ବୁଗୁଡ଼ାରେ ୧୧୦ ଜଣରୁ ୧୦୮ ଜଣଙ୍କୁ ଟୀକା
ବୁଗୁଡା,(ଅନିଲ କୁମାର ମହାରଣା): ବୁଗୁଡ଼ାରେ ଦ୍ଵିତୀୟ ପର୍ଯ୍ୟାୟ କୋଭିଡ ଟିକାଦାନର ପ୍ରଥମ ଦିନ ଫେବୃଆରୀ ୬ ତାରିଖ ଦିନ ୧୧୦ ଜଣଙ୍କୁ ଟୀକା ଦେବାକୁ ନିଷ୍ପତ୍ତି ନିଆଯାଇଥିବା ବେଳେ ୧୦୮ ଜଣ ଟୀକା ନେଇଛନ୍ତି । ବୁଗୁଡା ତହସିଲ, ବୁଗୁଡା ବ୍ଲକ ଓ ବୁଗୁଡା ପୋଲିସ ଥାନା ର ଅଧିକାରୀ ଓ କର୍ମଚାରୀ ମିଶାଇ ୧୧୦ ଜଣଙ୍କୁ ଦ୍ଵିତୀୟ ପର୍ଯ୍ୟାୟର ପ୍ରଥମ ଦିନ ଦେବାକୁ ନିଷ୍ପତ୍ତି ହୋଇ ଥିବା ବେଳେ କୋଭୋଡ଼ ଟିକାଦାନର ନୋଡାଲ ଅଫିସର ତହସିଲଦାର ସଂଗ୍ରାମ କେଶରୀ ଜେନା, ବୁଗୁଡା ବିଡ଼ିଓ ତନ୍ମୟ ପାତ୍ର ଓ ପୋଲିସ ଅଧିକାରୀ ବୃନ୍ଦଙ୍କ ସମେତ ତିନି କାର୍ଯ୍ୟାଳୟର କର୍ମଚାରୀ ବୃନ୍ଦ ମୋଟ ୧୦୮ ଜଣ କୋଭିଡ ଟୀକା ଦେଇଥିଲେ । ବୁଗୁଡା ଥାନା ଆଇଆଇସି ଚିତ୍ତରଞ୍ଜନ ବେହେରା ଅନ୍ୟତ୍ର କାର୍ଯ୍ୟରେ ଚାଲିଯାଇଥିବା ଯୋଗୁଁ ଟୀକା ଦେଇପାରି ନାହାଁନ୍ତି । ଦ୍ଵିତୀୟ ପର୍ଯ୍ୟାୟ ରେ ତିନି ଦିନରେ ୨୬୫ ଜଣଙ୍କୁ କୋଭିଡ ଟୀକା ଦେବାକୁ ସ୍ଥିର ହୋଇଥିବା ବେଳେ ପ୍ରଥମ ଦିନ ୧୦୮ ଜଣ ଦେଇଥିବା ବେଳେ ଅବଶିଷ୍ଟ ୧୫୭ ଜଣ ଦ୍ଵିତୀୟ ଓ ତୃତୀୟ ଦିନରେ ଟୀକା ନେବେ । ଦ୍ଵିତୀୟ ଦିନର ଟୀକା ଦାନ ଫେବୃୟାରୀ ୮ ତାରିଖରେ ବୁଗୁଡା ଏନଏସିର ଅଧିକାରୀ ଓ କର୍ମଚାରୀ ବୃନ୍ଦଙ୍କ ସହ ପାଞ୍ଚାୟତ ଲୋକ ପ୍ରତିନିଧି ଓ ପାଞ୍ଚାୟତ କର୍ମଚାରୀ ବୃନ୍ଦଙ୍କୁ ଦିଆଯିବ ବୋଲି ନୋଡାଲ ଅଫିସର ଶ୍ରୀ ଜେନା ପ୍ରକାଶ କରିଛନ୍ତି । ଆଜିର ଟିକାଦାନ କାର୍ଯ୍ୟ ବୁଗୁଡା ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ର ମେଡ଼ିକାଲ ଅଫିସର ଡାକ୍ତର ଶୁଭାଶିଷ ପାଣିଗ୍ରାହୀଙ୍କ ପ୍ରତ୍ୟକ୍ଷ ତତ୍ତ୍ୱାବଧାନରେ ପ୍ରଦାନ କରାଯାଇଥିବା ବେଳେ କୌଣସି ବ୍ୟକ୍ତିଙ୍କ ପାର୍ଶ୍ୱପ୍ରତିକ୍ରିୟା ଦେଖା ଯାଇନାହିଁ ।