ଆଗକୁ ଖରା : ବହୁ ନଳକୂପ ଅଚଳ : କନିଷ୍ଠ ଯନ୍ତ୍ରୀଙ୍କ ଦେଖା ନାହିଁ

ବୁଗୁଡା (ଅନିଲ ମହାରଣା): ପାଣିପାଗ ବିଭାଗର ପୂର୍ବାନୁମାନ ପ୍ରକାରେ ଆଗକୁ ଅଧିକ ଖରା ହୋଇପାରେ। ଭୀଷଣ ଖରା ହେବା ଦ୍ୱରା ପାଣିର ଅଭାବ ଦେଖାଦେବା ଯଥେଷ୍ଟ ସମ୍ଭାବନା ଅଛି। ଏହିପରି ସ୍ଥଳେ ବୁଗୁଡା ସହରରେ ବହୁ ନଳକୂପ ଅଚଳ ହୋଇ ରହିଥିବା ବେଳେ ଜନସ୍ୱାସ୍ଥ୍ୟ ବିଭାଗ ମରାମତି କରିବା ପାଇଁ ଚରମ ଅବହେଳା ପ୍ରଦର୍ଶନ କରିଛନ୍ତି।ପାଇପ ଜଳ ଯୋଗାଣ ଯଦି କୌଣସି କାରଣରୁ ବନ୍ଦ ରହେ ତେବେ ଜନସାଧାରଣ ନିଶ୍ଚିତ ଭାବେ ନଳକୂପ ଉପରେହିଁ ନିର୍ଭର କରିବେ। ମାର୍ଚ୍ଚ ୧୫, ୧୬ ଓ ୧୭ ତିନି ଦିନ ପର୍ଯ୍ୟନ୍ତ ବୁଗୁଡା ଜନସ୍ୱାସ୍ଥ୍ୟ ଅନୁ ଖଣ୍ଡ କନିଷ୍ଠ ଯନ୍ତ୍ରୀ ସନ୍ତୋଷ କୁମାର ପଣ୍ଡା କାର୍ଯ୍ୟାଳୟରେ ଅନୁପସ୍ଥିତ ରହିଥିବା ଥିବା ଯୋଗୁ ସମ୍ମୁଖରେ ସାକ୍ଷାତ ହୋଇନପାରି ମୋବାଇଲ ଦ୍ୱାରା ମାର୍ଚ୍ଚ ୧୭ ତାରିଖ ଦିନ ଯୋଗାଯୋଗ ବେଳେ କନିଷ୍ଠ ଯନ୍ତ୍ରୀ ଶ୍ରୀ ପଣ୍ଡା ପ୍ରକାଶ କରିଥିଲେ ଯେ ସେ ବୁଗୁଡାରେ କାର୍ଯ୍ୟ କରୁଥିଲେ ମଧ୍ୟ କୋଦଳା ଅଫିସର ଅତିରିକ୍ତ ଦାୟିତ୍ୱରେ ଥିବାରୁ ଏବଂ ଉପଜିଲ୍ଲାପାଳଙ୍କ କାର୍ଯ୍ୟକ୍ରମ ଥିବାରୁ କୋଦଳା ରେ ତିନିଦିନ ହେଲା କାର୍ଯ୍ୟ କରୁଛି। ହେଲେ ବୁଗୁଡ଼ାର ଜନସାଧାରଣ ପ୍ରକାଶ କରିଛନ୍ତି ଯେ କିଛି ଅଭିଯୋଗ କରିବାକୁ ଆସିବ ବେଳେ ଜେଇ ରାହୁନଥିବା ଦେଖିବାକୁ ମିଳୁଛି। ବୁଗୁଡ଼ାରେ ବହୁ ନଳକୂପ ଖରାପ ବିଷୟ ନେଇ ପଚାରିବାରେ ଶ୍ରୀ ପଣ୍ଡା ପ୍ରକାଶ କଲେଯେ ୧୨ ଟି ନଳକୂପ ସମ୍ପୂର୍ଣ୍ଣ ଖରାପ ହୋଇଯାଇଥିବା ବେଳେ ତାହା ଆଉ ମରାମତି ଯୋଗ୍ୟ ନୁହେଁ । ଏଣେ ଜନସାଧାରଣ କହିବା କଥା ଯେଉଁ ଦିନରୁ ଖରାପ ହେଲାଣି ମରାମତି କରିବାକୁ କେହି ଆସିନଥିବା ବେଳେ କନିଷ୍ଠ ଯନ୍ତ୍ରୀ ମରାମତି ଯୋଗ୍ୟ ନୁହେଁ ବୋଲି ଜାଣିଲେ କିପରି ବୋଲି ପ୍ରଶ୍ନ କରିଛନ୍ତି। ଏଣୁ ଏହି ବିଷୟ ନେଇ ଉଚ୍ଚ ସ୍ତରୀୟ ତଦନ୍ତ ହେବା ସହ କନିଷ୍ଠ ଯନ୍ତ୍ରୀ ବୁଗୁଡ଼ାରେ କାହିଁକି ତିନି ଦିନ ଲଗାତାର ଅନୁପସ୍ଥିତ ରହିଲେ ଅନୁସନ୍ଧାନ କରି ଦୃଢ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ଦାବି ହେଉଛି।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ