ପି.ରାମଚନ୍ଦ୍ରପୁର ପଂଚାୟତ ଉପନିର୍ବାଚନ:- କଂଗ୍ରେସ ସମର୍ଥିତ ସରପଂଚ ପ୍ରାର୍ଥୀ ମମତା ତ୍ରିପାଠୀ ୩୯ ଭୋଟ ରେ ନିର୍ବାଚିତ  

ସନଖେମୁଣ୍ଡି,(ପଦ୍ମଲୋଚନ ପାଣିଗ୍ରାହୀ): ସନଖେମୁଣ୍ଡି ବ୍ଲକ୍ ପି.ରାମଚନ୍ଦ୍ରପୁର ପଂଚାୟତ ସରପଂଚ ପଦ ପାଇଁ ଉପନିର୍ବାଚନ ଗତକଳିବ ଭୋଟ ଗ୍ରହଣ ହୋଇଥିବା ବେଳେ ଆଜି ଶୁକ୍ରବାର ବ୍ଲକ୍ କାର୍ଯ୍ୟାଳୟ ଉର୍ଣ୍ଣୟନ ବିଭାଗ ପରିସର ରେ କଡା ସୁରକ୍ଷା ବଳୟ ମଧ୍ୟରେ ଭୋଟଗଣତି କରାଯାଇଥିବା ଦେଖିବାକୁ ମିଳିଥିଲା । ୧୮ ଟି ୱାଡ଼ ୪୦୯୨ ଜଣ ନିଜର ମତ ସାବ୍ୟସ୍ତ କରିଥିଲେ । ଆଜି ଫଳାଫଳ ଘୋଷିତ ହୋଇଛି । କଂଗ୍ରେସ ସମର୍ଥୀଥ ମାଛ ଚିହ୍ନ ର ମମତା ତ୍ରିପାଠୀ ନିକଟତମ ପ୍ରତିଦ୍ବନ୍ଦି ବିଜେଡି ପାର୍ଥି ଖୋଲାବହି ର ଏନ.ପୁଷ୍ପା ରେଡ୍ଡୀ ଙ୍କ ଠାରୁ ୩୯ ଭୋଟ ପାଇ ବିଜୟହାସଲ କରିଛନ୍ତି । ବିଜେପି ସମର୍ଥୀଥ ସୂର୍ଯ୍ୟ ଚିହ୍ନ ସନ୍ତୋସି ପ୍ରଧାନ ୫୭୭ ଭୋଟ ପାଇଥିବା ଜଣାପଡୁଛି । ୧୫୮ ଭୋଟ ନାକଚ ହୋଇଥିବା ସୂଚନା ମିଳିଛି । ସରପଂଚ ଉପନିର୍ବାଚନ ରେ ତ୍ରିମୁଖୀ ପ୍ରତିଦ୍ୱନ୍ଦୀ ମଧ୍ୟରୁ କଂଗ୍ରେସ ତାର ଗଡ଼ ବଜାୟ ରଖିଛି । ସାନଖେମୁଣ୍ଡି ତଥା ନିର୍ବାଚନ ଅଧିକାରୀ ଗାୟତ୍ରୀ ଦତ୍ତ ନାୟକ ଙ୍କ ତତ୍ୱବଧାନ ରେ ଅନୁଷ୍ଠିତ ଭୋଟ ଗଣତି କାର୍ଯ୍ୟକ୍ରମ ରେ ସାନଖେମୁଣ୍ଡି ତହସିଲଦାର ଡ଼.ଶ୍ରୀନିବାସ ବେହେରା ମାଜିଷ୍ଟ୍ରେଟ ଦାୟିତ୍ୱ ରେ ରହିଥିବା ବେଳେ ଆସିକା ଏସ୍ଡିପିଓ ସୂର୍ଯ୍ୟମଣି ପ୍ରଧାନ,ପାଟପୁର ଥାନା ଅଧିକାରୀ ଅଜୟ କୁମାର ବାରିକ, ଏବଂ ସୁରକ୍ଷା ଓ ଶୃଙ୍ଖଳା ରଖିବା ପାଇଁ ପୋଲିସ ଫୋର୍ସ ମୁତୟନ ରହିଥିବା ଦେଖିବାକୁ ମିଳିଥିଲା।
Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ