ଓଡିଶା ଜନତା କଂଗ୍ରେସ ଦଳ ପକ୍ଷରୁ କମିଟି ଗଠନ
ନାଉଗାଁ (ପ୍ରଦୋଷ ମହାନ୍ତି): ରାଜ୍ୟର ଓଡିଶା ଜନତା କଂଗ୍ରେସ ଦଳର ସଂଗଠନକୁ ଅଧିକ ସୁଦୃଢ କରିବା ପାଇଁ ଦଳ ପକ୍ଷରୁ ୨୬ ଜଣିଆ ନେତୃ ବୃନ୍ଦଙ୍କୁ ଦାୟିତ୍ୱ ପ୍ରଦାନ କରାଯାଇଛି | ସେମାନଙ୍କ ମଧ୍ୟରୁ ଜଗତସିଂହପୁର ଜିଲ୍ଲା ନାଉଗାଁ ବ୍ଲକର ଯୁବ ନେତା କ୍ରିଷ୍ଣାନନ୍ଦ ସାହୁଙ୍କୁ ରାଜ୍ୟ ସମ୍ପାଦକ ଭାବରେ ଦାୟିତ୍ୱ ପ୍ରଦାନ କରାଯାଇଛି | ସେଥିପାଇଁ ନାଉଗାଁ ଅଞ୍ଚଳରେ ଖୁସିର ଲହରୀ ଖେଳିଯାଇଛି | ସାରା ନାଉଗାଁ ଅଂଚଳରେ କ୍ରିଷ୍ଣନନ୍ଦଙ୍କ ଶୁଭେଛୁମାନେ ତାଙ୍କୁ ଭେଟି ଅଭିନନ୍ଦନ ଜଣାଇଛନ୍ତି | କ୍ରିଷ୍ଣାନନ୍ଦଙ୍କୁ ରାଜ୍ୟ ସମ୍ପାଦକ ଦାୟିତ୍ୱ ଦେଇଥିବାରୁ ଦଳର ସଭାପତି ମହମ୍ମଦ ମୋକିମଙ୍କୁ ଶୁଭେଛୁ ମାନେ ଧନ୍ୟବାଦ ଜଣାଇଛନ୍ତି |


