ବାଞ୍ଛାନିଧି ଦାସ ଶ୍ରୀମତୀ ଦେବୀ ଚାରିଟେବୁଲ ଟ୍ରଷ୍ଟର ବାର୍ଷିକ ଉତ୍ସବ

କେନ୍ଦ୍ରାପଡା,(ଚିତ୍ତରଞ୍ଜନ ଦାସ): ବଡହାଟସ୍ଥିତ ବାଞ୍ଛାନିଧି ଦାସ ଓ ଶ୍ରୀମତୀ ଦେବୀ ଚାରିଟେବୁଲ ଟ୍ରଷ୍ଟର ୧୧ତମ ବାର୍ଷିକ ଉତ୍ସବ ସ୍ଥାନୀୟ ପୌରସଂସ୍ଥା ଟାଉନହଲ ପରିସରରେ ଅନୁଷ୍ଠିତ ହୋଇଯାଇଛି । ଟ୍ରଷ୍ଟର ମୁଖ୍ୟ ସଂଯୋଜକ ପ୍ରଦୀପ କୁମାର ମହାନ୍ତିଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏହି ଉତ୍ସବରେ ଅତିଥିଭାବରେ ଭବନ ମ୍ୟାନେଜମେଣ୍ଟ ଇଷ୍ଟିଚ୍ୟୁଟର ପ୍ରାଧ୍ୟାପକ ରଘୁନାଥ ପଟ୍ଟନାୟକ, ଡାକ୍ତର ବିଶ୍ୱ ପ୍ରକାଶ କାନୁନ୍‌ଗୋ, ଡାକ୍ତର ଅଲେଖ ଚନ୍ଦ୍ର ଦାସ, ସମାଜସେବୀ ତଥା ପ୍ରାଧ୍ୟାପକ ଅଜୟ ରାଉତ, ବିଷ୍ଣୁ ଚରଣ ବାରିକ, ଟ୍ରଷ୍ଟର ଟ୍ରଷ୍ଟି ତଥା ନାବାର୍ଡର ବରିଷ୍ଠ ପ୍ରଶାସକ ଅରୁଣ ପ୍ରତାପ ଦାସ ପ୍ରମୁଖ ଯୋଗଦେଇଥିଲେ । ପ୍ରାରମ୍ଭରେ ଟ୍ରଷ୍ଟର ସଦସ୍ୟା ସ୍ୱର୍ଗତା ନିର୍ମଳା ପଟ୍ଟନାୟକଙ୍କ ଉଦ୍ଦେଶ୍ୟରେ ଏକ ମିନିଟ ନିରବ ପ୍ରାର୍ଥନା କରାଯାଇ ଫଟୋରେ ପୁଷ୍ପମାଲ୍ୟ ଅର୍ପଣ ପୂର୍ବକ ପ୍ରଦୀପ ପ୍ରଜ୍ୱଳନ କରାଯାଇଥିଲା । ଏହାପରେ ବିଗତ ବର୍ଷମାନଙ୍କରେ ମେଧାବୀ ଛାତ୍ରଛାତ୍ରୀମାନେଟ୍ରଷ୍ଟମାଧ୍ୟମରେ ମେଧାବୃତ୍ତି ପାଇ କିଭଳି ଉପକୃତ ହୋଇଛନ୍ତି ସେ ସମ୍ପର୍କରେ ଅବଗତ କରାଇଥିଲେ । ଚଳିତ ବର୍ଷ ପାଇଁ ଜିଲ୍ଲାର ୨୦୪ ଜଣ ଛାତ୍ରଛାତ୍ରୀ ଅତିଥିମାନଙ୍କଠାରୁ ମେଧାବୃତ୍ତି ଗ୍ରହଣ କରିଥିଲେ । ପ୍ରତ୍ୟେକ ବର୍ଷ ଭଳି ଚଳିତ ବର୍ଷ ଟ୍ରଷ୍ଟର ତୁଳସୀ କ୍ଷେତ୍ର ସମ୍ମାନ ପ୍ରାଧ୍ୟାପକ ଅଜୟ ରାଉତ ଓ ପୌର ନିର୍ବାହୀ ଅଧିକାରୀ ଦେବ ପ୍ରସାଦ ବଳଙ୍କୁ ପ୍ରଦାନ କରାଯାଇଥିଲା । ଏହି ଉତ୍ସବରେ ପୂର୍ବତନ ବିଧାୟକ ଚିନ୍ମୟ ପ୍ରସାଦ ବେଉରା, ଟ୍ରଷ୍ଟ ସଦସ୍ୟ ସାରଦାକାନ୍ତ ଦାସ, ଅଶୋକ କୁମାର ସାହୁ ପ୍ରମୁଖ ବର୍ଷ ତମାମ ଟ୍ରଷ୍ଟ କିଭଳି ଜିଲ୍ଲାର ବିଭିନ୍ନ ସ୍ଥାନରେ ଘର ପୋଡି, ଅବହେଳିତ ଗରିବ ତଥା ରୋଗାଗ୍ରସ୍ତ ଲୋକମାନଙ୍କ ପାଖରେ ପହଁଞ୍ôଚ ସାହାଯ୍ୟର ହାତ ବଢାଉଛି ତାହା ବର୍ଣ୍ଣନା କରିଥିଲେ । ଅନ୍ୟମାନଙ୍କ ମଧ୍ୟରେ ଅଭିଲିସ୍ପା ପଢିଆରୀ, ପ୍ରମୋଦ କୁମାର ମହାପାତ୍ର, ଗୋଲଖ ଚନ୍ଦ୍ର ପଢିଆରୀ, ତେଜ ତନ୍ମୟ ପ୍ରମୁଖ ଯୋଗଦେଇ ଉତ୍ସବ ପରିଚାଳନା କରିଥିଲେ । ମୁଖ୍ୟ ସଂଯୋଜକ ଶ୍ରୀ ମହାନ୍ତି ତାଙ୍କ ବକ୍ତବ୍ୟରେ ଗତ କରୋନା ମହାମାରୀ ସମୟରେ ମାର୍ଚ୍ଚ ୨୭ତାରିଖଠାରୁ ଏଯାବତ୍ କିଭଳି ଟ୍ରଷ୍ଟ କାମ କରିଛି ସେ ସମ୍ପର୍କରେ ଉପସ୍ଥିତ ଜନସାଧାରଣଙ୍କୁ ଅବଗତ କରାଇଥିଲେ । ଟ୍ରଷ୍ଟର ପୃଷ୍ଠପୋଷକ ପ୍ରଫେସର ଡଃ ଦେବେନ୍ଦ୍ର କୁମାର ଦାସ ଆମେରିକାରେ ଥିଲେ ମଧ୍ୟ କିଭଳି ଗରିବ ନିଷ୍ପେସିତ ଲୋକମାନଙ୍କୁ ସାହାଯ୍ୟର ହାତ ବଢାନ୍ତି ତାହା ଉପସ୍ଥିତ ଅତିଥି ବୃନ୍ଦ ବର୍ଣ୍ଣନା କରିବା ସହିତ ତାଙ୍କ ସୁଦୀର୍ଘ ନିରାମୟ ଜୀବନ କାମନା କରିବା ସହିତ ସେ କିଭଳି ଏହି କାର୍ଯ୍ୟକୁ ଚାଲୁ ରଖିବେ ସେଥି ପାଇଁ ଶ୍ରୀ ବଳଦେବଜୀଉଙ୍କ ନିକଟରେ ପ୍ରାର୍ଥନା କରିଥିଲେ । ଶେଷରେ ଟ୍ରଷ୍ଟର ସଦସ୍ୟ ଭୂବନମୋହନ ଦାସ ଧନ୍ୟବାଦ ଅର୍ପଣ କରିଥିଲେ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ