ଭିଜିଲାନ୍‌ସ ପଞ୍ଝାରେ ଯନ୍ତ୍ରୀ

ଭୂବନେଶ୍ୱର , (ଯୁଗାବ୍ଦ ନ୍ୟଜ) : ଜଳସମ୍ପଦ ବିଭାଗ ନିର୍ବାହୀ ଯନ୍ତ୍ରୀ ସର୍ବେଶ୍ୱର ସେନାପତିଙ୍କ ବିରୋଧରେ ଆୟବହିର୍ଭୁତ ସମ୍ପତ୍ତି ଠୁଳ ଅଭିଯୋଗରେ ଭିଜିଲାନ୍ସ ବୁଧବାର ଦିନ ତାଙ୍କ ଘରେ ଚଢାଉ କରିଛି । ମିଳିଥିବା ସୂଚନା ଅନୁଯାୟୀ ଆୟବର୍ହିଭୁତ ସମ୍ପତ୍ତି ଠୁଳ ଅଭିଯୋଗରେ ଆଣ୍ଟି-କରପର୍ସନ ଅଧିକାରୀମାନେ ୫ଟି ସ୍ଥାନରେ ଚଢାଉ କରିଛନ୍ତି । ଏପରିକି ସମ୍ପୃକ୍ତ ଯନ୍ତ୍ରୀଙ୍କ ଭୁବନେଶ୍ୱରସ୍ଥିତ ସରକାରୀ ଘର,ବାଲେଶ୍ୱରର ଭାସ୍କରଗଞ୍ଜରେ ଥିବା ଘର, ଶ୍ୱଶୁର ଘର ଏବଂ ଭୁବନେଶ୍ୱରରେ ଥିବା ଫ୍ଲାଟରେ ମଧ୍ୟ ଚଢାଉ କରିଛି। ତେବେ ତାଙ୍କ ମୋଟ୍ ସମ୍ପତ୍ତି ଆକଳନ କରାଯାଇପାରିନଥିବା ବେଳେ ଶେଷ ରିପୋର୍ଟ ଲେଖାଯିବା ବେଳକୁ ଏହି ଚଢାଉ କାର୍ଯ୍ୟ ଜାରି ରହିଛି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ