ଉବର୍ ପକ୍ଷରୁ ଖୁବ୍ଶୀଘ୍ର ଭୁବନେଶ୍ୱରରେ ଡ୍ରାଇଭର୍ ମାନଙ୍କ ପାଇଁ ଲିଙ୍ଗଗତ ସଚେତନତା ଇ-ଅଧିବେଶନ ଆୟୋଜିତ ହେବ
ଭୁବନେଶ୍ୱର, (ଓ୍ବାଇଏନ୍ଏସ୍) :ଉବର୍ ୨୦୨୧ ଶେଷ ସୁଦ୍ଧା ଭାରତରେ ୧ ଲକ୍ଷ ଡ୍ରାଇଭର୍ଙ୍କୁ ଲିଙ୍ଗଗତ ସଚେତନ କରାଇବାକୁ ପ୍ରସ୍ତୁତ ହୋଇଛି । ଭାରତର ୩୪ଟି ସହରକୁ କଭର୍ କରିବା ପାଇଁ ଏନ୍ଜିଓ ମାନସ ଫାଉଣ୍ଡେଶନ ସହିତ ସହଭାଗିତାକୁ ସମ୍ପ୍ରସାରଣ କରିଛି ।ବ୍ୟକ୍ତିଗତ ଅଧିବେଶନ ମାଧ୍ୟମରେ ମହାମାରୀ ପୂର୍ବରୁ ୬୩,୦୦୦ ଡ୍ରାଇଭର୍ଙ୍କୁ ସଚେତନତା କରାଯାଇଥିଲା । ଭୁବନେଶ୍ୱର, ୨୫ ମାର୍ଚ୍ଚ ୨୦୨୧: ସୁରକ୍ଷା ସ୍ତର ବୃଦ୍ଧି କରିବା ନେଇ ନିଜର ନିରନ୍ତର ପ୍ରୟାସର ଅଂଶ ଭାବେ ଉବର୍ ଭୁବନେଶ୍ୱରରେ ଏହାର ପ୍ଲାଟ୍ଫର୍ମରେ ଡ୍ରାଇଭର୍ମାନଙ୍କ ପାଇଁ ଲିଙ୍ଗଗତ ସଚେତନତା ଉପରେ ସ୍ୱତନ୍ତ୍ର ଅଧିବେଶନ ଆୟୋଜନ କରିବା ଆରମ୍ଭ କରିବ । ଚଳିତ ମାସ ଆରମ୍ଭରେ କମ୍ପାନୀ ମାନସିକ ସ୍ୱାସ୍ଥ୍ୟ, ଲିଙ୍ଗଗତ ସମାନତା ଓ ନ୍ୟାୟ କ୍ଷେତ୍ରରେ କାର୍ଯ୍ୟ କରୁଥିବା ଦିଲ୍ଲୀର ଏକ ଏନ୍ଜିଓ ମାନସ ଫାଉଣ୍ଡେଶନ ସହିତ ବିସ୍ତାରିତ ସହଭାଗିତା ମାଧ୍ୟମରେ ଭାରତରେ ୨୦୨୧ ଶେଷ ସୁଦ୍ଧା ୧୦୦,୦୦୦ ଡ୍ରାଇଭର୍ଙ୍କୁ ଲିଙ୍ଗଗତ ସଚେତନ କରିବା ପାଇଁ ଏହାର ଲକ୍ଷ୍ୟ ସମ୍ପର୍କରେ ଘୋଷଣା କରଇଥିଲା । ଉବର୍ ନିର୍ଦ୍ଧିଷ୍ଟ ଡ୍ରାଇଭର୍ମାନଙ୍କୁ ସଚେତନ କରିବା ଏବଂ ମହିଳା ଚାଳକଙ୍କ ଆବଶ୍ୟକତା ପ୍ରତି ଅଧିକ ଧ୍ୟାନ ଦେବା ସୁନିଶ୍ଚିତ କରିବା ଲକ୍ଷ୍ୟ ସହିତ ୨୦୧୮ରେ ପ୍ରଥମେ ମାନସ ଫାଉଣ୍ଡେଶନ ସହିତ ସହଭାଗିତା କରିଥିଲା । ମହାମାରୀ ପୂର୍ବରୁ ଦେଶର ୭ଟି ସହରରେ ପରିଚାଳିତ ହୋଇଥିବା ବ୍ୟକ୍ତିଗତ ଅଧିବେଶନଗୁଡିକ ମାଧ୍ୟମରେ ଏହି ସହଯୋଗିତା ୬୩,୦୦୦ ଡ୍ରାଇଭରଙ୍କୁ ସଚେତନ କରାଇଥିଲା । କୋଭିଡ୍-୧୯ ମହାମାରୀ କାରଣରୁ ଅଧିଶେନଗୁଡିକରେ କ୍ରମାଗତ ଭାବେ ବାଧା ସୃଷ୍ଟି ହେବା ପରେ ଉବର୍ ଇଣ୍ଡିଆ ଓ ମାନସ ଫାଉଣ୍ଡେଶନ ଏବେ ତାହାକୁ ୩ଟି ସହରରେ ଜୁମ୍ରେ ଭର୍ଚୁଆଲ ମାଧ୍ୟମରେ ପରିଚାଳନା କରୁଛନ୍ତି । ସହରଗୁଡିକର ତଥ୍ୟ ପାଇଁ ଦୟାକରି ନ୍ୟୁଜ୍ରୁମ୍ ପୋଷ୍ଟ ଯାଂଚ କରନ୍ତୁ । ଏହି ଲିଙ୍ଗଗତ ସଚେତନତା ଅଧିବେଶନଗୁଡିକ ଡ୍ରାଇଭରମାନଙ୍କୁ କିଭଳି ମହିଳା ଓ ପୁରୁଷମାନେ ସାର୍ବଜନିନ ପରିବହନ ବ୍ୟବସ୍ଥାର ବ୍ୟବହାର କରୁଛନ୍ତି, ସାର୍ବଜନିନ ସ୍ଥାନଗୁଡିକରେ ମହିଳାମାନେ ସମ୍ମୁଖୀନ ହେଉଥିବା ନିର୍ଯାତନାର ସମ୍ପର୍କରେ ସଚେତନ କରାଇଥିଲା ଏବଂ ଏହି ସମସ୍ୟାର ସମାଧାନ ଦିଗରେ ଡ୍ରାଇଭରମାନଙ୍କ ଭୂମିକା ଉପରେ ଆଲୋକପାତ କରାଯାଇଥିଲା । ସେମାନେ ମଧ୍ୟ ମହିଳାମାନଙ୍କୁ ସୁରକ୍ଷିତ ଅନୁଭବ କରାଇବା ପାଇଁ କିଭଳି ନିଜର ବୃତିଗତ ବ୍ୟବହାରକୁ ପରିବର୍ତନ କରିବେ ଓ ଏହି ସମାଧାନର ଏକ ଅଂଶ ହେବା ପାଇଁ ପ୍ରତିବଦ୍ଧ ହେବେ ତାହା ଶିଖିଥିଲେ । ଏହି ସହଭାଗିତା ସମ୍ପର୍କରେ ମତ ରଖି ଉବର୍ର ଇଣ୍ଡିଆ ଓ ସାଉଥ୍ ଏସିଆର ସପ୍ଲାଇ ଆଣ୍ଡ ସିଟି ଅପରେଶନ (ମୋବିଲିଟି) ବିଭାଗର ହେଡ୍ ଅଫ୍ ଡ୍ରାଇଭର୍ ପବନ ବୈଶ୍ କହିଛନ୍ତି, ଉବର୍ କରୁଥିବା ସମସ୍ତ କାର୍ଯ୍ୟର ମୂଳରେ ସୁରକ୍ଷା ରହିଛି । ଆମର ଲକ୍ଷ୍ୟ ହେଉଛି ମହିଳାମାନଙ୍କ ପାଇଁ ସୁରକ୍ଷିତ ପରିବହନକୁ ସକ୍ଷମ କରିବା, ଯାହା ପରବର୍ତୀ ସମୟରେ ସେମାନେ ବାଛୁଥିବା ବିକଳ୍ପ ଓ ସେମାନେ ହାସଲ କରିପାରୁଥିବା ସୁଯୋଗଗୁଡିକ ଉପରେ ଏକ ବୃହତ୍ ପ୍ରଭାବ ପକାଇଥାଏ । ମାନସ ଫାଉଣ୍ଡେଶନ ସହିତ ଆମର ସହଭାଗିତା ଡ୍ରାଇଭର୍ଙ୍କ ଦ୍ୱାରା ଖୁବ୍ ସକାରାତ୍ମକ ଭାବେ ଗ୍ରହଣ କରାଯାଇଛି ଯେଉଁମାନେ ନିଜ କାର୍ ଭିତରେ ସେମାନଙ୍କର ସାର୍ଟିଫିକେଟ୍ଗୁଡିକୁ ଗର୍ବର ସହିତ ପ୍ରଦର୍ଶିତ କରୁଛନ୍ତି । ଆମେ ଚଳିତ ବର୍ଷ ଅଧିକ ସହରକୁ ଏହି କାର୍ଯ୍ୟକ୍ରମକୁ ସମ୍ପ୍ରସାରିତ କରି ଖୁବ୍ ଖୁସି ଅନୁଭବ କରୁଛୁ ଏବଂ ଆଗକୁ ମଧ୍ୟ ଏହି କାର୍ଯ୍ୟକ୍ରମକୁ ବଢାଇବା ଦିଗରେ କାର୍ଯ୍ୟ ଜାରି ରଖିବୁ । ଏହି ଆଲୋଚନାରେ ଯୋଗ ଦେଇ ମାନସ ଫାଉଣ୍ଡେଶନ ସହସଂସ୍ଥାପିକା ମୋନିକା କୁମାର କହିଛନ୍ତି, ଆମେ ସାର୍ବଜନିନ ପରିବହନକୁ ମହିଳାମାନଙ୍କ ପାଇଁ ସୁରକ୍ଷିତ ଓ ସମାନ କରିବା ଦିଗରେ ଡ୍ରାଇଭର୍ମାନଙ୍କୁ ଗୁରୁତ୍ୱପୂର୍ଣ୍ଣ ଅଂଶୀଦାର ଭାବେ ଗ୍ରହଣ କରିଛୁ । ସେମାନେ ମହିଳାମାନଙ୍କର ଗତିଶୀଳତାକୁ ପ୍ରୋତ୍ସାହିତ କରିବା କ୍ଷେତ୍ରରେ ଏକ ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରନ୍ତି ଏବଂ ଏହି ଲିଙ୍ଗଗତ ସଚେତନତା ଅଧିବେଶନଗୁଡିକୁ ସେମାନଙ୍କୁ ସାମାଜିକ ରୂପେ ଦାୟିତ୍ୱବାନ କରିବା ଓ ବ୍ୟବହାରିକ ପରିବର୍ତନକୁ ସକ୍ରିୟ କରିବା ପାଇଁ ଡିଜାଇନ୍ କରାଯାଇଛି । ଆମେ ଉବର୍ ସହିତ ଲିଙ୍ଗଗତ ସଚେତନତା ଅଧିବେଶନ କାର୍ଯ୍ୟକ୍ରମକୁ ସମ୍ପ୍ରସାରିତ କରି ଖୁବ୍ ଆନନ୍ଦିତ ଏବଂ ନିଶ୍ଚିତ ଯେ, ଏହି ନୂତନ ଭର୍ଚୁଆଲ ଅଧିଶେନଗୁଡିକୁ ଭଲ ଭାବେ ଗ୍ରହଣ କରାଯିବ ଏବଂ ଆମେ ମହିଳାମାନଙ୍କ ସୁରକ୍ଷା ବୃଦ୍ଧି ଦିଗରେ ଯୋଗଦାନ ଦେବାକୁ ସକ୍ଷମ ହେବୁ । ନିଜ ପ୍ଲାଟ୍ଫର୍ମରେ ସୁରକ୍ଷା ବୃଦ୍ଧି କରିବା ପାଇଁ ଉବର୍ ଏହାର ଆନ୍ତର୍ଜାତୀୟ ଚାଳନା ପରିବର୍ତନ ଅଭିଯାନର ଅଂଶ ଭାବେ ୨୦୨୨ ସୁଦ୍ଧା ଥଟ୍-ଲିଡିଙ୍ଗ ମହିଳା ସୁରକ୍ଷା ସଂଗଠନଗୁଡିକୁ ୫ ମିଲିୟନ ଡଲାରର ସହାୟତା ପ୍ରଦାନ କରିବାକୁ ପ୍ରତିଶ୍ରୁତି ଦେଇଛି । ଉବର୍ ଟୁ-ୱେ ଫିଡ୍ବ୍ୟାକ୍ ଓ ରେଟିଙ୍ଗ୍, ଟେଲିମାଟିକ୍ସ ଓ ଜିପିଏସ୍ ଭଳି ଏକାଧିକ ସୁରକ୍ଷା ଫିଚରଗୁଡିକ ମାଧ୍ୟମରେ ଏହାର ପ୍ଲାଟ୍ଫର୍ମରେ ରାଇଡର୍ମାନଙ୍କ ସୁରକ୍ଷାକୁ ବୃଦ୍ଧି କରିବା ଲାଗି ଟେକ୍ନୋଲୋଜିର ବ୍ୟବହାର ଜାରି ରଖିଛି । ରାଇଡର୍ମାନେ ସୁରକ୍ଷିତ ଅନୁଭବ କରିଥାନ୍ତି ଯେତେବେଳେ ସେମାନେ ଜାଣିଥାନ୍ତି ଯେ, ସେମାନେ ନିଜର ଟ୍ରିପ୍ ସମ୍ପର୍କିତ ତଥ୍ୟ ନିଜ ପ୍ରିୟଜନଙ୍କ ସହ ସେୟାର କରିପାରିବେ, ସେମାନଙ୍କର ଫୋନ୍ ନମ୍ବରକୁ ଗୁପ୍ତ ରଖାଯାଇଛି ଏବଂ ଡ୍ରାଇଭର୍ଙ୍କର ସ୍କ୍ରିନିଙ୍ଗ୍ କରାଯାଇଛି । ଜରୁରୀକାଳିନ ସ୍ଥିତି ସମୟରେ ସେଫ୍ଟି ଟୁଲ୍କିଟ୍ ମଧ୍ୟରେ ଥିବା ଇନ୍-ଆପ୍ ଏମର୍ଜେନ୍ସି ବଟନ ରାଇଡର୍ଙ୍କୁ କେବଳ ଏକ ବଟନ୍ ଟ୍ୟାପ୍ କରି ଆଇନ୍ ଶୃଙ୍ଖଳା ଅଧିକାରୀଙ୍କ ସହ ସଂଯୋଗ କରିବାକୁ ଦେଇଥାଏ । ଏଥିସହିତ ଯଦି ଯାତ୍ରା ସମୟରେ କିମ୍ବା ଯାତ୍ରା ଶେଷ ହେବାର ୩୦ ମିନିଟ୍ ପର୍ଯ୍ୟନ୍ତ କୌଣସି ଜରୁରୀ ଓ ଅଣଜରୁରୀ ସମସ୍ୟା ଥାଏ ତେବେ ଉବର୍ର ସମର୍ପିତ ୨୪ଢ୭ ସେଫ୍ଟି ହେଲ୍ପଲାଇନ୍ ନମ୍ବର ରାଇଡର୍ଙ୍କୁ ସିଧାସଳଖ ଜଣେ ଉବର୍ ସେଫ୍ଟି ଟିମ୍ର ପ୍ରତିନିଧିଙ୍କ ସହ କଥା ହେବାକୁ ଅନୁମତି ଦେଇଥାଏ ।


