କୁମ୍ଭ ମେଳାକୁ ସାଥିରେ ଆଣିବାକୁ ପଡ଼ିବ କୋଭିଡ଼ ନେଗେଟିଭ ରିପୋର୍ଟ

ଡେରାଡୁନ, (ୱାଇଏନ୍‌ଏସ୍‌): ମୁଖ୍ୟଶାସନ ସଚିବ ଓମ୍ ପ୍ରକାଶ ବୁଧବାର ଦିନ କହିଛନ୍ତି ଯେ, ନୈନିତାଲ ହାଇକୋର୍ଟଙ୍କ ନିର୍ଦ୍ଦେଶ ଅନୁଯାୟୀ ହରିଦ୍ୱାର କୁମ୍ଭକୁ ଆସୁଥିବା ଭକ୍ତମାନେ ୭୨ ଘଂଟା ପୂର୍ବରୁ କୋଭିଡ଼ ନେଗେଟିଭ ରିପୋର୍ଟ ଆଣିବାକୁ ପଡ଼ିବ । ହାଇକୋର୍ଟଙ୍କ ନିର୍ଦ୍ଦେଶକୁ ପାଳନ କରାଯିବ ।ସେ କହିଛନ୍ତି ଯେ, ହରିଦ୍ୱାର କୁମ୍ଭର ବିଜ୍ଞପ୍ତି ୧ ଏପ୍ରିଲରେ ଜାରି କରାଯିବ । କୋଭିଡ଼ ୧୯ର ଭୟାବହତା ହେତୁ ଏଥର ହରିଦ୍ୱାର କୁମ୍ଭର ଅବଧି ୪ ମାସରୁ ୧ ମାସରୁ ହ୍ରାସ କରାଯାଇଛି । ଏ ସମ୍ପର୍କରେ କେନ୍ଦ୍ରୀୟ ସ୍ୱାସ୍ଥ୍ୟ ବିଭାଗର ଟିମ୍ ମଧ୍ୟ ଚେତାବନୀ ଦେଇଛନ୍ତି । ଏହି ଟିମ୍ ୭୦ ପ୍ରତିଶତ ଆରଟିପିସିଆର ପରୀକ୍ଷା ଏବଂ ୩୦ ପ୍ରତିଶତ ଆଂଟିଜେନ୍ ପରୀକ୍ଷା ପାଇଁ ପରାମର୍ଶ ଦେଇଛି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ