କୃଷି ବିଜ୍ଞାନ କେନ୍ଦ୍ରରେ ବିଶ୍ୱ ମହିଳା ଦିବସ ଅନୁଷ୍ଠିତ
ମୋହନା(ଅଂଶୁମାନ ପଣ୍ଡ): ଗଜପତି ଜିଲ୍ଲା ରା.ଉଦୟଗିରିଠାରେ ନାରୀ ଆଉ ଅବଳା କି ଦୁର୍ବଳା ହୋଇ ରହିନାହିଁ। ବର୍ତ୍ତମାନର ସମାଜ ମହିଳାଙ୍କୁ ନିଜ ଅଧିକାର ସାବ୍ୟସ୍ତ କରିବାକୁ ସୁଯୋଗ ଦେଇଛି । ମହିଳା ପୁରୁଷ ସଙ୍ଗେ କାନ୍ଧ କୁ କାନ୍ଧ ମିଳାଇ ସମାନ ହୋଇ ଆଗକୁ ବଢୁଛି। ମହିଳାଙ୍କୁ ସମ୍ମାନ ଦେଇ ସ୍ୱତନ୍ତ୍ର ଭାବେ ଆଜି ବିଶ୍ୱରେ ପାଳିତ ହେଉଛି ” ବିଶ୍ୱ ମହିଳା ଦିବସ “। ରାଜ୍ୟ ସରକାରଙ୍କ ବିଭିନ୍ନ ଯୋଜନା ମାଧ୍ୟମରେ ନାରୀ ସଶକ୍ତିକରଣ ଦିଗରେ ଦୃଷ୍ଟାନ୍ତମୂଳକ ଉଦାହରଣର ସୃଷ୍ଟି କରିଛି। ଯାହାକୁ ଆଧାର କରି ପ୍ରଶାସନ ପକ୍ଷରୁ ବିଶ୍ୱ ମହିଳା ଦିବସ ଅତି ଗୁରୁତ୍ୱ ସହ ପାଳନ କରାଯାଉଛି। ଗଜପତିଜିଲ୍ଲା ଆର.ଉଦୟଗିରିରେ ଥିବା କୃଷି ବିଜ୍ଞାନ କେନ୍ଦ୍ର ପକ୍ଷରୁ ଏସଂକ୍ରାନ୍ତରେ ଆୟୋଜିତ ସାଧାରଣ ସଭାରେ ଉପ ଉଦ୍ୟାନ କୃଷି ନିର୍ଦେଶକ -କେ ସୁଦର୍ଶନ ରାଓ ମୂଖ୍ୟ ଅତିଥି ଭାବେ ଯୋଗ ଦେଇ ବର୍ତ୍ତମାନର ସମାଜରେ ନାରୀର ସ୍ଥାନ ଉଚ୍ଚରେ ରହିଛି । ବିକାଶ ନିମନ୍ତେ ମହିଳାଙ୍କ ଅବଦାନ ଯଥେଷ୍ଟ ରହିଛି ବୋଲି ମତପୋଷଣ କରିଛନ୍ତି। ଏହି ଅବସରରେ ମହିଳା ମା ମାନେ ଉକ୍ତ କାର୍ଯ୍ୟକ୍ରମରେ ଯୋଗଦେଇ ସେମାନେ ଯେପରି ବିଭିର୍ଣ୍ଣ ପ୍ରକାର ଚାଷକାର୍ଯ୍ୟ ବା କୃଷି କାର୍ଯ୍ୟ କରି ନିଜେ ସ୍ୱାବଲମ୍ବୀ ହୋଇପାରିବେ ସେଥିଲାଗି ସେମାନଙ୍କୁ ପ୍ରବର୍ତାଇଥିଲେ !


