ଓଡିଶା ପାଇଁ ଗୌରବ ଆଣିଲେ ବବଲୁ ମୁଣ୍ଡା, ଉଷୁ ପ୍ରତିଯୋଗିତାରେ ସ୍ୱର୍ଣ୍ଣ ପଦକ

ଯୋଡା,(ସମୀର ଦାଶ): ଜିନ୍ଦଲ ଷ୍ଟିଲ୍ ଏଣ୍ଡ ପାୱାର ଲିମିଟେଡ୍‌ର ସାମାଜିକ ଶାଖା ଜେଏସପିଏଲ୍ ପାଉଣ୍ଡେସନ ଦ୍ୱାରା ପ୍ରତ୍ସାହିତ ହୋଇଥିବା କେନ୍ଦୁଝର ଜିଲା ଯୋଡା ବ୍ଲକ୍‌ର ସିଆଳିଯୋଡା ଗ୍ରାମର ବବଲୁ ମୁଣ୍ଡା ୧୯ତମ ଜାତୀୟ ଜୁନିୟର ଉଷୁ ପ୍ରତିଯୋଗିତାରେ ସ୍ୱର୍ଣ୍ଣ ପଦକ ଜିତି ପୁଣିଥରେ ଓଡିଶା ତଥା ଦେଶପାଇଁ ଗୌରବ ଆଣିଛନ୍ତି । ହରିୟାଣା ରାଜ୍ୟ ଫତେହାବାଦ ଠାରେ ଏହି ପ୍ରତିଯୋଗିତା ମାର୍ଚ୍ଚ ୧୦ ରୁ ୧୫ ତାରିଖ ମଧ୍ୟରେ ଅନୁଷ୍ଠିତ ହୋଇଥିଲା । କୋଚ୍ ପଙ୍କଜ ମହାନ୍ତଙ୍କ ନେତୃତ୍ୱରେ ବବଲୁ ମୁଣ୍ଡାଙ୍କ ସମେତ ୪ ଜଣ ଖେଳାଳି ଓଡିଶାରୁ ପ୍ରତିନିଧିତ୍ୱ କରିଥିଲେ । ୪୮ କେଜି ବର୍ଗ ଏହି ଚିତାକର୍ଷକ ପ୍ରତିଯୋଗିତାରେ ବବଲୁ ମୁଣ୍ଡା ମଣିପୁର ରାଜ୍ୟର ପ୍ରତିଯୋଗୀ ଲାଇସରାମ ଙ୍କୁ ପରାସ୍ତ କରି ଏହି ପଦକ ହାସଲ କରିଥିଲେ । ବବଲୁଙ୍କର ଏହି ଉଚ୍ଚକୋଟିର ପ୍ରଦର୍ଶନ ପାଇଁ ଜେଏସପିଏଲ୍‌ର ଅଧ୍ୟକ୍ଷା ଶାଲୁ ଜିନ୍ଦଲ ତାଙ୍କୁ ଅଭିନନ୍ଦନ ଜଣାଇ କହିଥିଲେ ଯେ, ‘ମୁଁ ଅତ୍ୟନ୍ତ ଆନନ୍ଦିତ ଯେ, ଜେଏସପିଏଲ୍ ଫାଉଣ୍ଡେସନ ଦ୍ୱାରା ପ୍ରୋତ୍ସାହିତ ହୋଇଥିବା ବବଲୁ ମୁଣ୍ଡା ୧୯ ତମ ଜାତୀୟ ଜୁନିୟର ଉଷୁ ପ୍ରତିଯୋଗିତାରେ ସ୍ୱର୍ଣ୍ଣପଦକ ଜିତିଛନ୍ତି ।’ ମୁଁ ଆଶାବାଦୀ ଯେ, ଭବିଷ୍ୟତରେ ଏହି ଆଦିବାସୀ ଅଦ୍ୟୁସିତ ଅଂଚଳରୁ ଅନେକ ପ୍ରତିଭା ରାଜ୍ୟ ତଥା ଦେଶପାଇଁ ଗୌରବ ଆଣିବେ । ବବଲୁଙ୍କର ପ୍ରଶିକ୍ଷକ ପଙ୍କଜ ମହାନ୍ତ, ଓଡିଶା ଉଷୁ ଆସୋସିଏସନ୍ ଏବଂ କେନ୍ଦୁଝର ଉଷୁ ଆସୋସିଏସନ୍ ତାଙ୍କର ଏହି ପଦବୀ ପାଇଁ ଅଭିନନ୍ଦନ ଜଣାଇଛନ୍ତି । ପୂର୍ବରୁ ୨୦୧୮ ମସିହାରେ ବବଲୁ ବୃନେଇରେ ଅନୁଷ୍ଠିତ ୭ମ ଅନ୍ତର୍ଜାତୀୟ ଉଷୁ ପ୍ରତିଯୋଗୀତାରେ ରୌପ୍ୟ ପଦକ ଏବଂ ୨୦୧୯ରେ ବ୍ରାଜିଲ୍‌ରେ ଅନୁଷ୍ଠିତ ୧୦ମ ଏସିଆନ୍ ଉଷୁ ପ୍ରତିଯୋଗିତାରେ ରୌପ୍ୟ ପଦକ ହାସଲ କରିଥିଲେ । ଏ ପର୍ଯ୍ୟନ୍ତ ବବଲୁ ସମୁଦାୟ ୨୫ଟି ଜାତୀୟ ଓ ଅନ୍ତର୍ଜାତୀୟ ଉଷୁ ପ୍ରତିଯୋଗିତାରେ କୃତିତ୍ୱ ହାସଲକରି ୨୨ ପଦକ ଜିତିଛନ୍ତି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ