ହିଞ୍ଜିଳିକାଟୁରୁ ଗଡ଼ିଲା କୃଷି ଭିତିକ ପ୍ରସାର ରଥ
ହିଞ୍ଜିଳିକାଟୁ, (ଶେଷଦେବ ସାହୁ):ଗଂଜାମ ଜିଲ୍ଲା ପ୍ରଶାସନଙ୍କ ନିର୍ଦ୍ଦେଶ କ୍ରମେ କୃଷି ପ୍ରସାର ରଥର ଶୁଭାରମ୍ଭ କରାଯାଇଛି । ଏହି ପରୀପ୍ରେକ୍ଷିରେ ଗୁରୁବାର ସ୍ଥାନୀୟ କୃଷି ସୂଚନା ଓ ପରାମର୍ଶ କେନ୍ଦ୍ର ପକ୍ଷରୁ ହିଞ୍ଜିଳିକାଟୁ ନିୟନ୍ତ୍ରିତ ବଜାର କମିଟି ପରିସରସ୍ଥ କୃଷି ସୁଚନା ଓ ପରାମର୍ଶ କେନ୍ଦ୍ର କାର୍ଯ୍ୟାଳୟ ପରିସରରେ କୃଷି ସଚେତନତା ରଥର ଶୁଭାରମ୍ଭ କରାଯାଇଛି । ସହକାରୀ କୃଷି ଅଧିକାରୀ ପ୍ରଶାନ୍ତ କୁମାର ନାଥଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ବ୍ଳକ ଅଧ୍ୟକ୍ଷ ଏନ. ରଘୁନାଥ, ସମ୍ମାନୀତ ଅତିଥି ଭାବେ ଆତ୍ମା ଅଧ୍ୟକ୍ଷ ଏ. ସୁଦର୍ଶନ, ବିଡ଼ିଓ ପ୍ରସନ କୁମାର ପାତ୍ର ,କୃଷି ଜିଲ୍ଲା ଅଧିକାରୀ , ଛତ୍ରପୁର ବିଦୁର ସେଠ ମାଝୀ, ବ୍ଳକ କୃଷି ଅଧିକାରୀ ବଳରାମ ସୁବୁଦ୍ଦି, ସହକାରୀ କୃଷି ଅଧିକାରୀ ଅମର ପ୍ରଶାଦ ସାହୁ, ଅତିରିକ୍ତ କୃଷି ଅଧିକାରୀ ସୈାଦାମିନି ପଣ୍ଡା, ପ୍ରମୂଖ ଯୋଗଦେଇ ସବୁଜ ପତକା ଦେଖାଇ କୃଷି ସଚେତନତା ରଥର ଶୁଭାରମ୍ଭ କରିଥିଲେ । ଉକ୍ତ ରଥ ଚଳିତ ମାସ ୨୨ ତାରିଖ ଠାରୁ ଆସନ୍ତା ୩୧ ତାରିଖ ପର୍ଯ୍ୟନ୍ତ ହିଞ୍ଜିଳିକାଟୁ ବ୍ଳକର ସମସ୍ତ ଗ୍ରାମ ପଂଚାୟତ ପରିଭ୍ରମଣ କରି ଜନସାଧାରଣଙ୍କୁ ରାଜ୍ୟ ସରକାରଙ୍କ ବିଭିନ୍ନ ଜନକଲ୍ୟାଣ କାରୀ ଯୋଜନା ସମ୍ପର୍କରେ ସଚେତନ କରିବ ।


