ରାଜଧାନୀରେ ଯୁବକଙ୍କୁ ନିର୍ମମ ହତ୍ୟା
ଭୁବନେଶ୍ବର, (ୱାଇଏନ୍ଏସ୍): ରାଜଧାନୀରେ ଦିନ ଦ୍ୱିପ୍ରହରରେ ୨ ଜଣ ଦୁର୍ବୃତ୍ତ ଯୁବକଙ୍କୁ ଗୋଡାଇ ଗୋଡାଇ ହାଣିବା ପରି ଅଭାବନୀୟ ଘଟଣା ଦେଖିବାକୁ ମିଳିଛି । ଭୁବନେଶ୍ୱର ସିଆରପି ଛକଠାରେ ଘଟଣା ଘଟିଛି । ଯୁବକ ଜଣକ ଜଣେ ଗାଡ଼ି ଚାଳକ । ଯୁବକଙ୍କୁ ଦୁର୍ବୃତ୍ତ କାହିଁକି ହାଣିଲେ କାରଣ ଏଯାବତ୍ ଅସ୍ପଷ୍ଟ । ଗଣ୍ଡଗୋଳରେ ସମ୍ପୃକ୍ତ ତିନି ଜଣ ଯୁବକଙ୍କ ଘର ସାଲିଆସାହି । ଦୀର୍ଘଦିନ ଧରି ସେମାନଙ୍କ ମଧ୍ୟରେ ପାରିବାରିକ କଳହ ଲାଗି ରହିଥିଲା । ଆଜି ସୁଯୋଗ ପାଇଁ ଜଟିଆ ନାମକ ଯୁବକଙ୍କୁ ଆକ୍ରମଣ କରିଥିଲେ ଅନ୍ୟ ଦୁଇ ଜଣ । ଧାରୁଆ ଅସ୍ତ୍ରରେ ଆକ୍ରମଣ କରିଥିବା ସୂଚନା ରହିଛି । ଯୁବକ ଜଣଙ୍କୁ ଗୁରୁତର ଅବସ୍ଥାରେ ଡାକ୍ତରଖାନାରେ ଭର୍ତ୍ତି କରାଯାଥିଲା। ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ ।