ମେଡିକାଲ କଲେଜ ଆନ୍ଦୋଳନ ପାଇଁ ଗାଁ ଗାଁ ରେ ପ୍ରସ୍ତୁତି ଭରତପୁର ପଂଚାୟତରେ ଜନ ସଚେତନତା ସଭା

କେନ୍ଦ୍ରାପଡା, (ଚିତ୍ତରଞ୍ଜନ ଦାସ):କେନ୍ଦ୍ରାପଡା ଜିଲ୍ଲାରେ ମେଡିକାଲ କଲେଜ ଓ ହସପିଟାଲ ପ୍ରତିଷ୍ଠା ପାଇଁ ମିଳିତ କ୍ରିୟାନୁଷ୍ଠାନ କମିଟି ନେତୃତ୍ୱରେ ଆରମ୍ଭ ହୋଇଥିବା ଜନସଚେତନତା କାର୍ଯ୍ୟକ୍ରମ ଏକ ଗଣ ଆନ୍ଦୋଳନର ରୂପ ନେବାକୁ ଆରମ୍ଭ କଲାଣି । ଆସନ୍ତା ୪ତାରିଖରେ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ହେବାକୁ ଥିବା ଗଣଧାରଣା କାର୍ଯ୍ୟକୁ ସଫଳ କରିବା ପାଇଁ କେନ୍ଦ୍ରାପଡା ବ୍ଲକ ଅଧିନ ଭରତପୁର ପଂଚାୟତ କାର୍ଯ୍ୟାଳୟ ପରିସରରେ ସ୍ଥାନୀୟ ସରପଂଚ ଜୀନତପ୍ରିୟଦର୍ଶିନୀ ରାଉତଙ୍କ ସଭାପତିତ୍ୱରେ ଏକ ଜନସଚେତନତା ସଭା ଅନୁଷ୍ଠିତ ହୋଇଯାଇଛି । ବ୍ଲକ ଆବାହକ ଦିବାକର ଜେନାଙ୍କ ଆବାହକତ୍ୱରେ ଆୟୋଜିତ ଏହି ଜନସଚେତନତା ସଭାରେ କ୍ରିୟାନୁଷ୍ଠାନ କମିଟି ପକ୍ଷରୁ ଅଧ୍ୟାପକ ଅଜୟ ସାମଲ, ଆଦିକନ୍ଦ ରାଉଳ, ଅକ୍ଷୟ କୁମାର ମନ୍ତ୍ରୀ, ସାମ୍ବାଦିକ ଚିତ୍ତରଞ୍ଜନ ଦାସ ପ୍ରମୁଖ ଆନ୍ଦୋଳନାତ୍ମକ କାର୍ଯ୍ୟକ୍ରମର ରୂପରେଖ ପ୍ରଦାନ କରିଥିବା ବେଳେ ବରିଷ୍ଠ ନାଗରିକ ରାଜକିଶୋର ମହାନ୍ତି, ଶ୍ରୀଧର ସାମଲ, ପ୍ରଦୀପ୍ତ ଜେନା, ଅରୁଣ ସାମଲ, ହେମନ୍ତ ଜେନା, ପ୍ରସନ୍ନ ମଲ୍ଲିକ, ପ୍ରତାପ କେଶରୀ ବିଶ୍ୱାଳ, ଅକ୍ଷୟ ବେହେରା, ଶାରଦା ପ୍ରସନ୍ନ ରାଉତ, ଜୀତେନ୍ଦ୍ର ଜେନା, ରଞ୍ଜନ ମଲ୍ଲ ପ୍ରମୁଖ ଆଲୋଚନାରେ ଅଂଶଗ୍ରହଣ କରି ଗଣଧାରଣା କାର୍ଯ୍ୟକ୍ରମକୁ ସଫଳ କରିବା ସହ ଦାବି ହାସଲ ପର୍ଯ୍ୟନ୍ତ ଗଣଚେତନା କାର୍ଯ୍ୟକ୍ରମ ଚଳାଇ ରଖିବାକୁ ନିଷ୍ପତ୍ତି ଗ୍ରହଣ କରିଥିଲେ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ