ସୈନିକ ସ୍କୁଲ୍‌ରେ ବାଳିକାଙ୍କ ନାମ ଲେଖା ପାଇଁ ପ୍ରତିରକ୍ଷା ପାଇଁ ଅନୁମୋଦନ କଲେ ରାଜନାଥ

୨୦୨୧-୨୨ ଶିକ୍ଷା ବର୍ଷ ଠାରୁ ଏହି ପ୍ରସ୍ତାବ ପର୍ଯ୍ୟାୟକ୍ରମେ କାର୍ଯ୍ୟକାରୀ ହେବ । ଦୁଇ ବର୍ଷ ପୂର୍ବେ ମିଜୋରାମର ଛିଙ୍ଗଛିପ ସୈନିକ ସ୍କୁଲ୍‌ରେ ବାଳିକାଙ୍କ ନାମ ଲେଖା ପାଇଁ ପ୍ରତିରକ୍ଷା ମନ୍ତ୍ରଣାଳୟ ପକ୍ଷରୁ ଏକ ପାଇଲଟ ପ୍ରକଳ୍ପ ଆରମ୍ଭ କରାଯାଇଥିଲା । ଏହି ପ୍ରକଳ୍ପର ସଫଳତା ପରେ ଦେଶର ଅନ୍ୟ ସମସ୍ତ ସୈନିକ ସ୍କୁଲରେ ବାଳିକାଙ୍କ ପାଠପଢ଼ା ପାଇଁ ଅନୁମତି ମିଳିଛି । ଏହି ନିର୍ଦ୍ଦେଶନାମାର ପ୍ରଭାବୀ କାର୍ଯ୍ୟକାରିତା ଲାଗି ସୈନିକ ସ୍କୁଲ୍‌ଗୁଡ଼ିକରେ ଆବଶ୍ୟକ ଭିତିଭୂମି ଏବଂ ଯଥେଷ୍ଟ ସଂଖ୍ୟାରେ ମହିଳା କର୍ମଚାରୀଙ୍କୁ ନିଯୁକ୍ତି ଦେବା ଲାଗି ଆବଶ୍ୟକ ପଦକ୍ଷେପ ନେବାକୁ ବିଭାଗୀୟ କର୍ତୃପକ୍ଷଙ୍କୁ ପ୍ରତିରକ୍ଷା ମନ୍ତ୍ରୀ ନିର୍ଦ୍ଦେଶ ଦେଇଛନ୍ତି । ଲିଙ୍ଗଗତ ସମାନତା, ସଶସ୍ତ୍ର ସେନାରେ ଅଧିକ ସଂଖ୍ୟକ ମହିଳାଙ୍କୁ ସାମିଲ କରିବା ଏବଂ ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀଙ୍କ ‘ବେଟି ବଚାଓ ବେଟି ପଢ଼ାଓ’ ଅଭିଯାନକୁ ସାକାର କରିବା ପାଇଁ ଏହି ନିଷ୍ପତି ନିଆଯାଇଛି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ