ଧାମନଗର ଯୋଗ ବେଦାନ୍ତ ସମିତି ଦ୍ୱାରା ପବିତ୍ର ପୂଜ୍ୟ ପୂଜା ମୋହଉତ୍ସବ

ଧାମନଗର, (ସନ୍ତୋଷ କୁମାର ପ୍ରଧାନ):ଧାମନଗର ଆନନ୍ଦପୁର ଶ୍ରୀ ଅରବିନ୍ଦ ପୂର୍ଣ୍ଣାଙ୍ଗ ଶିକ୍ଷାକେନ୍ଦ୍ର ପରିସର ମଧ୍ୟରେ ଧାମନଗର ବ୍ଳକ ଯାଦବ ମହାସଭା ଆନୁକୁଲ୍ୟରେ ପିତୃମାତୃ ପୂଜନ କାର୍ଯ୍ୟକ୍ରମ ଭଦ୍ରକ ଯୋଗ ବେଦାନ୍ତ ସମିତି ଦ୍ୱାରା ଅନୁଷ୍ଠିତ ହୋଇଯାଇଛି ।ଯାଜପୁର ଜିଲ୍ଲା ଯାଦବ ମହାସଭାର ସଭାପତି ରବିନ୍ଦ୍ର କୁମାର ବେହେରା ଉପସଭାପତି ସଚିତାନନ୍ଦ ଗୁରୁ ଉତ୍କଳ ଯାଦବ ମହାସଭାର ପୂର୍ବତନ ସମ୍ପାଦକ ବିଘ୍ନେଶ୍ୱର ବେହେରା ଧାମନଗର ବ୍ଳକ କାର୍ଯ୍ୟକାରୀ ସଭାପତି ଅନିଲ କୁମାର ବାରିକ ସମ୍ପାଦକ କୁଳମଣି ବେହେରା ମାଧବ ଚନ୍ଦ୍ର ଖଟୁଆ ଭଣ୍ଡାରିପୋଖରୀ ବ୍ଲକ ସଭାପତି ଧ୍ରୁବ ଚରଣ ବାରିକ ପ୍ରମୁଖ ଅତିଥି ମାନେ ଯୋଗ ଦେଇ ଯାଦବ ସଂସ୍କୃତି ଓ ପରମ୍ପରା ବିଷୟରେ ଆଲୋଚନା କରିଥିଲେ ।ଆନନ୍ଦପୁର ପଞ୍ଚାୟତ ସଭାପତି ଖଗେଶ୍ବର ମହାକୁଡଂକ ସଭାପତିତ୍ବରେ ଅନୁଷ୍ଠିତ ସଭାରେ ଅନିଲ କୁମାର ବାରିକ ସଭା ସଂଚାଳନ କରିଥିଲେ ।ବ୍ଲକ ସମ୍ପାଦକ ମାଧବ ଚନ୍ଦ୍ର ଖଟୁଆ ବାର୍ଷିକ କାର୍ଯ୍ୟକ୍ରମ ବିଷୟରେ ସୂଚନା ପ୍ରଦାନ କରିଥିବା ବେଳେ ପ୍ରତି ବର୍ଷ ପିତୃମାତୃ ପୂଜନ କାର୍ଯ୍ୟକ୍ରମ ଫେବୃଆରୀ ମାସ 14ତାରିଖରେ ଅନୁଷ୍ଠିତ ହେବ ବୋଲି କହିଥିଲେ ।ଧାମନଗର ବ୍ଳକ ଯାଦବ ମହାସଭାର ଏହି କାର୍ଯ୍ୟକ୍ରମକୁ ଉପସ୍ଥିତ ଅତିଥିମାନେ ପ୍ରଶଂସା କରିବା ସହିତ ସଂଗଠନକୁ ଆହୁରି ଅଧିକ ସୁଦୃଢ କରିବା ପାଇଁ ମତବ୍ୟକ୍ତ କରିଥିଲେ ।ବରିଷ୍ଠ ମୁରବୀ ମାନଙ୍କୁ ସଭାରେ ସମ୍ବର୍ଦ୍ଧନା କରାଯାଇଥିଲା “ନାରାୟଣ ଚନ୍ଦ୍ର ଦାସ. ବିମ୍ବାଧର ସାହୁ.ରବିନ୍ଦ୍ର ନାଥ ଦାସ ସତ୍ଯ ସୁନ୍ଦର ପରିଡା. ଧନେଶ୍ୱର ଦାସ. ଓ ରାମଚନ୍ଦ୍ର ଦାସ ଏମାନଙ୍କୁ ସମ୍ବର୍ଦ୍ଧନା ପରେ ଅନ୍ୟମାନଙ୍କୁ ପୂଜନ କରାଯାଇ ସମ୍ବର୍ଦ୍ଧିତ କରାଯାଇଥିଲା ।ଅନ୍ୟମାନଙ୍କ ମଧ୍ୟରେ ପ୍ରୀତମ ଦାସ ଉମାକାନ୍ତ ପଲାଇ ଅଧର କୁମାର ପରିଡା ରଞ୍ଜନ କୁମାର ବେହେରା ଯୁବ ସଭାପତି ଶୁକଦେବ ବେହେରା ସାମ୍ବାଦିକ ପ୍ରଦୀପ କୁମାର ବାରିକ ପରମାନନ୍ଦ ଖିଲାର ରବିନ୍ଦ୍ର ଦାସ ଓ ଆନନ୍ଦପୁର ଯାଦବ ସମାଜର ସମସ୍ତ କର୍ମକର୍ତ୍ତା ଓ ଯାଦବ ମୁରବୀ ଉପସ୍ଥିତ ଥିଲେ

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ