ଦିଗପହଣ୍ଡିରେ ବିଜେଡ଼ି ପକ୍ଷରୁ ବିଜୁବାବୁଙ୍କ ୧୦୫ ତମ ଜନ୍ମଜୟନ୍ତୀ ପାଳନ

ଦିଗପହଣ୍ଡି, (ଓ୍ବାଇଏନ୍ଏସ୍):ଦିଗପହଣ୍ଡିରେ କଳିଙ୍ଗ ବୀର ତଥା ପ୍ରବାଦ ପୁରୁଷ ବିଜୁ ବାବୁଙ୍କର ୧୦୫ ତମ ଜନ୍ମ ଜୟନ୍ତୀ ମହୋତ୍ସବ ଶୁକ୍ରବାର ମହାସମାରୋହରେ ଅନୁଷ୍ଠିତ ହୋଇଯାଇଛି।ଦିଗପହଣ୍ଡି ନଗର ବିଜେଡ଼ି ଓ ବିଜେଡି ବ୍ଳକ କମିଟି ପକ୍ଷରୁ ସମାନ୍ତରାଳ ଭାବେ ପୃଥକ ସ୍ଥାନରେ ଏହି ଜୟନ୍ତୀ ମହୋତ୍ସବ କୁ ପାଳନ କରାଯାଇଥିବା ରୁ ଏନେଇ ସ୍ଥାନୀୟ ଅଞ୍ଚଳରେ ଦିନ ସାରା ଭିନ୍ନ ଚର୍ଚ୍ଚା ଲାଗିରହିଥିଲା। ବହୁ ସଂଖ୍ୟକ ଦଳୀୟ କର୍ମୀ କେଉଁ ସଭା ସମାବେଶ କୁ ଯିବେ ସେନେଇ ସନ୍ଦିହାନ ହୋଇ ପଡ଼ିବା ସହ ଚିନ୍ତିତ ହୋଇ ପଡ଼ିଥିଲେ। ଅନେକ ଶୃଙ୍ଖଳିତ ବିଜେଡ଼ି ନେତୃବୃନ୍ଦ ଉଭୟ କାର୍ଯ୍ୟକ୍ରମ କୁ ବର୍ଜନ କରିବା ସହ ନିଜକୁ ଦଳୀୟ କନ୍ଦଳ ଠାରୁ ଦୂରେଇ ରଖିଥିବା ନେଇ ସେମାନଙ୍କ ପ୍ରତିକ୍ରିୟା ରେ ଜଣାଇଛନ୍ତି। ସକାଳେ ଦିଗପହଣ୍ଡି ବ୍ଳକର ୨୫ ଟି ପଞ୍ଚାୟତ ଅଧିନ ବିଭିନ୍ନ ଗ୍ରାମର ବିଜୁ ଜନତା ଦଳ କର୍ମୀ, ନେତୃବୃନ୍ଦ ଏକତ୍ରିତ ହୋଇ ଦିଗପହଣ୍ଡି ପୁଞ୍ଜି କଁ ୟା ଛକ ନିକଟରେ ଥିବା ପ୍ରବାଦ ପୁରୁଷ ବିଜୁ ପଟ୍ଟନାୟକଙ୍କ ପ୍ରତିମୂର୍ତ୍ତିରେ ପୁଷ୍ପ ମାଲ୍ୟାର୍ପଣ କରିଥିଲେ । ଏହି ଅବସରରେ ବ୍ଲକ ସରପଞ୍ଚ ସଂଘ ସଭାପତି ହରିବନ୍ଧୁ ରେଡ୍ଡୀଙ୍କ ନେତୃତ୍ୱରେ ଏକ ବିଶାଳ ବାଇକ ରାଲି ବମକୋଇ ଗ୍ରାମଠାରୁ ବାହାରି ବିଜୁବାବୁ ଅମର ରହେ ସମେତ ମୁଖ୍ୟମନ୍ତ୍ରୀ ନବୀନ ବାବୁ ଜିନ୍ଦାବାଦ, ବିଜେଡ଼ି ଜିନ୍ଦାବାଦ ଧ୍ବନି ଦେଇ ଦଳୀୟ କର୍ମୀ ମାନେ ଦିଗପହଣ୍ଡିରେ ପହଞ୍ଚିଥିଲେ । ଏହାପରେ ଦଳୀୟ କର୍ମୀଙ୍କ ଉପସ୍ଥିତିରେ ଏକ ସ୍ମୃତି ସଭା ଅନୁଷ୍ଠିତ ହୋଇଥିଲା । ବ୍ଳକ ବିଜେଡି ସଭାପତି ଉଦୟନାଥ ସ୍ବାଇଁଙ୍କ ଅଧ୍ୟକ୍ଷତାରେ ଆୟୋଜିତ ସଭାକାର୍ଯ୍ୟରେ ଦିଗପହଣ୍ଡି ବ୍ଲକ ଅଧ୍ୟକ୍ଷ ବିପିନ ଚନ୍ଦ୍ର ପ୍ରଧାନ ମୁଖ୍ୟ ଅତିଥିଭାବେ ଯୋଗ ଦେଇଥିଲେ । ସେହିପରି ବ୍ଳକ ଉପାଧ୍ୟକ୍ଷା ପ୍ରତିନିଧି ଏମ୍ . ନିରଞ୍ଜନ ରେଡ୍ଡୀ , ସରପଞ୍ଚ ସଂଘ ସଭାପତି କେ . ହରିବନ୍ଧୁ ରେଡ୍ଡୀ , ପଦ୍ମନାଭପୁୁର ସରପଞ୍ଚ ବି . କ୍ରିଷ୍ଣାରାଓ ସୁବୁଦ୍ଧି , ପୂର୍ବତନ ସରପଞ୍ଚ ଅସିତ କୁମାର ସାହୁ ,ବିଜେଡି ମହିଳା ସଭାନେତ୍ରୀ ଉମା ମହେଶ୍ୱରୀ ସେଠୀ , ପୂର୍ବତନ ଜିଲ୍ଲା ପରିଷଦ ସଭ୍ୟ ରବିଚନ୍ଦ୍ର ଗୈାଡ , ଜକର ସରପଞ୍ଚ ଚୈତନ୍ୟ ପ୍ରଧାନ , ବାସୁଦେବପୁର ସରପଞ୍ଚ ରବୀନ୍ଦ୍ର ପାଢ଼ୀ ପ୍ରମୁଖ ସମ୍ମାନିତ ଅତିଥି ରୂପେ ମଞ୍ଚାସୀନ ଥିଲେ । ଏହି ଅବସରରେ ଅତିଥିବୃନ୍ଦ ସେମାନଙ୍କ ଉଦବୋଧନ ରେ ପ୍ରବାଦ ପୁରୁଷ ବିଜୁବାବୁଙ୍କ ଆଦର୍ଶ ରେ ଅନୁପ୍ରାଣିତ ବିଜୁ ଜନତା ଦଳ ସମଗ୍ର ଓଡ଼ିଶାରେ ନିଜର ପରାକାଷ୍ଠା କୁ ଦୀର୍ଘବର୍ଷ ଧରି ରାଜ୍ୟବାସୀଙ୍କ ଆତ୍ମା ରେ ସ୍ଥାନ ସୃଷ୍ଟି କରିପାରିଛି। ବିଜୁବାବୁଙ୍କ ଚିନ୍ତାଧାରା , କର୍ମନିଷ୍ଠା , ତ୍ୟାଗ ଏବଂ ଦୁଃସାହସିକ ପାଇଁ ଆଜି ସାରା ରାଜ୍ୟ ତାଙ୍କୁ ମନେ ପକାଉଥିବା ନେଇ ଅତିଥିବୃନ୍ଦ ତାଙ୍କ ଭାଷଣ ରେ ଉଲ୍ଲେଖ କରିଥିଲେ। ଶେଷରେ ଜକର ପଞ୍ଚାୟତ ସରପଞ୍ଚ ଚୈତନ୍ୟ ପ୍ରଧାନ ଧନ୍ୟବାଦ ଅର୍ପଣ କରିଥିଲେ । ବ୍ଳକ ବିଜେଡି ପକ୍ଷରୁ ଅନୁଷ୍ଠିତ କାର୍ଯ୍ୟକ୍ରମ ରେ ନିମଖଣ୍ଡିପେଣ୍ଠ ସରପଞ୍ଚ ବିଭୂତି ଭୂଷଣ ମହାପାତ୍ର , ଆଙ୍କୋରଡା ସରପଞ୍ଚ ଉଷାନ୍ତ ସାହୁ , କଇଠଖଣ୍ଡି ସରପଞ୍ଚ ପ୍ରତିନିଧି କୀର୍ତ୍ତିଚନ୍ଦ୍ର ଗୈାଡ , ସିଦ୍ଧେଶ୍ୱର ସରପଞ୍ଚ ପ୍ରତିନିଧି ସରୋଜ ଜେନା , କରପଡା ସରପଞ୍ଚ ପ୍ରତିନିଧି ବିଶ୍ଵନାଥ ପ୍ରଧାନ , ଗୈାଡଗାଁ ସରପଞ୍ଚ କୃଷ୍ଣଚନ୍ଦ୍ର ସାହୁ , କଇଠଡା ସରପଞ୍ଚ ଭୀମସେନ ସାହୁ , ବମକୋଇ ସରପଞ୍ଚ ପ୍ରତିନିଧି ଭଗବାନ ବାଡତ୍ୟା , ଜିଲ୍ଲା ପରିଷଦ ସଭ୍ୟା କୁରୀ ସେଠୀ , କୃଷ୍ଣଚନ୍ଦ୍ର ସେଠୀ , ବ୍ଳକ ବିଜେଡି ଛାତ୍ର ସଭାପତି ରାଜକିଶୋର ମହାନ୍ତି , ସଂପାଦକ ବିକ୍ରମ ସିଂ , ପୂର୍ବତନ ସରପଞ୍ଚ କେ. ସଞ୍ଜୀବ ରେଡ୍ଡୀ , ବିଜୟ ପ୍ରଧାନ , ନାଏବ ସରପଞ୍ଚ ଜଗନ୍ନାଥ ପ୍ରଧାନ , ମାଗତା ଡାକୁଆ ସମେତ ବହୁ କର୍ମୀ ଉପସ୍ଥିତ ରହିଥିଲେ । ସେହିପରି ସନ୍ଧ୍ୟାରେ ଦିଗପହଣ୍ଡି ବଜାର ଗାନ୍ଧୀ ଛକ ରେ ନଗର ବିଜେଡି ପକ୍ଷରୁ ଆୟୋଜିତ ସାଧାରଣ ସଭାରେ ପୂର୍ବତନ ନଗରପାଳ ଭି. ରବିନାରାୟଣ ରାଜୁଙ୍କ ଅଧ୍ୟକ୍ଷତା କରିଥିଲେ। ଆୟୋଜିତ ସଭାରେ ବିଜେଡ଼ି ଜିଲ୍ଲା ସମ୍ପାଦକ ବି. କ୍ରିଷ୍ଣା ରାଓ ସୁବୁଦ୍ଧି, ଜିଲ୍ଲା ବିଜେଡ଼ି ଯୁବ ସଭାପତି ଲକ୍ଷ୍ମଣ ଚୌଧୁରୀ , ଦିଗପହଣ୍ଡି ବ୍ଲକ ଉପାଧ୍ୟ କ୍ଷା ପ୍ରତିନିଧି ଏମ୍. ନିରଞ୍ଜନ ରେଡ୍ଡୀ, ରାଜ୍ୟ ବିଜେଡି ଛାତ୍ର ସଂପାଦକ ସୁନୀଲ ମହାଙ୍କୁଡ , ପୂର୍ବତନ କାଉନସିଲର ପୂର୍ବତନ କାଉନସିଲର ନିରୂପମା ପଟ୍ଟନାୟକ , ଶିବ ଶଙ୍କର ଦେବ ଗୋସ୍ୱାମୀ, ମାଗୀ ସେଠୀ , ପୂର୍ବତନ ସରପଞ୍ଚ ଉମା ମହେଶ୍ଵରୀ ସେଠୀ, ପ୍ରଶାନ୍ତ ପ୍ରଧାନ, ସରସ୍ଵତୀ ଗୈାଡ ଙ୍କ ସମେତ ବହୁ ଦଳୀୟ ନେତୃବୃନ୍ଦ ଉଦବୋଧନ ଦେଇଥିଲେ। ପୂର୍ବାହ୍ନ ରେ ସ୍ଥାନୀୟ ବିଜେଡି କାର୍ଯ୍ୟାଳୟରେ ବିଜୁବାବୁଙ୍କ ଜନ୍ମଜୟନ୍ତୀ ପାଳନ ଅବସରରେ ବିଜୁବାବୁ ଙ୍କ ଫଟୋ ଚିତ୍ରରେ ମାଲ୍ୟାର୍ପଣ କରାଯିବା ସହ ସ୍ମୃତି ଚାରଣ କରିଥିଲେ। ପରେ ଦଳୀୟ ନେତୃବୃନ୍ଦ ଦିଗପହଣ୍ଡି ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ରରେ ପହଞ୍ଚି ରୋଗୀମାନଙ୍କୁ ଫଳ ଓ ମିଷ୍ଟାନ୍ନ ବଣ୍ଟନ କରିଥିଲେ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ