୧୨ ବର୍ଷ ହେଲା ଏକ ତରଫା ପ୍ରେମ କରୁଛନ୍ତି ଦିବ୍ୟା !

ପ୍ରେମରେ ପଡ଼ିଛନ୍ତି ଓଲିଉଡର ଅନ୍ୟତମ ଚୁଲୁବୁଲି ନାୟିକା ଦିବ୍ୟା ଦିଶା । ତାହା ପୁଣି ୧୨ ବର୍ଷ ହେଲାଣି । କିନ୍ତୁ ଯାହାଙ୍କୁ ଭଲ ପାଉଛନ୍ତି ତାଙ୍କୁ ଏଯାଏ ମୁହଁ ଖାଲି ଏ ବିଷୟରେ କିଛି କହି ନାହାନ୍ତି । ଅର୍ଥାତ୍ ୧୨ ବର୍ଷ ହେଲାଣି ଏକ ତରଫା ପ୍ରେମ କରୁଛନ୍ତି ଦିବ୍ୟା । ଏ କଥା ଆମେ କାହାଠୁ ଶୁଣି କହୁନାହୁଁ । ସେ ନିଜେ ଏ କଥା କହିଛନ୍ତି । ନିକଟରେ ତରଙ୍ଗ ମ୍ୟୁଜିକରେ ପ୍ରସାରିତ ହେଉଥିବା ଚାଟ୍ ଶା’ “ସିକ୍ରେଟ୍ ଷ୍ଟାରୀଜ୍ ଅଫ୍ ସେଲିବ୍ରେଟି’ରେ ଯୋଗ ଦେଇ ସେ ଏକଥା କହିଥିଲେ । ଦିବ୍ୟା କହିଥିଲେ ଯେ ସେ ସବୁବେଳେ ଖୁସି ରହନ୍ତି । ସେ କେବେ ମନ ଦୁଃଖ କରନ୍ତି ନାହିଁ । କାରଣ ଉଦାସ ହେଲେ ତାଙ୍କୁ ବୁଝାଇବାକୁ କେହି ନାହାନ୍ତି । ବାପାମା’ଙ୍କ ଛଡ଼ା ତାଙ୍କର ଆଉ କେହି ନାହାନ୍ତି । ସେ ଆଜି ପର୍ଯ୍ୟନ୍ତ କେବେ ରିଲେସନସିପ୍‌ରେ ରହିନାହାନ୍ତି । କିନ୍ତୁ ତାଙ୍କର ଜଣେ ବନ୍ଧୁ ଅଛନ୍ତି, ଯାହାଙ୍କୁ ସେ ଖୁବ୍ ପସନ୍ଦ କରନ୍ତି । ସେମାନଙ୍କ ବନ୍ଧୁତା ୧୨ ବର୍ଷ ପୁରୁଣା । ସେ ତାଙ୍କୁ ବହୁତ ପସନ୍ଦ ମଧ୍ୟ କରନ୍ତି । କିନ୍ତୁ ଆଜି ପର୍ଯ୍ୟନ୍ତ ସେ ତାଙ୍କୁ ଏକଥା ଜଣେଇନାହାନ୍ତି । ଦିବ୍ୟା ଆହୁରି କହିଥିଲେ ଯେ ସେ ତାଙ୍କର ସେହି ବନ୍ଧୁଙ୍କ ସହିତ ବଢ଼ିଆ କଥାବାର୍ତ୍ତା କରନ୍ତି । ଏମିତିକି ଦୁହେଁ ବୁଲାବୁଲି କରିବା ପାଇଁ ମଧ୍ୟ ଯା’ନ୍ତି । କିନ୍ତୁ କେବେ ସେ ତାଙ୍କୁ ମନ କଥା କହିପାରି ନାହାନ୍ତି । ଆଗକୁ ସୁଯୋଗ ମିଳିଲେ ଓ ତାଙ୍କୁ ଠିକ୍ ଲାଗିଲେ ସେ ତାଙ୍କ ମନର କଥା ସେହି ବନ୍ଧୁଙ୍କୁ ଜଣାଇ ଦେବେ । ସୂଚନାଯୋଗ୍ୟ, ଦଶହରାରେ ରିଲିଜ୍ ହୋଇଥିବା ତରଙ୍ଗ ସିନେ ପ୍ରଡକ୍ସନସ୍‌ର ଫିଲ୍ମ “ମିଷ୍ଟର୍ ମଜନୁ’ରେ ଦିବ୍ୟା ଏକ ମଡର୍ଣ୍ଣ ଝିଅ ଚରିତ୍ରରେ ଅଭିନୟ କରିଛନ୍ତି । ଏହି ଫିଲ୍ମରେ ତାଙ୍କ ସହିତ ଆଉ ଦୁଇ ଜଣ ନାୟିକା- ସୂର୍ଯ୍ୟମୟୀ ଓ ଶୀତଲ ମଧ୍ୟ ଅଛନ୍ତି । ନାୟକ ଭାବେ ବାବୁସାନ୍ ଏଥିରେ ଅଭିନୟ କରିଛନ୍ତି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ