ଅଗ୍ନିକାଣ୍ଡରେ ଜଳିଗଲା ଧାନ ଗଦା

ନାଉଗାଁ,(ଓ୍ବାଇଏନ୍ଏସ୍): ନାଉଗାଁ ତହସିଲ ଅନ୍ତର୍ଗତ ଅଲଣା ପଂଚାୟତ ଅଲଣା ଗ୍ରାମର କୈଳାସ ଭୋଇଙ୍କ ଧାନ ଗଦାରେ ଶନିବାର ଅଗ୍ନିକାଣ୍ଡ ଘଟି ଲକ୍ଷାଧିକ ଟଙ୍କାର ଧାନ ପୋଡି ପାଉଁଶ ହୋଇଥିବା ଜଣାଯାଇଛି । କୈଳାସ ଜଣେ ଦିନ ମଜୁରିଆ ହୋଇଥିବା ବେଳେ ୫ ଏକର ବିଲ ଭାଗ ଚାଷ କରିଥିଲେ । କୌଣସି କାରଣରୁ ହଠାତ ଧାନ ଗଦାରେ ନିଆଁ ଲାଗିଥିଲା । ନିଆଁକୁ ଲିଭାଇବା ପାଇଁ ପଡୋଶୀ ଓ ଗ୍ରାମବାସୀ ଚେଷ୍ଟା କରିଥିଲେ ହେଁ ନିଆଁକୁ ଆୟତ କରିପାରିନଥିଲେ । ନାଉଗାଁ ଅଗ୍ନିଶମ ବିଭାଗ ପକ୍ଷରୁ ଦମକଳ ଗାଡି ପହଂଚି ନିଆଁକୁ ଆୟତ କରିବା ବେଳକୁ ଧାନ ଗଦା ପୋଡି ପାଉଁଶ ହୋଇଯାଇଥିଲା । ବର୍ଷକର ଆହାର କୈଳାସଙ୍କର ନଷ୍ଟ ହୋଇଥିବା ବେଳେ ଧାର ଉଧାର କରି ସେ ଧାନ ଚାଷ କରିଥିବା ପ୍ରକାଶ କରିଥିଲେ । ଉକ୍ତ ପରିବାରକୁ ପ୍ରଶାସନ ପକ୍ଷରୁ ସାହାର୍ଯ୍ୟ ଯୋଗାଇ ଦେବା ପାଇଁ ସ୍ଥାନୀୟ ଜନସାଧାରଣ ଦାବି କରିଛନ୍ତି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ