ବେଗୁନିଆପଡା ବ୍ଲକରେ ବାଲ୍ୟ ବିବାହ ରୋକିବାରେ ପ୍ରଶାସନ ବିଫଳ

କୋଦଳା, (ଗୁଲସନକୁମାର କର):ସରକାରୀ ସ୍ତରରେ ବାଲ୍ୟ ବିବାହ ବନ୍ଦ କରିବା ଦିଗରେ ବ୍ୟାପକ ପ୍ରଚାର ଓ ସଚେତନତା କରାଯାଇଛି l ଗଞ୍ଜାମ ଜିଲ୍ଲାପାଳ ଏହି ବାଲ୍ୟ ବିବାହ ରୋକିବା ଦିଗରେ ବିଭିନ୍ନ ପ୍ରଚାର ପ୍ରସାର କରି ସଚେତନତା କରିଛନ୍ତି l ହେଲେ ଗଞ୍ଜାମ ଜିଲ୍ଲା ବେଗୁନିଆପଡା ବ୍ଲକରେ ବାଲ୍ୟ ବିବାହ ଥମିବାର ନାଁ ନେଉନି l ଯାହାଦ୍ୱାରା ଝିଅକୁ ୧୮ ବର୍ଷ ନ ଛୁଉଁଣୁ ବିବାହ କରି କର୍ତ୍ତବ୍ୟ ସାରି ଦେବାକୁ ଚାହୁଁଛନ୍ତି ପରିବାର ଲୋକେ l ୧୮ ବର୍ଷରୁ କମ ବାଳିକାକୁ ବିବାହ ଆଇନଗତ ଅପରାଧ ଜାଣିବା ସତ୍ୱେ କୌଣସି ନିୟମ କି କଟକଣା କାଟୁ କରୁନି l ନିତି ଶହ ଶହ ବାହାଘର ହେଉଥିବା ବେଳେ ସେଥିମଧ୍ୟରୁ ଅନେକ ହେଉଛି ନାବାଳିକା ବିବାହ l ଏବଂ ପ୍ରଶାସନର ନଜର ଆଢୁଆଳରେ ବ୍ଲକରେ ଶହ ଶହ ନାବାଳିକା ବିବାହ କରୁଛନ୍ତି l ବାଲ୍ୟ ବିବାହ ରୋକିବାକୁ ଗଠିତ ଗ୍ରାମ୍ୟସ୍ତରୀୟ କମିଟି ଓ ପଞ୍ଚାୟତ ସ୍ତରୀୟ କମିଟିର ନିଷ୍କ୍ରିୟତା ଯୋଗୁଁ ଏହି କଳୁଷିତ ପ୍ରଥା କମିବା ବଦଳରେ ବଢ଼ିବାରେ ଲାଗିଛି l ପରବର୍ତ୍ତୀ କରୋନା କାଳରେ ଲୁଚାଛପାରେ ଅନେକ ନାବାଳିକା ବିବାହ ହୋଇଛି l କରୋନା ପାଇଁ ବିବାହ କଟକଣାରେ ହୋଇଥିବା ବେଳେ କମ୍ ଖର୍ଚ୍ଚରେ ବିବାହ କାମ ସାରିଦେବାକୁ ଅନେକ ନାବାଳିକା ବିବାହ କରାଯାଇଛି l ବେଗୁନିଆପଡା ବ୍ଲକର କୋଣ ଅନୁକୋଣରେ ଏହି ବାଲ୍ୟ ବିବାହର ସଂଖ୍ୟା ଢ଼େର ଅଧିକ l କିନ୍ତୁ ବ୍ଲକ ପ୍ରଶାସନ ପାଖରେ କୌଣସି ଖବର ନଥିବାରୁ ଏହାକୁ ରୋକିବାରେ ସଫଳ ହୋଇପାରୁନି l ବ୍ଲକ ସରକାରୀ ବାବୁମାନେ ଖବର ପାଇଲେ ବାଲ୍ୟ ବିବାହକୁ କାଁ ଭାଁ ରୋକାଯାଇପାରୁଛି l ବାଲ୍ୟ ବିବାହ ରୋକିବାରେ ସଠିକ ରୂପେ ବ୍ଲକ ପ୍ରଶାସନ ପକ୍ଷରୁ କୌଣସି ଆଇନ ଅନୁଯାୟୀ ପଦକ୍ଷେପ ନିଆଯାଉନାହିଁ l ଗଞ୍ଜାମ ଜିଲ୍ଲାପାଳ ବାଲ୍ୟ ବିବାହ ରୋକିବାକୁ ନିକଟରେ କିଛି କଡ଼ା ନିୟମ ଆଣିଛନ୍ତି l ଏଣିକି ବର-କନ୍ୟାଙ୍କ ଆଧାର କାର୍ଡ ସହ ବୟସ ନିରୂପଣ, ବାହାଘରରେ ଅଂଶ ଗ୍ରହଣ ପୂର୍ବରୁ ପୁରେହିତ ଠାରୁ ଆରମ୍ବ କରି ଟେଣ୍ଟ, ସାଉଣ୍ଡ, କଲ୍ୟାଣ ମଣ୍ଡପ ଏହି ସବୁକୁ ଭାଗ ନେବାକୁ ପଡିବ ବୋଲି କୁହାଯାଇଛି l ସେହିପରି ପ୍ରତିମାସରେ ହେଉଥିବା ପଞ୍ଚାୟତ ସ୍ତରୀୟ ସଭାରେ ବାଲ୍ୟବିବାହ ଓ ଶିଶୁ ସୁରକ୍ଷା ଉପରେ ଆଲୋଚନା କରିବାକୁ କୁହାଯାଇଛି l ଏବଂ ଜିଲ୍ଲା ଶିଶୁ ସୁରକ୍ଷା ୟୁନିଟ ପକ୍ଷରୁ ବ୍ଲକ ମାଧ୍ୟମରେ କିଛି କମିଟି ରହିଛି l ସେହି କମିଟି ସଠିକ ଭାବେ କାର୍ଯ୍ୟ କରିବାକୁ ପ୍ରଶାସନ ପକ୍ଷରୁ ନିକଟରେ ନିର୍ଦେଶ ଦିଆଯାଇଛି l ତେଣୁ ବେଗୁନିଆପଡା ବ୍ଲକରେ ଯେଉଁଭଳି ଭାବେ ବାଲ୍ୟ ବିବାହ ରୋକଯାଇପାରିବ ତାହା ଉପରେ ଗଞ୍ଜାମ ଜିଲ୍ଲା ସମାଜ ମଙ୍ଗଳ ଓ ଜିଲ୍ଲାପାଳ ଦୃଷ୍ଟି ଦେବାକୁ ବ୍ରୁଦ୍ଧିଜୀବି ମହଲରେ ଦାବି ହୋଇଛି l

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ