ଆସାମରେ ସାନ୍ନା ଧର୍ମ କୋଡ଼ ଆନ୍ଦୋଳନକାରୀଙ୍କ ଉପରେ ଆକ୍ରମଣ ନେଇ ଆଦିବାସୀ ସେଙ୍ଗେଲ ଅଭିଯାନ ପକ୍ଷରୁ ରାଇରଙ୍ଗପୁରରେ ଆସାମ ମୁଖ୍ୟମନ୍ତ୍ରୀଙ୍କ କୁଶପୁତ୍ତଳିକା ଦାହ
ରାଇରଙ୍ଗପୁର,(ଅକ୍ଷୟ କୁମାର ବିଶ୍ୱାଳ): ଗତ ଜାନୁଆରୀ ୩୧ ତାରିଖରେ ସାନ୍ନା ଧର୍ମ କୋଡ଼ ୨୦୨୧ ଜନଗଣନାରେ ସାମିଲ ଦାବି ନେଇ ବିହାର, ପଶ୍ଚିମବଙ୍ଗ, ଝାଡ଼ଖଣ୍ଡ,ଓଡ଼ିଶା,ଆସାମରେ ବନ୍ଦ ଡାକରା ଦିଆଯାଇଥିଲା ।ହେଲେ ସବୁଠି ଆନ୍ଦୋଳନ ଶାନ୍ତିପୁର୍ଣଥିବାବେଳେ ଆସାମ ସରକାର ଆନ୍ଦୋଳନକାରୀ ନିଜର ହକ୍ ପାଇଁ ଲଢ଼ୁଥିବା ୩୫ ପୁରୁଷ ଏବଂ ୧୦ ମହିଳାଙ୍କ ଉପରେ ପୋଲିସ ସହାୟତାରେ ବର୍ବୋଚିତ ମରଣାନ୍ତକ ଆକ୍ରମଣ କରିଥଲେ । ଯେଉଁମାନେ ଆଜି ପର୍ଯ୍ୟନ୍ତ ଆଘାତ ପ୍ରାପ୍ତ ଅଛନ୍ତି ।ଏହାର ପ୍ରତିବାଦରେ ରାଷ୍ଟ୍ରୀୟ ଆଦିବାସୀ ନେତା ସାଲଖାନ ମୁର୍ମୁଙ୍କ ନିର୍ଦ୍ଦେଶନାରେ ଦେଶକ୍ରମେ ଆଦିବାସୀ ସେଙ୍ଗଲ ଅଭିଯାନ ପକ୍ଷରୁ ରାଇରଙ୍ଗପୁର ପଣ୍ଡିତ ରଘୁନାଥ ମୁର୍ମୁ ଛକରେ ଫାଶିବାଦୀ, ଏକଛତ୍ରବାଦୀ ବିଜେପି ସରକାର ଆସାମ ମୁଖ୍ୟମନ୍ତ୍ରୀ ସର୍ବାନଦ ସୁନୁଓ୍ବାଲଙ୍କ ଶୁକ୍ରବାର ପୂର୍ବାହ୍ନରେ କୁଶପୁତ୍ତଳିକା ଦାହ କରାଯାଇଥିଲା ।ଏହି କୁଶପୁତ୍ତଳିକା ଦାହ କାର୍ଯ୍ୟକ୍ରମରେଅଦିବାସୀ ସେଙ୍ଗେଲ ଅଭିଯାନର କାଳୁରାମ ମୁର୍ମୁ, ମହିଳା ନେତ୍ରୀ ମାଲହ ମାର୍ଣ୍ଡି, ବସନ୍ତ କିସ୍କୁ,ଚନ୍ଦନ ସୋରେନ, ସିଦ୍ଧେଶ୍ୱର ମୁର୍ମୁ,ଉଦୟ ମାର୍ଣ୍ଡି,ବାଢା ଟୁଡୁ,କିସୁନ ମାଝୀ,ବାରିସା ସୋରେନ, କୁଆଁର ଟୁଡୁ,ସୁନିଲ ମୁର୍ମୁ, ଲାଲମୋହନ ମୁର୍ମୁ,ସାରାଇ ମୁର୍ମୁ,ଶାଙ୍ଖାଇ ବାସ୍କେ ପ୍ରମୁଖ ସାମିଲ ହୋଇଥିଲେ ।


