କର୍କଟ ପୀଡ଼ିତଙ୍କ ଉଦ୍ଦେଶ୍ୟରେ ପ୍ରତିଷ୍ଠା ହେଲା ସମାଜମଙ୍ଗଳ ହୁଣ୍ଡି

କୃଷ୍ଣଶରଣପୁର (ଯୁଗାବ୍ଦ ନ୍ୟୁଜ): ସମାଜରେ ଅସହାୟ କର୍କଟ ପୀଡିତ/ପୀଡ଼ିତାମାନଙ୍କ ଉଦ୍ଦେଶ୍ୟରେ ରାଜ୍ୟରେ ପ୍ରତିଷ୍ଠା କରାଯାଇଥିବା ସମାଜମଙ୍ଗଳ ହୁଣ୍ଡି ମୋହିତ ଫାଉଣ୍ଡେସନ ଭୁବନେଶ୍ୱର ଆନୁକୁଲ୍ୟରେ କୃଷ୍ଣଶରଣପୁର ମାର୍କେଟ କମ୍ପେ୍ଲକ୍ସ, ପଟିଆ, ଭୁବନେଶ୍ୱରଠାରେ ପ୍ରତିଷ୍ଠା କରାଯାଇଛି । ଓଡ଼ିଶା ସମାଜସେବୀ ମହାସଂଘର ରାଜ୍ୟ ସଭାପତି ତଥା ସମାଜମଙ୍ଗଳ ହୁଣ୍ଡିର ପ୍ରତିଷ୍ଠାତା ବାପୁ ଓଝାଙ୍କ ସଭାପତିତ୍ୱରେ ଅନୁଷ୍ଠିତ କାର୍ଯ୍ୟକ୍ରମରେ ସମ୍ମାନିତ ଅତିଥି ଭାବେ ବିଶିଷ୍ଟ ସମାଜସେବୀକା ଲିପିକା ରାୟ, ଯୁବ ସମାଜସେବୀ ରଞ୍ଜନ କୁମାର ବେହେରା, ଦୀପକ କୁମାର ବାରିକ, ରୋହିତ କୁମାର ନାୟକ, ସମାଜସେବୀ ଭୁବନ ମୋହନ ଦାସ ଅତିଥି ଭାବେ ଯୋଗ ଦେଇଥିଲେ । ଏହି କାର୍ଯ୍ୟକ୍ରମରେ ମୋହିତ ଫାଉଣ୍ଡେସନର ମୁଖ୍ୟ ଉପଦେଷ୍ଟା ବିଜୟ କୁମାର ମଲ୍ଲିକ, ଉପସଭାପତି ସୁରେନ୍ଦ୍ର ସାହୁ, ଅଗ୍ରଣୀ ସଭ୍ୟ ନିହାର ରଞ୍ଜନ ଦାଶ ଓ କୁନିଝିଅ ଶୁଭଶ୍ରୀ ପ୍ରିୟଦର୍ଶିନୀ ପ୍ରମୁଖ ଯୋଗଦେଇ ସହଯୋଗ କରିଥିଲେ । ଏହି ସମ୍ପୂର୍ଣ୍ଣ କାର୍ଯ୍ୟକ୍ରମକୁ ମୋହିତ ଫାଉଣ୍ଡେସନର ଅଧ୍ୟକ୍ଷ ସୀମାଞ୍ଚଳ ପତ୍ରି ପରିଚାଳନା କରିଥିଲେ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ