୫ ଦିନିଆ ପ୍ରଦର୍ଶନୀ

ଆଜି ରେଭେନ୍ସା ବିଶ୍ୱବିଦ୍ୟାଳୟ ପରିସରରେ ସୂଚନା ଓ ପ୍ରସାରଣ ମନ୍ତ୍ରଣାଳୟ ଅନ୍ତର୍ଗତ ବ୍ୟୁରୋ ଅଫ୍ ଆଉଟରିଚ୍ କମ୍ୟୁନିକେସନ ପକ୍ଷରୁ ଆୟୋଜିତ ମଲ୍ଟିମିଡିଆ ପ୍ରଦର୍ଶନୀ ଉଦ୍‌ଘାଟିତ ହୋଇଛି । କଟକ ଲୋକସଭା ସାଂସଦ ଶ୍ରୀ ଭର୍ତୃହରି ମହତାବ ମୁଖ୍ୟ ଅତିଥି ଭାବେ ଯୋଗଦେଇ ଏହି ପ୍ରଦର୍ଶନୀକୁ ଉଦ୍‌ଘାଟନ କରିଥିଲେ । ଉଦ୍‌ଘାଟନୀ ସମାରୋହକୁ ସମ୍ବୋଧିତ କରି ଶ୍ରୀ ମହତାବ ମହାତ୍ମା ଗାନ୍ଧୀଙ୍କ ସ୍ମୃତିଚାରଣ କରିଥିଲେ ଏବଂ ଓଡ଼ିଶା ସହ ତାଙ୍କ ସମ୍ପର୍କକୁ ସ୍ମରଣ କରିଥିଲେ । ଏହି ଅବସରରେ ଏକ ବିଶାଳ ସଚେତନତା ରାଲି ପ୍ରଦର୍ଶନୀ ପ୍ରାଙ୍ଗଣରୁ ବାହାରି ବିଶ୍ୱବିଦ୍ୟାଳୟ କ୍ୟାମ୍ପସ ପରିକ୍ରମା କରିଥିଲା । ଏହି ରାଲି ମାଧ୍ୟମରେ ସ୍ୱଚ୍ଛ ଭାରତ, ସବୁଜ ଭାରତ ଏବଂ ଏକକ ପ୍ଲାଷ୍ଟିକର ବ୍ୟବହାର ବର୍ଜନ କରିବା ନିମନ୍ତେ ସଚେତନତା ସୃଷ୍ଟି କରାଯାଇଥିଲା ।
ଉଦ୍‌ଘାଟନୀ ସମାରୋହରେ ରେଭେନ୍ସା ବିଶ୍ୱବିଦ୍ୟାଳୟର କୁଳପତି ପ୍ରଫେସର ଇଶାନ କୁମାର ପାତ୍ର, ସୂଚନା ଓ ପ୍ରସାରଣ ମନ୍ତ୍ରଣାଳୟର ଅତିରିକ୍ତ ମହାନିର୍ଦ୍ଦେଶକ ଓ ଅତିରିକ୍ତ ପ୍ରେସ ରେଜିଷ୍ଟ୍ରାର (ଓଡ଼ିଶା) ଶ୍ରୀ ଶୈଳେଶ କୁମାର ମାଲବ୍ୟ, ଆଂଚଳିକ ଜନସମ୍ପର୍କ ବ୍ୟୁରୋର ନିର୍ଦ୍ଦେଶକ ଶ୍ରୀ ଅଖିଳ କୁମାର ମିଶ୍ର, ରେଭେନ୍ସାର କୁଳସଚିବ ଶ୍ରୀ ଅଶୋକ କୁମାର ଦାସ, କଟକର ଅତିରିକ୍ତ ଜିଲ୍ଲାପାଳ ଶ୍ରୀ ବିଜୟ କୁମାର ଖଣ୍ଡାୟତରାୟ ଆଦି ଉପସ୍ଥିତ ଥିଲେ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ