ହିଞ୍ଜିଳିରେ ଜୀବନିନ୍ଦୁ କାର୍ଯ୍ୟକ୍ରମ,  ୩୨୪ ୟୁନିଟ ରକ୍ତ ସଂଗୃହିତ

ହିଞ୍ଜିଳିକାଟୁ,  (ଶେଷଦେବ ସାହୁ): ହିଞ୍ଜିଳି ବିଧାୟକ ତଥା ରାଜ୍ୟ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ୭୩ ତମ ଜନ୍ମଜୟନ୍ତି ପାଳନ ଅବସରରେ ସାରା ରାଜ୍ୟରେ ଶାସକ ବିଜୁଜନତା ଦଳ ପକ୍ଷରୁ ଆୟୋଜିତ ଜୀବନ  ବିନ୍ଦୁ କାର୍ଯ୍ୟକ୍ରମ । ଏହି ପରିପ୍ରେକ୍ଷୀରେ ରାଜ୍ୟ ମୁଖିଆଙ୍କ ଗଡ଼ ହିଂଜିଳି ବ୍ଳକ ଶାସନଆମ୍ବଗାଁ  ଓ ପୌରାଂଚଳରେ ଜୀବନ  ବିନ୍ଦୁ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ଶାସନଆମ୍ବଗାଁ ଗ୍ରାମ ପଂଚାୟତ କାର୍ଯ୍ୟାଳୟ ପରିସରସ୍ଥ ଭାରତ ନିର୍ମାଣ ରାଜୀବ ଗାନ୍ଧୀ ସେବାକେନ୍ଦ୍ର ପରିସରରେ ଅନୁଷ୍ଠିତ କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ମୁଖ୍ୟମନ୍ତ୍ରୀଙ୍କ ଡ଼ିଆରଡ଼ିଏ ପ୍ରତିନିଧି ଶରତ ଚନ୍ଦ୍ର ମହାପାତ୍ର ଯୋଗଦେଇ କାର୍ଯ୍ୟକ୍ରମର ଶୁଭ ଉଦଘାଟନ କରିଥିଲେ । ଅନୁରୂପ ଭାବେ ହିଂଜିଳିକାଟୁ ପୌରାଂଚଳ ହିଂଜିଳି ନେତାଜୀ କଲ୍ୟାଣ ମଣ୍ଡପ ଠାରେ ନଗର ବିଜେଡ଼ି ପକ୍ଷରୁ ଆୟୋଜିତ କାର୍ଯ୍ୟକ୍ରମକୁ ମୁଖ୍ୟମନ୍ତ୍ରୀଙ୍କ ଡ଼ିଆରଡ଼ିଏ ପ୍ରତିନିଧି ମହାପାତ୍ର ଯୋଗଦେଇ କାର୍ଯ୍ୟକ୍ରମର ଶୁଭ ଉଦଘାଟନ କରିଥିଲେ । ଶାସନ ଅମ୍ବଗାଁ ସ୍ୱେଛାକୃତ  ରକ୍ତଦାନ ଶିବିରରେ  ୧୯୦ ୟୁନିଟ ରକ୍ତ ସଂଗୃହୀତ ହୋଇଥିଲା । ଉକ୍ତ କାର୍ଯ୍ୟକ୍ରମରେ ବ୍ରହ୍ମପୁର ରକ୍ତ ଭଣ୍ଡାରର ଡ଼ାକ୍ତର ରଶ୍ମିତା ପାଣିଗ୍ରାହୀ, ଲକ୍ଷ୍ମି ନୃସିଂହ ମାଝି, ଚିନ୍ମୟ ବେହେରା, ଚନ୍ଦ୍ରଶେଖର ଗୌଡ଼, ନାଗଭୂଷଣ ପ୍ରଧାନ, ଅଜିତ କୁମାର ଡ଼ାକୁଆ ପ୍ରମୁଖ ରକ୍ତ ସଂଗ୍ରହ କାର୍ଯ୍ୟକ୍ରମରେ ସହଯୋଗ କରିଥିଲେ । ସେହିପରି ହିଂଜିଳିକାଟୁ ପୌରାଂଚଳ ହିଂଜିଳି ନେତାଜୀ କଲ୍ୟାଣ ମଣ୍ଡପ ଠାରେ ଆୟୋଜିତ ସ୍ୱେଛାକୃତ  ରକ୍ତଦାନ ଶିବିରରେ  ୧୩୪ ୟୁନିଟ ରକ୍ତ ସଂଗୃହୀତ ହୋଇଥିଲା । ହିଂଜିଳିକାଟୁ ପୌରାଂଚଳ ଓ ବ୍ଳକର ଶାସନ ଆମ୍ବଗାଁ ଉଭୟ ରକ୍ତଦାନ ଶିବିରରେ ମୋଟ ୨୩୪ ୟୁନିଟ ରକ୍ତ ସଂଗୃହୀତ ହୋଇଥିଲା ।  ଉକ୍ତ କାର୍ଯ୍ୟକ୍ରମରେ ବ୍ରହ୍ମପୁର ରକ୍ତ ଭଣ୍ଡାରର ଡ଼ାକ୍ତର ସଶ୍ମିତା ବେହେରା, ସୁଚିସ୍ମିତା ମଲ୍ଲିକ, ଚରଣ ଦେହୁରୀ, ନନ୍ଦ ଗୋପାଳ ସିଂହଦେଓ, ବାବୁଲି ବେହେରା, ଭଗବାନ ବରଡ଼, ସୁଶାନ୍ତ କୁମାର ପାଣିଗ୍ରାହୀ, ପଂଚାନନ ସେଠି, ରାଜିବ କୁମାର ବିଷୋୟୀ ଓ ଅଚ୍ୟୁତାନନ୍ଦ ରାଉତରାୟ ପ୍ରମୁଖ ରକ୍ତ ସଂଗ୍ରହ କାର୍ଯ୍ୟକ୍ରମରେ ସହଯୋଗ କରିଥିଲେ । ଉକ୍ତ କାର୍ଯ୍ୟକ୍ରମରେ ବ୍ଳକ ଅଧ୍ୟକ୍ଷ ଏନ. ରଘୁନାଥ, ମୁଖ୍ୟମନ୍ତ୍ରୀଙ୍କ ବ୍ଳକ ପ୍ରତିନିଧି ସୁରେନ୍ଦ୍ର ନାଥ ପ୍ରଧାନ, ପୌରାଂଚଳ ପ୍ରତିନିଧି ସଂଜୟ କୁମାର ପଣ୍ଡା, ସମାଜସେବୀ ଡ଼ି. ବିଶ୍ୱନାଥ, ଆତ୍ମା ଅଧ୍ୟକ୍ଷ ଏ. ସୁଦର୍ଶନ, ଯୁବ ବିଜେଡ଼ି ସଭାପତି ମନୋଜ ସାବତ, ରାମହରି ଶର୍ମା, ଅଜୟ କୁମାର ମହାରଣା, ପୌରାଂଚଳ ବିଜେଡ଼ି ସଭାପତି ଭୀମସେନ ବେହେରା, ପୂର୍ବତନ ଉପନଗରପାଳ ପବିତ୍ର ମୋହନ ପାଣିଗ୍ରାହୀ, ପୂର୍ବତନ ପୌର ଉପାଧ୍ୟକ୍ଷ ସୁବାଷ ଚନ୍ଦ୍ର ପୋଲାଇ, ସମାଜସେବୀ ଶୈଳେନ୍ଦ୍ର ଚୌଧୁରୀ, ଯୁବ ବିଜେଡ଼ି ସମ୍ପାଦକ ପ୍ୟାରୀ ମୋହନ ପାଢି, ଛାତ୍ର ବିଜେଡ଼ି ସଭାପତି ରିଙ୍କୁ ପଣ୍ଡା, ପୂୂର୍ବତନ ନଗରପାଳ ଶିବରାମ ଗୌଡ଼, ସନ୍ତୋଷ କୁମାର ମହାରଣା, କୋରାମଣି ରାଉଳ, ସୁଶାନ୍ତ କୁମାର ପ୍ରଧାନ, ନକୁଳ ସେଠି, ମାନସ ରଂଜନ ବେହେରା, ଯୁଧିଷ୍ଟିର ସ୍ୱାଇଁ,  ପୋଚିଲିମା ସରଂପଚ ଭାଣ୍ଡି ରବିନ୍ଦ୍ର, ଶାସନ ଆମ୍ବଗାଁ ସରଂପଚ ସଙ୍ଗିତା ସାହୁ, ସମିତି ସଭ୍ୟା ରଂଜିତା ସାବତ, ଲଡ଼ୁ ବେହେରା, କାଳିଆ ସାହୁ, ରୋହିତ ପ୍ରଧାନ, କୃଷ୍ଣ ପାଣିଗ୍ରାହୀ, ସୁଂଧାଶୁ ଶେଖର ସାହୁ, ପ୍ରମୋଦ ମହାନ୍ତି, ଜିଲ୍ଲା ପରିଷଦ ସଭ୍ୟ ଅଜିତ କୁମାର ପାତ୍ର, ଦୁର୍ଗା ମାଧବ ମହାନ୍ତି, ନିଳାଂଚଳ ପାଢି, ଶିବରାମ ସାବତ, ଜି. ମୋହନ, ଲକ୍ଷ୍ମଣ ଗୌଡ଼, ଅଶୋକ ପଣ୍ଡା, ରଘୁନାଥ ବେହେରାଙ୍କ ସମେତ ବହୁ ସରଂପଚ, ସମିତି ସଭ୍ୟ, ୱାର୍ଡ଼ ସଭ୍ୟ, ସଭ୍ୟା ଉପସ୍ଥିତ ରହି କାର୍ଯ୍ୟକ୍ରମ ପରିଚାଳନାରେ ସହଯୋଗ କରିଥିଲେ ।ହିଂଜିଳିକାଟୁ ଉପଖଣ୍ଡ ଚିକିତ୍ସାଳୟର ଭାରପ୍ରାପ୍ତ ଚିକିତ୍ସାଧିକାରୀ ଡ଼ାକ୍ତର ପ୍ରତିଭା ପାତ୍ର,  ଏବିଡ଼ିଓ ଧରଣୀଧର ଭୁୟାଁ, ପିଇଓ ପ୍ରତାପ ସାହୁ, ଏସ.ରାଜେଶ ରାଓ, ଅଶ୍ୱିନି ସାହୁ, ବାସୁଦେବ ବେହେରା, ରାଜେନ୍ଦ୍ର କୁମାର ପଟ୍ଟନାୟକ, ଦିବ୍ୟସିଂହ ନାୟକ, ଭୀମସେନ ବାରିକ, ବି. ହରି, ନବୀନ ମହାରଣା, ପୌର ପରିଷଦର ମାନସ ରଂଜନ ଦାଶ, ଦିଲଏ୍‌ଲିପ କୁମାର ମିଶ୍ର, ଅଭିରାମ ସାହୁ, ଇ. କିଶାନ କୁମାର ପାତ୍ର, ଭାସ୍କର ସାହୁ ବିବେକୋନନ୍ଦ ମହାପାତ୍ର, କୌଳାଶ ଚନ୍ଦ୍ର ସାବତଙ୍କ ସମେତ ବହୁ ଗ୍ରାମ ରୋଜଗାର ସେବକ  ଉପସ୍ଥିତ ଥିଲେ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ