ଭଞ୍ଜନଗର ବ୍ଳକ ସି.ଆର୍.ସି.ସି ସଂଘ ତରଫରୁ ବନ୍ଧୁମିଳନ କାର୍ଯ୍ୟକ୍ରମ ଓ ସ୍ବାଗତ ସମ୍ବର୍ଦ୍ଧନା ସଭା

ଭଞ୍ଜନଗର,(ସନ୍ତୋଷ କୁମାର ଜେନା): ଗତ ଶୁକ୍ରବାର ତା-05.02.2021 ଅପରାହ୍ଣରେ ଭଞ୍ଜନଗର ବ୍ଳକ ସି.ଆର୍.ସି.ସି ସଂଘ ତରଫରୁ ବି.ଇ.ଓ ଅଫିସରେ ଯୋଗ ଦେଇଥିବା ନୂତନ ଏ.ବି.ଇ.ଓ ଜଗବନ୍ଧୁ ଜେନା ଏବଂ ବଡକୋଦଣ୍ଡା ଜବାହର ଉଚ୍ଚ ବିଦ୍ୟାଳୟର ନୂତନ ପ୍ରଧାନ ଶିକ୍ଷକ ସନ୍ତୋଷ ଜେନା ଙ୍କୁ ସ୍ବାଗତ ସମ୍ବର୍ଦ୍ଧନା ଜ୍ଞାପନ କରାଯାଇଥିଲା | ଏହି ଅବସରରେ ଆୟୋଜିତ ବନ୍ଧୁମିଳନ କାର୍ଯ୍ୟକ୍ରମରେ ବି.ଇ.ଓ ଏସ୍. ଧନଞ୍ଜୟ ମୁଖ୍ୟ ଅତିଥି ରୂପେ ଯୋଗ ଦେଇ ଉଭୟଙ୍କୁ ସମ୍ବର୍ଦ୍ଧନା ପ୍ରଦାନ କରିଥିଲେ | ଅନ୍ୟତମ ଅତିଥି ରୂପେ ବି.ଆର୍.ସି.ସି ହୃଷିକେଶ ସ୍ବାଇଁ ତଥା ଅନ୍ୟତମ ଏ.ବି.ଇ.ଓ ସୂର୍ଯ୍ୟ ନାଇକ ମଧ୍ୟ ମଞ୍ଚାସୀନ ଥିଲେ | ସି.ଆର୍.ସି.ସି ସଂଘର ସଭାପତି ଭଗବାନ ଭୂୟାଁ, ସଂପାଦକ ନାରାୟଣ ମହାପାତ୍ରଙ୍କ ସମେତ ସମସ୍ତ ଷୋହଳ ଜଣ ସି.ଆର୍.ସି.ସି ଓ ବି.ଇ.ଓ ଅଫିସ ଷ୍ଟାଫ ଉପସ୍ଥିତ ରହି ସହଯୋଗ କରିଥିଲେ | ଏହି ଅବସରରେ ଦୀର୍ଘ ଦିନରୁ ଖାଲି ପଡିଥିବା ଦଦରାଲୁଣ୍ଡା କ୍ଳଷ୍ଟରେ ନୂତନ ସି.ଆର୍.ସି.ସି ରୂପେ ଯୋଗ ଦେଇଥିବା କେ. ନବଗୋଛା ଉଚ୍ଚ ପ୍ରାଥମିକ ବିଦ୍ୟାଳୟର ଶିକ୍ଷକ ସୁରେନ୍ଦ୍ର ପ୍ରଧାନଙ୍କୁ ମଧ୍ୟ ସ୍ବାଗତ କରାଯାଇଥିଲା | ଶେଷରେ ହରିଗଡ ସି.ଆର୍.ସି.ସି ମନୋଜ କୁମାର ପାଳ ଧନ୍ୟବାଦ ଅର୍ପଣ କରିଥିଲେ |

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ