ଛବିନ୍ଦ୍ର ମେମୋରିଆଲ କ୍ରିକେଟ ଟୁର୍ଣ୍ଣାମେଣ୍ଟ ଫାଇନାଲରେ ବ୍ରହ୍ମପୁର କ୍ଲବ

ପାରାଦୀପ, (ପୀତବାସ ପ୍ରଧାନ):ଛବିନ୍ଦ୍ର ମେମୋରିଆଲ ଜିଲ୍ଲାସ୍ତରୀୟ କ୍ରିକେଟ ଟ୍ରଫିର ଦ୍ୱିତୀୟ ବାର୍ଷିକ ସଂସ୍କରଣର ଆଜି ପଂଚମ ତଥା ସେମିଫାଇନାଲ ମ୍ୟାଚ ଶେଷ ହୋଇଛି । ପାରାଦୀପ ଏନଏସି ପଡିଆରେ ଚାଲିଥିବା ଏହି ଜିଲ୍ଲାସ୍ତରୀୟ କ୍ରିକେଟ ସେମିଫାଇନାଲ ମ୍ୟାଚରେ ବାଲେଶ୍ୱର କ୍ରିକେଟ କ୍ଲବ ବ୍ରହ୍ମପୁର କ୍ରିକେଟ କ୍ଲବକୁ ଭେଟିଥିଲା । ଟସ ଜିତି ବାଲେଶ୍ୱର କ୍ଲବ ପ୍ରଥମେ ବ୍ୟାଟିଂ କରି ୨୪ଓଭରରେ ୧୨୪ରନ୍ କରି ସମସ୍ତ ୱିକେଟ ହରାଇ ଥିଲା । ଦଳ ପକ୍ଷରୁ ସବ୍ୟସାଚୀ ଆଚାର୍ଯ୍ୟ ସର୍ବାଧିକ ୨୮ବଲରେ ୩୫ରନ୍ କରିଥିଲେ । ବ୍ରହ୍ମପୁର କ୍ଲବର ପି.ସନ୍ତୋଷ ରେଡ୍ଡି ୫ଓଭରରେ ୨୯ରନ୍ ଦେଇ ୩ଟି ୱିକେଟ ଅକ୍ତିଆର କରିଥିଲେ । ୧୨୪ରନ୍ ର ପିଛା କରି ବ୍ରହ୍ମପୁର କ୍ରିକେଟ କ୍ଲବ ୨୨.୩ଓଭରରେ ୫ୱିକେଟ ହରାଇ ୧୨୭ ରନ୍ କରି ବିଜୟୀ ହୋଇ ଫାଇନାଲକୁ ପ୍ରବେଶ କରିଛି । ବ୍ରହ୍ମପୁର କ୍ଲବର ଚନ୍ଦନ ପ୍ରଧାନ ସର୍ବାଧିକ ୫୧ରନ୍ ସଂଗ୍ରହ କରିଥିଲେ । ଆଜିର ଖେଳରେ ବ୍ରହ୍ମପୁରର ପି.ସନ୍ତୋଷ ରେଡ୍ଡିଙ୍କୁ ମ୍ୟାନ ଅଫ ଦି ମ୍ୟାଚ ପୁରସ୍କାର ପ୍ରଦାନ କରାଯାଇଥିଲା । ଏହି ମ୍ୟାଚରେ ମନୋରଂଜନ ତରାଇ ଓ ରବିନ୍ଦ୍ର ରାଉତ ଖେଳ ପରିଚାଳନା କରିଥିଲେ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ