ଜଙ୍ଗଲ ପୋଡ଼ି ଓ ପଟା ଚୋରି ଅଭିଯୋଗ ୨ ଗିରଫ

ବାଲିଗୁଡା, (ସଞ୍ଜୟ କୁମାର ପାଣିଗ୍ରାହୀ) : କନ୍ଧମାଳ ଜିଲାରେ ଏବେ ମଧ୍ୟ ଜଳୁଛି ଜଙ୍ଗଲ। ତେବେ ଦିନକୁ ଦିନ ଜଙ୍ଗଲ ପୋଡି ଅଭିଯୋଗରେ ଗିରଫ ସଂଖ୍ୟା ମଧ୍ୟ ବୃଦ୍ଧି ପାଉଛି। କନ୍ଧମାଳ ଜିଲ୍ଲା ଫୁଲବାଣୀ ବନଖଣ୍ଡ ଅନ୍ତର୍ଗତ ରାଇକିଆ ବ୍ଳକର କରଡ଼ା ବନାଞ୍ଚଳ ପକ୍ଷରୁ ଜଙ୍ଗଲ ପୋଡି ଓ ପଟାକାଠ ଚୋରି ଅଭିଯୋଗରେ ୨ ଜଣକୁ ଗିରଫ କରାଯାଇଛି।ଖବର ପ୍ରକାରେ ଶୁକ୍ରବାର ପ୍ରାୟ ୧୨ଟା ସମୟରେ ବଡବାରବା ଜଙ୍ଗଲରୁ କନାଡ଼ି ଗ୍ରାମର ସୁଦାମ ପ୍ରଧାନ ଓ କାଳିଆ ନାୟକ ବାରବା ଜଙ୍ଗଲରେ ନିଆଁ ଲଗାଇବା ଏବଂ ପଟାପାଇଁ ଗଛକାଟି ଚୋରି କରୁଥିବା ବେଳେ ବନବିଭାଗର ଫରେଷ୍ଟର ଅଜିତ୍ କୁମାର ପ୍ରଧାନ ଓ ଫରେଷ୍ଟ୍ରଗାର୍ଡ ରାଜେନ୍ଦ୍ର କହଁରଙ୍କ ହାବୁଡ଼ରେ ପଇଥିଲେ। ସେମାନଙ୍କ ଠାରୁ ଦିଆସିଲି , ପଟାକାଠ ସହିତ କୁରାଡ଼ି ଜବତ କରାଯାଇ ଦୁଇଟି ମାମଲା କରାଯିବା ସହିତ ଉଭୟଙ୍କୁ ଗିରଫ କରି କୋର୍ଟ ଚାଲାଣ କରାଯାଇଛି। ଦୁଇଦିନ ପୂର୍ବରୁ ସେହି ଅଞ୍ଚଳରେ ଜଣେ ମହିଳାଙ୍କୁ ମଧ୍ୟ ଜଙ୍ଗଲ ପୋଡ଼ି ଅଭିଯୋଗରେ ଗିରଫ କରାଯାଇଥିଲା।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ