ଓଡିଶା ପ୍ରଦେଶ କିଷାନ କଂଗ୍ରେସ କମିଟି ଅଧ୍ୟକ୍ଷଙ୍କ ଦାରିଙ୍ଗବାଡ଼ି ଗସ୍ତ

ବାଲିଗୁଡା, (ସଞ୍ଜୟ କୁମାର ପାଣିଗ୍ରାହୀ): ଓଡ଼ିଶା ପ୍ରଦେଶ କଂଗ୍ରେସ କିଷାନ କମିଟି ଅଧ୍ୟକ୍ଷ ଅମିୟ କୁମାର ପଟ୍ଟନାୟକ ଦାରିଙ୍ଗବାଡ଼ି ଗସ୍ତରେ ଯିବା ସହିତ ଅଞ୍ଚଳରେ ଥିବା ଶୀତଳଭଣ୍ଡାର ଗୁଡ଼ିକର ସ୍ଥିତି ଅନୁଧ୍ୟାନ କରିଥିଲେ। ବ୍ଳକର ୧୨ ଟି ସ୍ଥାନରେ ବାଲିଗୁଡ଼ା ଆଇ.ଟି.ଡ଼ି.ଏ ପକ୍ଷରୁ ଶୀତଳ ଭଣ୍ଡାର ନିର୍ମାଣ କରାଯାଇଥିଲେ ମଧ୍ୟ ଗୋଟିଏ ମଧ୍ୟ କାର୍ଯ୍ୟକାରି ହେଉନଥିବା ଦେଖି ସେ ଅସନ୍ତୋଷ ପ୍ରକାଶ କରିବା ସହିତ ଏହା ଦାୟିତ୍ୱରେ ଥିବା ବିଭାଗୀୟ ଅଧିକାରୀଙ୍କ ପାରିବା ପଣିଆ ବୋଲି ମତ ପ୍ରକାଶ କରିଥିଲେ। ଏହି ଅବସରରେ ଅନୁଷ୍ଠିତ ଏକ ସାମ୍ବାଦିକ ସମ୍ମିଳନୀରେ ସେ ସୂଚନା ଦେଇ କହିଥିଲେ ଯେ, ୨୦୧୫ ମସିହାରୁ ଏହି ସବୁ ଶୀତଳ ଭଣ୍ଡାର ଲକ୍ଷ ଲକ୍ଷ ଟଙ୍କା ବିନିମୟରେ ନିର୍ମାଣ ହୋଇଥିଲେ ମଧ୍ୟ ତାହା କୌଣସି ପ୍ରକାର କାର୍ଯ୍ୟକାରି ହେଉନାହିଁ। ବର୍ତ୍ତମାନ ଅନେକ ଅସାମାଜିକ ମାନଙ୍କର ଆଡ଼ାସ୍ଥଳ ପାଲଟିଥିବା ବେଳେ ଆଉ କିଛି ଅଳିଆ ଆବର୍ଜନାରେ ଭର୍ତ୍ତି ହୋଇଛି। ସେହିଭଳି କେତେକ ସ୍ଥାନରେ ଶୀତଳ ଭଣ୍ଡାରକୁ ଅନ୍ୟ କାର୍ଯ୍ୟରେ ବ୍ୟବହାର କରାଯାଉଛି। ଚାଷୀଙ୍କ ପାଇଁ ଏହି ସବୁ ଶୀତଳ ଭଣ୍ଡାର ଉର୍ଦ୍ଧିଷ୍ଟ ଥିଲେ ମଧ୍ୟ ତାହା ଚାଷୀଙ୍କର କୌଣସି କାର୍ଯ୍ୟରେ ଆସୁନାହିଁ। ଫଳରେ ଚାଷୀମାନେ ବହୁ କ୍ଷତିର ସମ୍ମୁଖୀନ ହେଉଛନ୍ତି ବୋଲି ସାମ୍ବାଦିକ ସମ୍ମିଳନୀରେ ପ୍ରକାଶ କରିଥିଲେ। ତୁରନ୍ତ ଜିଲା ଓ ରାଜ୍ୟ ସରକାର ଏ ଦିଗରେ ଦୃଷ୍ଟିଦେଇ ସମସ୍ତ ଶୀତଳ ଭଣ୍ଡାର କାର୍ଯ୍ୟକାରି କରିବା ଦିଗରେ ସେ ଦାବି କରିଥିଲେ। ଅନୁଷ୍ଠିତ ସାମ୍ବାଦିକ ସମ୍ମିଳନିରେ ଦାରିଙ୍ଗବାଡ଼ି ବ୍ଳକ ଅଧ୍ୟକ୍ଷ ରୁଦା ମଲିକ , ଜିଲା କଂଗ୍ରେସ କାର୍ଯ୍ୟକାରିଣୀ ସଦସ୍ୟ ଶ୍ୟାମଘନ ପ୍ରଧାନ , ବ୍ଳକ ଓବିସି ମୋର୍ଚ୍ଚା ସଭାପତି ସୁରେନ୍ଦ୍ର ସାହୁ , ବରିଷ୍ଠ କଂଗ୍ରେସ କର୍ମୀ ରାଧାକାନ୍ତ ପ୍ରଧାନ ,ଶରତ ପ୍ରଧାନ , ପ୍ରଭଞ୍ଜନ ନାୟକ , ଚକ୍ରଧର ମଲିକ , ପ୍ରଦୀପ ମଲିକ , କରମ ସିଂ ପ୍ରମୁଖଙ୍କ ସମେତ ଯୁବ କଂଗ୍ରେସ ନେତା ମାନେ ଉପସ୍ଥିତ ଥିଲେ। ଏହି ଅବସରରେ କିଷାନ କମିଟି ପକ୍ଷରୁ ଚାଷୀ ମାନଙ୍କ ପାଇଁ ବିଭିନ୍ନ ଦାବି ଉପସ୍ଥାପନ କରାଯାଇଛି।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ