ଆଳୁମେଦା ଠାରେ ବିଜେପିର ମିଶ୍ରଣ ପର୍ବ
ବାଲେଶ୍ୱର : ସଦର ବ୍ଲକ ଅନ୍ତର୍ଗତ ଆଲୁମେଦା ପଞ୍ଚାୟତରେ ବିଜେଡି ଏବଂ କଂଗ୍ରେସ ଦଳର ଶତାଧିକ କର୍ମୀ ଆଜି ବିଧିବଦ୍ଧ ଭାବେ ଜିଲ୍ଲା ସଭାପତି ମଦନ ମୋହନ ଦତ୍ତଙ୍କ ଉପସ୍ଥିତିରେ ବିଜେପିରେ ଯୋଗଦାନ କରିଛନ୍ତି । ବିଜେଡିର ଅତ୍ୟାଚାରରେ ଅତିଷ୍ଠ ହୋଇ ଓ ମାନ୍ୟବର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଜୀଙ୍କର ଜନ ହିତକାରୀ ଯୋଜନା ଓ ଆର୍ଦଶରେ ଅନୁପ୍ରାଣିତ ହୋଇ ତଥା ସ୍ଥାନୀୟ ନେତା ଜିଲ୍ଲା ସଭାପତି ମଙ୍ଗୁଭାଇଙ୍କ କାର୍ଯ୍ୟ ଦକ୍ଷତା ଉପରେ ଭରଷା ରଖି ଆଳୁମେଦା ପଞ୍ଚାୟତର ବିଜେଡିର ପୂର୍ବତନ ପଞ୍ଚାୟତ ସଭାପତି ଗୋ÷÷ରହରି ଜେନା(ଝୁମା), ନିରନ ଜେନା, ବାବୁଲ ଦାସ, ବୈଦନ୍ୟାଥ ବେହେରା, ସନାତନ ଜେନା, ଗଦାଧର କାମିଲା, ସୁଖଦେବ ମଣ୍ଡଳ, ହରିପଦ ଦାସ, ଭୂଷଣ ଜେନା, ଦୁର୍ଯ୍ୟଧନ ମଲ୍ଲିକ, ଚନ୍ଦନ ମଲ୍ଲିକ, ରମେଶ ବେହେରା, ବରେନ୍ଦ୍ର ବାରିକ, ବରେନ୍ଦ୍ର ବେହେରା, ସୁର ଦାସ, ବାବୁଲ ଦାସ, ବନମାଳି ଜେନା, ବାଚୁ ଦାସ, ଗଣେଷ ମ୍ଲିକ, କାର୍ତ୍ତିକ ଦାସ, ପ୍ରହଲ୍ଲାଦ ମଲ୍ଲିକ, ରାଧାମୋହନ ଜେନା, କାର୍ତ୍ତିକ ମଣ୍ଡଳ, ନିଳାମ୍ବର ମଲ୍ଲିକ, କେଶବ ଜେନା, ରାମଚନ୍ଦ୍ର ଦାସ ପଆଦି ବହୁ ସଂଖ୍ୟାରେ ବିଜେପିରେ ଯୋଗଦାନ କରିଛନ୍ତି । ସମସ୍ତଙ୍କ ଯୋଗଦାନ ଦଳକୁ ଆଗାମୀ ନିର୍ବାଚନରେ ଶକ୍ତିଶାଳୀ କରିବା ସହିତ ମିଶନ ୧୨୦+ କୁ ସଶକ୍ତ କରିବ ବୋଲି ଦତ୍ତ ମତ ରଖିଛନ୍ତି । ବିଜେଡିର ତୃଣମୂଳ ସ୍ତରର ଗ୍ରାମୀଣ ନେତା ମାନଙ୍କ ବିଜେଡି ଦଳ ଛାଡିବା ଏହାହି ସୂଚାଉଛି ଯେ ଗ୍ରାମୀଣ ଲୋକମାନେ ବିଜେଡି ସରକାରଠୁ ମୁହମୋଡିବା ଆରମ୍ଭ କରିଛନ୍ତି । ଅନ୍ୟମାନଙ୍କ ମଧ୍ୟରେ ମଣ୍ଡଳ ପ୍ରଭାରୀ ତଥା ଜିଲ୍ଲା ଯୁବମୋର୍ଚ୍ଚା ସାଧାରଣ ସମ୍ପାଦକ ଲୋକନାଥ ଭୂୟାଁ, ପୂର୍ବତନ ସରପଞ୍ଚ ଦିଲ୍ଲିପ ମହାନ୍ତି ,ପଞ୍ଚାୟତ ସଭାପତି କାହ୍ନୁଚରଣ ପ୍ରଧାନ, ସାର୍ଥା ସଭାପତି ଭୁଦେବ ସାହୁ, ସରପଞ୍ଚ ସାନିଆ ମୁର୍ମୁ, ଜୟନ୍ତୀ ମୁର୍ମୁ, ଅରବିନ୍ଦ ଜେନା, ବରେନ୍ଦ୍ର ପାଣି, ମୁଶ୍ରୀ ଗାୟନ, ଜମୁନା ବେହେରା, ଅତୁଲ ମଲ୍ଲିକ, ସନାତନ ଦିଣ୍ଡା, ବୁଷ୍ଣୁ ବେହେରା, ସତ୍ୟରନ ବାରିକ ସମେତ ସମସ୍ତ ବୁଥ୍ ସଭାପତି ଓ ପ୍ରମୁଖ କାର୍ଯ୍ୟକର୍ତ୍ତା ଉପସ୍ଥିତ ଥିଲେ ।