ବିଜେଡି ଦଳର ବନ୍ଧୁ ମିଳନ କାର୍ଯ୍ୟକ୍ରମ ଅନୁଷ୍ଠିତ

ଆର.ଉଦୟଗିରି, (ଦେବାଶିଷ କାର୍ଜି): ଆଜି ତା. 05/02/21 ରିଖ ଶୁକ୍ରବାର ଦିନ ଗଜପତି ଜିଲ୍ଲା ମୋହନା ନିର୍ବାଚନ ମଣ୍ଡଳୀ ର ରା. ଉଦୟଗିରି ବ୍ଲକ୍ ଅନ୍ତର୍ଗତ ଶିଆଳିଲଟି ଗ୍ରାମ ପଂଚାୟତ ର ମଛଘରା ରେ ଏକ ବନ୍ଧୁ ମିଳନ କାର୍ଯ୍ୟକ୍ରମ ଆୟୋଜନ କରାଯାଇଥିଲା !ଯେଉଁ ଠାରେକି ପୁର୍ବତନ ଏସ ଡି ସି ଅଧକ୍ଷ ଅନ୍ତ୍ରଜ୍ୟାମି ଗମାଙ୍ଗ , ଆର.ଉଦୟଗିରି ବ୍ଲକ ବିଜୁଜନତା ଦଳର ସଭାପତି ଭୀମ ପାଇକ , ବ୍ଲକ୍ ଅଧକ୍ଷା ଅମିତା ମଣ୍ଡଳ , ଓ ରାମଗିରି ଅଞ୍ଚଳରେ ଘରେ ଘରେ ପ୍ରିୟ ଭାଜନ ହୋଇଥିବ ରାମଗିରି ଜୋନ ଜିଲ୍ଲା ପରିଷଦ ସଭ୍ୟା ସୁପ୍ରଭା ମଣ୍ଡଳ , ମହାନ ଜନ ନାୟକ ଓ ବରିଷ୍ଠ BJD ନେତା ଓ ପୂର୍ବତନ ଜିଲ୍ଲା ପରିଷଦ ଜଗବନ୍ଧୁ ଦାସ‌ , ଜିଲ୍ଲା ଯୁବ ସାଧରଣ ସମ୍ପାଦକ ରାଜୁ ରଣସିଂହ ନାୟକ , ବ୍ଲକ୍ ଯୁବ ସଭାପତି ତାପସ ବାବୁ ଏବଂ ଜିଲ୍ଲା ଯୁବ ସମ୍ପାଦକ ମନୋଜ ମାଳି , ତଥା ଅନେକ ଦଳୀୟ ସରପଞ୍ଚ , ସମିତି , ୱାର୍ଡ ମେମ୍ବର ସମେତ ଅନେକ ବିଜୁ ପ୍ରେମି ବନ୍ଧୁଗଣ ଉକ୍ତ କାର୍ଯ୍ୟକ୍ରମ ରେ ଯୋଗଦାନ କରି ଆଗାମୀ ତ୍ରିସ୍ତରୀୟ ପଞ୍ଚାୟତ ନିର୍ବାଚନକୁ ଆଖି ଆଗରେ ରଖି ସ୍ଥାନିୟ ଆର.ଉଦୟଗିରି ବ୍ଲକକୁ ପୁର୍ବ ପରୀ ଓଡ଼ିଶାର ମୁଖ୍ୟମନ୍ତ୍ରୀ ନବୀନ ବାବୁଙ୍କ ଅଧିକାରରେ ରଖି ତାଙ୍କରି ହାତ ମୁଠା କୁ ସୁଦୃଢ କରିବା ନିମନ୍ତେ ନିଷ୍ପତି ନେଇଥିଲେ ଉକ୍ତ ସଭାରେ |

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ