ପୁତିନ ‘ହତ୍ୟାକାରୀ’ : ବାଇଡେନ
ନୂଆଦିଲ୍ଳୀ (ୱାଇଏନ୍ଏସ୍): ଆମେରିକା ଓ ଋଷ ମଧ୍ୟରେ ପାରସ୍ପରିକ ସମ୍ପର୍କ କିଛି ଠିକ୍ ନଥିବା ପରିଲକ୍ଷିତ ହେଉଛି। ଆମେରିକା ରାଷ୍ଟ୍ରପତି ଜୋ ବାଇଡେନ ଋଷ ରଷ୍ଟ୍ରପତି ବ୍ଲାଦମିର ପୁତିନଙ୍କୁ ‘ହତ୍ୟାକାରୀ’ କହିଛନ୍ତି। ସେଥିପାଇଁ ଆମେରିକାକୁ ବାର୍ତ୍ତା ଦେବା ପାଇଁ ଋଷ ନିଜ ରାଷ୍ଟ୍ରଦୂତକୁ ଡକାଇଛି। ଆମେରିକାରେ ଯେବେଠୁ ବାଇଡେନ ସରକାର ଗଢ଼ିଛନ୍ତି ସେବେଠୁ ଋଷର ସମସ୍ୟା ବଢ଼ି ଚାଲିିଛି। ଏସମ୍ପର୍କରେ ଋଷ ବିଦେଶ ମନ୍ତ୍ରଣାଳୟ କହିଛି ଯେ, ଆମେରିକାର ୱାଶିଂଟନସ୍ଥିତ ଋଷୀ ରାଜଦୂତ ଅନାତୋଲୀ ଅଣ୍ଟୋନୋବଙ୍କୁ ଆମେରିକା ସହ ସମ୍ବନ୍ଧ ଉପରେ ପରାମର୍ଶ ଲାଗି ଡକାଯାଇଛି।


