ପ୍ରଧାନମନ୍ତ୍ରୀଙ୍କ ଟିକାକରଣ ବ୍ୟବସ୍ଥାକୁ ଧନ୍ୟବାଦ ଦେଲେ ବ୍ରହ୍ମପୁର ବିଜେପି

ବ୍ରହ୍ମପୁର, (ଓ୍ବାଇଏନ୍ଏସ୍):କରୋନାକୁ ପ୍ରତିହତ କରିବା ପାଇଁ ସାରା ଦେଶରେ ଟିକା କରଣ ଜାରି ରହିଛି । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ସାରା ଦେଶବାସୀଙ୍କୁ ସମ୍ପୁର୍ଣ୍ଣ ଟିକା କରଣ କରିବା ନେଇ ନେଇଥିବା ଉଦ୍ୟମକୁ ବ୍ରହ୍ମପୁର ବିଜେପି ତରଫରୁ ଧନ୍ୟବାଦ ଦେବା ସହ ସ୍ୱାଗତ କରାଯାଇଥିଲା । ଆଜି ବ୍ରହ୍ମପୁର ଆଗାସାହି ସ୍ଥିତ ପ୍ରାଥମିକ ସ୍ୱାସ୍ଥ୍ୟ କେନ୍ଦ୍ରରେ ଚାଲିଥିବା ଟିକା କରଣ ସମୟରେ ଜିଲ୍ଲା ବିଜେପି ସଭାପତି ବିଭୂତି ଭୂଷଣ ଜେନାଙ୍କ ସମେତ ବରିଷ୍ଠ ନେତା କାହ୍ନୁ ପତି,ପ୍ରଭାତ କିରଣ ଷଡଙ୍ଗୀ,ବିନାୟକ ରଥ ,ଟୁଙ୍ଗୁରୁ ପାତ୍ର ଉପସ୍ଥିତ ରହି ଟିକା ନେବା ପାଇଁ ଆସିଥିବା ସମସ୍ତ ବରିଷ୍ଠ ନାଗରିକ ମାନଙ୍କୁ ସ୍ୱାଗତ କରିବା ସହ ପ୍ରଧାନମନ୍ତ୍ରୀଙ୍କ ଟିକାକରଣ ବ୍ୟବସ୍ଥାକୁ ସଫଳ କରି କରୋନାକୁ ସମୂଳେ ନିପାତ କରିବା ଓ ସମସ୍ତ ଜନସାଧାରଣ ଯେଉଁଭଳି ସୁସ୍ଥମୟ ଜୀବନ ଯାପନ କରିପାରିବେ ସେଥିପ୍ରତି ସଜାଗ ରହିବାକୁ ସଚେତନ କରିଥିଲେ । ଦେଶରେ ଯେଉଁଭଳି କରୋନା ପୁଣି ପ୍ରତ୍ୟାବର୍ତନ ହୋଇ ଭୟ ସୃଷ୍ଟି କରିଛି ତାକୁ ଆଖି ଆଗରେ ରଖି ସମସ୍ତେ ଯେପରି ମୋଦିଙ୍କ ଟିକାକରଣ ଯୋଜନାରୁ ସୁଫଳ ପାଇପାରିବେ ସେନେଇ ଦୃଷ୍ଟି ଆକର୍ଷଣ କରାଯାଇଥିଲା । ଏହି କାର୍ଯ୍ୟକ୍ରମରେ ଟିକା କରଣ ପାଇଁ ଆସିଥିବା ଜନସାଧାରଣଙ୍କୁ ପ୍ରବଳ ଗ୍ରୀଷ୍ଣ ପ୍ରବାହକୁ ଦୃଷ୍ଟିରେ ରଖି ପାନୀୟ ଜଳ ଓ ଓଆରଏସ ବଂଟନ କରାଯାଇ ଟିକା ନେବା ସମୟରେ ସମ୍ପୁର୍ଣ୍ଣ ସହଯୋଗ କରିଥିଲେ ବିଜେପି କର୍ମକର୍ତା । ଏଥିରେ ନିରଞ୍ଜନ ପାଣିଗ୍ରାହୀ,ସୌମେନ୍ଦ୍ର ଦାସ,ବିଘ୍ନରାଜ ନାୟକ, ରିଙ୍କୁ ଶତପଥି,ଅସ୍ୱିନୀ କୁମାର ମିଶ୍ର,ସୁରେଶ ନାହାକ,ବାଙ୍କାନିଧି ସେଠୀ,ନିଳାଂଚଳ ପଣ୍ଡା,ରାଜେନ୍ଦ୍ର ବାଡତ୍ୟା,ସୁଧିର ନାୟକ,ଚନ୍ଦ୍ର ଶେଖର ପାଢୀ,ଜେ.ଉପେନ୍ଦ୍ର ରାଓ,କେ.ସୁନୀଲ ପାତ୍ର,କେ.ରବି ପାତ୍ର,ବିଜୟ ପାଢୀ,ପ୍ରଭାତ ସୁବୁଦ୍ଧୀ,ଗୋପିନାଥ ପଣ୍ଡା,ମୋହା ପାତ୍ର, ପ୍ରମୁଖ ଉପସ୍ଥିତ ଥିଲେ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ