ରାଜ୍ୟରେ ବୃଦ୍ଧି କରାଯାଇଛି ୭ଶହ ଟିକାକରଣ ସେଣ୍ଟର
ଭୁବନେଶ୍ୱର (ୱାଇଏନ୍ଏସ୍) ରାଜ୍ୟରେ ଏବେ ଦ୍ୱିତୀୟ ପର୍ୟ୍ୟାୟ ଟିକାକରଣ ଚାଲିଥିବା ବେଳେ ସ୍ୱାସ୍ଥ୍ୟକର୍ମୀ ଓ ସମ୍ମୁଖ ଯୋଦ୍ଧାଙ୍କ ଟିକାକରଣ ଟାର୍ଗେଟ ପାଖାପାଖି ହାସଲ କରିଛନ୍ତି ରାଜ୍ୟ ସରକାର। ଏବେ ବୟସ୍କ ଲୋକଙ୍କ ଟିକାକରଣ ଉପରେ ଗୁରିତ୍ୱ ଦିଆଯାଉଛି। ଖରାକୁ ଦୃଷ୍ଟିରେ ରଖି ଆହୁରି ୭ଶହ ସେଣ୍ଟର ବୃଦ୍ଧି କରାଯାଇଛି। ଆଗକୁ ସେଣ୍ଟର ସଂଖା ଆହୁରି ବଢ଼ାଯିବ । ପ୍ରତିଦିନ ୧ ଲକ୍ଷ ବୟସ୍କ ଲୋକଙ୍କୁ ଟିକାକରଣ ଟାର୍ଗେଟ ରହିଛି। ଏଣିକି ରବିବାର ଓ ଛୁଟିଦିନ ବ୍ୟତୀତ ସବୁ ଦିନ ଟିକାକରଣ ଚାଲିବ ବୋଲି ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ନିର୍ଦ୍ଦେଶକ ଡାକ୍ତର ବିଜୟ ପାଣିଗ୍ରାହୀ କହିଛନ୍ତି।


