ଓଡିଶାରେ ଶ୍ରମ ମନ୍ତ୍ରୀ
ଭୁବନେଶ୍ୱର , (ଯୁଗାବ୍ଦ ନ୍ୟୁଜ) : ମଙ୍ଗଳବାର ଭୁବନେଶ୍ୱରଠାରେ ରାଜ୍ୟର ଶ୍ରମ ମନ୍ତ୍ରୀ ଓ ଶ୍ରମ ସଚିବମାନଙ୍କ ଏକ ସମ୍ମିଳନୀ କେନ୍ଦ୍ର ଶ୍ରମ ମନ୍ତ୍ରୀ ସନ୍ତୋଷ ଗଙ୍ଗୱାରଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଯାଇଛି । ଏହି ସମ୍ମିଳନୀରେ ଶ୍ରମିକମାନଙ୍କ ପାଇଁ କେନ୍ଦ୍ରୀୟ ଯୋଜନା ପ୍ରଣୟନ କରାଯାଇ କିପରି ସେମାନଙ୍କର ବିକାଶ କରାଯିବ ସେ ସମ୍ପର୍କରେ ଆଲୋଚନା କରାଯାଇଥିଲା । ଉକ୍ତ କାର୍ଯ୍ୟକ୍ରମରେ ଓଡ଼ିଶା, ବିହାର, ଝାଡ଼ଖଣ୍ଡ, ଛତିଶଗଡ଼, ପଶ୍ଚିମବଙ୍ଗ, ଆଣ୍ଡାମାନ ଓ ନିକୋବର ଦ୍ବୀପପୁଞ୍ଜର ଶ୍ରମ ମନ୍ତ୍ରୀ ଓ ସଚିବମାନେ ପ୍ରମୁଖ ଉପସ୍ଥିତ ଥିଲେ । ଉକ୍ତ କାର୍ଯ୍ୟକ୍ରମରେ ଯୋଗଦେଇ କେନ୍ଦ୍ର ଶ୍ରମ ମନ୍ତ୍ରୀ ସନ୍ତୋଷ ଗଙ୍ଗୱାର ପ୍ରତି ଜିଲ୍ଲାରେ ଇଏସଆଇ ହସ୍ପିଟାଲ ପ୍ରତିଷ୍ଠା କରାଯିବା ସୁଚନା ଦେଇ ପ୍ରତି ୨୦ ହଜାର ଶ୍ରମିକଙ୍କ ପାଇଁ ୩୦ ଶଯ୍ୟା ବିଶିଷ୍ଟ ହସ୍ପିଟାଲ ଖୋଲାଯିବ କହିଛନ୍ତି ।


