ଟ୍ରକ ଧକ୍କାରେ ମହିଳା ମୃତ
ବ୍ରହ୍ମପୁର,(ଯୁଗାବ୍ଦ ନ୍ୟୁଜ୍): ଗଂଜାମ ଜିଲ୍ଳା ଗୋଳନ୍ଥରା ଥାନା ୧୬ ନମ୍ବର ଜାତୀୟ ରାଜଥରେ ବୁଧବାର ସକାଳେ ଟ୍ରକ୍ ଧକ୍କାରେ ଜଣେ ବୃଦ୍ଧାଙ୍କର ମୃତ ଘଟିଛି । ମୃତକ ଜଣକ ରିଚୟ ଚିକରଡା ଗ୍ରାମର କନକ ବେହେରା ବୋଲି ଜଣାପଡିଛି । ମିଳିଥିବା ସୂଚନା ଅନୁଯାୟୀ ଆଜି ସକାଳେ ପନିପରିବା ବିକ୍ରି ପାଇଁ ରାସ୍ତ।।ର ହେଉଥିବା ସମୟରେ ଏକ ଦ୍ରୁତ ଗତିରେ ଆସୁଥିବା ଟ୍ରକ ଧକ୍କା ଦେଇଥିଲା । ଘଟଣା ସ୍ଥଳରେ ହିଁ କନକଙ୍କର ୍ରାଣ ବାୟୁ ଉଡିଯାଇଥିଲା । ଏହା ପରେ ଗ୍ରାମବାସୀ ଉତ୍ୟକ୍ତ ହୋଇ ରାସ୍ତାରେ ଟାୟାର ଜାଳି ରାସ୍ତା ଅବରୋଧ କରିଥିଲେ । ଏଥିସହ ଏଭଳି ଘଟଣା ସ୍ଥଳରେ ବାରମ୍ବାର ଦୂର୍ଘଟଣା ଘଟୁଥିବାରୁ ଗ୍ରାମବାସୀ ରାସ୍ତା ଅବରୋଧ କରିବା ସହିତ ମୃତକଙ୍କ ପରିବାରଙ୍କୁ ୨ ଲକ୍ଷ ଟଙ୍କାର ଆର୍ଥିକ ରାଶି ମୃତକଙ୍କ ପରିବାରଙ୍କୁ ଦେବା ସହ ଓଭରବ୍ରିଜ୍ ନିର୍ମାଣ କରିବା ନିମନ୍ତେ ଦାବି କରିଥିଲେ । ଦୀର୍ଘ ଘଟଣା ସ୍ଥଳରେ ତହସିଲଦାର , ୋଲିସ ଫୋର୍ସ , ଉପଜିଲ୍ଲ।।ଳ , ଓ ବ୍ରହ୍ମୁର ଏସପି ଘଟଣା ସ୍ଥଳରେ ପହଞ୍ଚି ଲୋକମାନଙ୍କୁ ବୁଝାସୁଝା ପରେ ଆନ୍ଦୋଳନରୁ ଓହରିଥିଲେ ।


