ବଲିଉଡରେ ଡେବ୍ୟୁ କରିବେ ନାଗିନ୍‌

ଧାରାବାହିକ “ନାଗିନ୍‌-୩’ରେ “ବେଲା’ ଚରିତ୍ରରେ ଅଭିନୟ କରି ଘରେ ଘରେ ପରିଚିତ ହୋଇପାରିଥିବା ସୁରଭି ଜ୍ୟୋତି ଖୁବ୍‌ଶୀଘ୍ର ବଲିଉଡରେ ଏଣ୍ଟ୍ରି କରିବାକୁ ଯାଉଛନ୍ତି । ସେ “ସୋନମ୍ ଗୁପ୍ତା ବେୱଫା ହେ’ ଫିଲ୍ମ ମାଧ୍ୟମରେ ବଲିଉଡରେ ଡେବ୍ୟୁ କରିବେ । ଏହି ଫିଲ୍ମରେ ତାଙ୍କ ବିପକ୍ଷରେ ଅଭିନୟ କରିବେ ଜସ୍ସି ଗିଲ୍ । “ନାଗିନ୍‌-୩’ ବ୍ୟତୀତ ସୁରଭି ଅନେକ ପପୁଲାର୍ ଟିଭି ଶୋ’ରେ କାମ କରିଛନ୍ତି । ପଞ୍ଜାବୀ ଫିଲ୍ମରେ ମଧ୍ୟ ସେ କାମ କରିସାରିଛନ୍ତି । କିନ୍ତୁ ବଲିଉଡରେ ସେ ନୂଆ କରି ପାଦ ଥାପିବାକୁ ଯାଉଛନ୍ତି । ଏଥିପାଇଁ ସେ ଖୁବ୍ ଉତ୍ସାହିତ ଅଛନ୍ତି । ତା’ସହିତ ଏନେଇ ସେ ପ୍ରସ୍ତୁତି ବି ଆରମ୍ଭ କରିସାରିଲେଣି । “ସୋନମ୍ ଗୁପ୍ତା ବେୱଫା ହେ’ ଏକ ରୋମାଣ୍ଟିକ କମେଡି ଫିଲ୍ମ । ଏଥିରେ ନୀଲୁ କୋହଲି ଓ ବ୍ରଜେନ୍ଦ୍ର କାଲା ମଧ୍ୟ ଅଭିନୟ କରିବେ । କୁହାଯାଉଛି, ଧାରାବହିକ ନାଗିନର ଚତୁର୍ଥ ସିଜିନ୍ ଖୁବ୍‌ଶୀଘ୍ର ଆରମ୍ଭ ହେବାକୁ ଯାଉଛି । ଏଥିରେ ମଧ୍ୟ ସୁରଭି ମୁଖ୍ୟ ଚରିତ୍ରରେ ଅଭିନୟ କରିବେ । କିନ୍ତୁ ଏହା ଏପର୍ଯ୍ୟନ୍ତ ସ୍ପଷ୍ଟ ହୋଇପାରିନାହିଁ । ସେ ଯାହା ହେଉ, ଟେଲିଭିଜନରେ ବେଶ୍ ସଫଳ ହୋଇଥିବା ସୁରଭି ବଲିଉଡରେ ଦମ୍‌ଦାର୍ ଡେବ୍ୟୁ କରିବାରେ ସଫଳ ହେଉଛନ୍ତି ନା ନାହିଁ, ତାହା ଦେଖିବାକୁ ସମସ୍ତେ ଚାହିଁ ବସିଛନ୍ତି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ