ପୁଣି ଏକାଠି ହେବେ ଦୀପିକା – ରଣବୀର !
ବଲିଉଡ୍ ଅଭିନେତା ରଣବୀର କପୁର ଓ ଅଭିନେତ୍ରୀ ଦୀପିକା ପାଦୁକାନ୍ଙ୍କର ବ୍ରେକ୍ ହେବା ପରେ ଦୁହିଁଙ୍କୁ ବହୁତ କମ୍ ଫିଲ୍ମରେ ଦେଖିବାକୁ ମିଳୁଛି । କିନ୍ତୁ ଦୁହିଁଙ୍କ ଯୋଡ଼ିକୁ ଦର୍ଶକେ ରୂପେଲି ପରଦାରେ ବେଶ୍ ପସନ୍ଦ କରିଥା’ନ୍ତି । ଆଜି ବି ସେମାନଙ୍କୁ ଏକାଠି ଦେଖିବା ପାଇଁ ଦର୍ଶକ ଅପେକ୍ଷା କରି ରହିଛନ୍ତି । “ୟେ ଜୱାନୀ ହୈ ଦିୱାନୀ’ ପରି ଫିଲ୍ମରେ ଦର୍ଶକେ ଏହି ଦୁହିଁଙ୍କର ଅଭିନୟକୁ ଢେର୍ ପ୍ରଶଂସା କରିଥିଲେ । ଶୁଣିବାକୁ ମୁଳିଛି ଯେ ରୂପେଲି ପରଦାରେ ଦୁହେଁ ପୁଣି ଏକାଠି ହେବାକୁ ଯାଉଛନ୍ତି । ଏକ ରିପୋର୍ଟ ଅନୁସାରେ ନିର୍ଦ୍ଦେଶକ ଲଭ୍ ରଞ୍ଜନଙ୍କ ଆଗାମୀ ଫିଲ୍ମ ପାଇଁ ରଣବୀର୍ ଓ ଦୀପିକା ଫେବୃଆରୀରେ ଡେଟ୍ ଦେଇଛନ୍ତି । ଖୁବ୍ଶୀଘ୍ର ଦୀପିକାଙ୍କ ସହିତ ସେ ଶୁଟିଂ ଆରମ୍ଭ କରିବାକୁ ଯାଉଛନ୍ତି । ଏହା ଏକ ରୋମାଣ୍ଟିକ କମେଡି ଫିଲ୍ମ । ରଣବୀର ଓ ଦୀପିକା ଫେବୃଆରୀରୁ ଫିଲ୍ମର ଶୁଟିଂ ଆରମ୍ଭ କରିବେ । ଦୀପିକା ଓ ରଣବୀରଙ୍କର ଏକା ସଙ୍ଗରେ ଏହା ଚତୁର୍ଥ ଫିଲ୍ମ । ଏହି ଫିଲ୍ମର ନିର୍ଦ୍ଦେଶକ ଲଭ୍ ରଞ୍ଜନଙ୍କ ଉପରେ ପୂର୍ବରୁ ଯୌନ ଶୋଷଣର ଅଭିଯାଗ ଲାଗିଥିବାରୁ ଦୀପିକା ଏହି ଫିଲ୍ମ ପାଇଁ ମନା କରିପାରନ୍ତି ବୋଲି ପୂର୍ବରୁ ଚର୍ଚ୍ଚା ହେଉଥିଲା । କିନ୍ତୁ ବର୍ତ୍ତମାନର ତାଜା ସୂଚନା ଅନୁସାରେ ଦୀପିକା ଏହି ଫିଲ୍ମରେ କାମ କରିବେ ବୋଲି ହଁ ଭରିଛନ୍ତି । ସୂଚନାଯୋଗ୍ୟ, ଦୀପିକା ବର୍ତ୍ତମାନ ଫିଲ୍ମ “ଛପକ’ ଓ “୮୩’ର ଶୁଟିଂରେ ବ୍ୟସ୍ତ ଅଛନ୍ତି । ସେହିପରି ରଣବୀର “ବ୍ରହ୍ମାସ୍ତ୍ର’ ଫିଲ୍ମରେ କାମ କରୁଛନ୍ତି ।


