା ମହମାରିରେ ମୃତ୍ୟୁ ହୋଇଥିଲା। ତାଙ୍କରି ଉଦ୍ଧେଶ୍ୟରେ ୨ମିନିଟ ନିରବ ପ୍ରାଥନା ଓ ପରେ ବନ୍ଧେ ଉତ୍କଳ ଜନନୀ ସଙ୍ଗୀତ ଗାନ କରି ଅମରେନ୍ଦ୍ର ମହାନ୍ତିଙ୍କ ସଭାପତିତ୍ୱରେ ସଭା ପରିଚାଳନା ହୋଇଥିଲା। ଏହି ଅବସରେ ମୁଖ୍ୟ ଅତିଥି ଧାମନଗର ବିଧାୟକ ବିଷ୍ଣୁ ସେଠି ,ସଂମାନିତ ଅତିଥି ଅଶୋକ କୁମାର ନାୟକ,ଅଭୟ ଦିବେଦୀ,ବରନ୍ୟ ବକ୍ତା ସଂଗ୍ରାମ ଆଚାଯ୍ୟ ,ଉଚ୍ଚତମ ନ୍ୟାଳୟା ଓଡିଶାର ଆଇନଯିବି ପ୍ରଶାନ୍ତ ବିଶ୍ୱାଳ,ପବନ କୁମାର ଶର୍ମା ଥିବାବେଳେ ବହୁ ବୁଦ୍ଧିଜୀବୀ, ସାମ୍ବାଦିକ,ସହିତ୍ୟକାର ବହୁ ମାନ୍ୟଗନ ବ୍ୟକ୍ତି ପ୍ରମୁଖ ଉପସ୍ଥିତ ରହିଥିଲେ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ