ଗଜଲକ୍ଷ୍ମୀ ପୂଜା ଅବସରରେ ଯୁବ ବିଜେଡି ସଂଖ୍ୟାଲଘୁ ସେଲ ପକ୍ଷରୁ ଭାଇଚାରା ବଜାୟ ରଖିବାକୁ ଟି -ଷ୍ଟଲ ଖୋଲାଗଲା

କେନ୍ଦ୍ରାପଡା ,(ଯୁଗାବ୍ଦ ନ୍ୟୁଜ୍‌) : କେନ୍ଦ୍ରାପଡାର ଗଣପର୍ବ ଗଜଲକ୍ଷ୍ମୀ ପୂଜା ଅବସରରେ ନଜୱାନ ୟୁନିଅନଏବଂ ଯୁବ ବିଜେଡି ସଂଖ୍ୟାଲଘୁ ସେଲର ମିଳିତ ଆନୁକୁଲ୍ୟରେ ସହରର ପୁରୁଣା ବସଷ୍ଟାଣ୍ଡସ୍ଥିତ ମା’ଥାନପତିଙ୍କ ସମ୍ମୁଖରେ ଏକ ଟି – ଷ୍ଟଲ ଖୋଳାଯାଇ ପ୍ରତ୍ୟେହ ସଂନ୍ଧ୍ୟାରେ ଗଜଲକ୍ଷ୍ମୀ ପୂଜା ଦେଖିବାକୁ ଆସୁଥିବା ଶହ ଶହ ଜନସାଧାରଣଙ୍କୁ ଚା ଓ ପିଇବା ପାଣି ପ୍ରଦାନ କରାଯାଇ ହିନ୍ଦୁ ଓ ମୁସଲିମ ଭାଇମାନଙ୍କ ମଧ୍ୟରେ ଦୀର୍ଘଦିନର ସେଇ ଭାଇଚାରାକୁ ବଜାୟ ରଖିବାକୁ ପ୍ରୟାସ ଆରମ୍ଭ କରାଯାଇଛି । ଏହି ଅବସରରେ କେନ୍ଦ୍ରାପଡା ସାଂସଦ ଅନୁଭବ ମହାନ୍ତି, ବିଧାୟକ ଶଶୀଭୂଷଣ ବେହେରା, ଜିଲ୍ଲା ପରିଷଦ ସଭାପତି ମାନସ କୁମାର ପରିଡା, କେନ୍ଦ୍ରାପଡା ବ୍ଲକ ଅଧ୍ୟକ୍ଷ ଅନାମବନ୍ଧୁ ଧଳ, ଜିଲ୍ଲା ବିଜେଡି ସଂଖ୍ୟାଲଘୁ ସେଲ ସଭାପତି ମହମ୍ମଦ ସେକ ଇନାୟତ ପ୍ରମୁଖ ଏହି କାର୍ଯ୍ୟକ୍ରମରେ ଯୋଗଦେଇ ନଜୱାନ ୟୁନିଅନର ସଦସ୍ୟମାନଙ୍କ ଏଭଳି ଅଭିନବ ପ୍ରୟାସକୁ ପ୍ରଶଂସା କରିବା ସହ ଉତ୍ସାହିତ କରିଥିଲେ । ଜିଲ୍ଲା ଯୁବ ବିଜେଡି ସଂଖ୍ୟାଲଘୁ ସେଲ ସଭାପତି ମହମ୍ମଦ ମୀର ଅମୀରଙ୍କ ନେତୃତ୍ୱରେ ସେକ ଉମ୍ରାନ, ସେକ ଏହେସାନ, ଅବରାର ଖାନ, ସେକ ମୁଜାହିଦ୍ଦିନ, ସେକ ନାସିମୁଦ୍ଦିନ, ଏନାମୁଲ ହକ, ଅକ୍ତର ଅଲ୍ଲୀ, ଆଝାରୁଦ୍ଦିନ ଖାନ, ସେକ ଇଜାଜ ଅହମଦ, ହାପି ସେକ, ସେକ ନସ୍ରୁ, ସବିର ହୋସେନ, ପଦ୍ମନାଭ ସାହୁ, କୃଷ୍ଣ ଚନ୍ଦ୍ର ବେହେରା, ଆଳି ଶାଖାର ଅବଦୁଲ ମତିନ, କଲିମ ଖାନ, ସେକ ମୁନା ପ୍ରମୁଖ ଏହି ଟି – ଷ୍ଟଲରେ ଯୋଗଦେଇ ଚା ବିତରଣ କରିଥିଲେ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ