ଗଞ୍ଜାମ ଓକିଲ ସଂଘ ନିର୍ବାଚନ: ଜନାର୍ଦ୍ଦନ ସୁବୁଦ୍ଧି ସଭାପତି, ପ୍ରଦୀପ-ସମ୍ପାଦକ
ବ୍ରହ୍ମପୁର, (ଅନିଲ କୁମାର): ଆଜି ଗଞ୍ଜାମ ଓକିଲ ସଂଘର ନିର୍ବାଚନ ଅନୁଷ୍ଠିତ ହୋଇ ସଭାପତି ଭାବେ ଜନାର୍ଦ୍ଦନ ସୁବୁଦ୍ଧି ଓ ସମ୍ପାଦକ ଭାବେ ପ୍ରଦୀପ ବେହେରା ନିର୍ବାଚିତ ହୋଇଥିବା ସୂଚନା ମିଳିଛି ।ଆଜି ସକାଳେ ସାଢ଼େ ୮ ଟାରୁ ମତଦାନ ଆରମ୍ଭ ହୋଇ ଅପରାହ୍ନ ୩ ଟା ପର୍ଯ୍ୟନ୍ତ ଚାଲିଥିବା ଏବଂ ଏଥିରେ ୧୧୯୩ ଜଣ ସଦସ୍ୟ ଭୋଟଦାନ କରିଥିଲେ । ସନ୍ଧ୍ୟାରେ ଭୋଟର ଫଳାଫଳ ପ୍ରକାଶିତ ହୋଇ ଜନାର୍ଦ୍ଦନ ସୁବୁଦ୍ଧ- ସଭାପତି, ବି.ଭାଗୀରଥୀ ରାଓ-ଉପସଭାପତି, ପ୍ରଦୀପ ବେହେରା-ସାଧାରଣ ସମ୍ପାଦକ ଓ ସୁଧୀର କୁମାର ପାତ୍ର ଯୁଗ୍ମ ସମ୍ପାଦକ ଭାବେ ନିର୍ବାଚିତ ହୋଇଥିବାନିର୍ବାଚନ ଅଧିକାରୀ ପ୍ରସାଦ ରାଓ ସୂଚନା ଦେଇଛନ୍ତି ।


