କରୋନା ଯୋଦ୍ଧାଙ୍କୁ ଧୋକା ନିନ୍ଦନୀୟ : କ୍ରାନ୍ତି ଓଡ଼ିଶା
ଭୁବନେଶ୍ୱର, (ଓ୍ବାଇଏନ୍ଏସ୍):କରୋନା ଯୋଦ୍ଧାମାନେ ଉଚ୍ଚଶିକ୍ଷିତ ଓ ବୈଷୟିକ କ୍ଷେତ୍ରରେ ତାଲିମପ୍ରାପ୍ତ । ବିଭିନ୍ନ ଘରୋଇ ଚିକିତ୍ସାଳୟମାନଙ୍କରେ ସେମାନେ ପୂର୍ବରୁ କାର୍ଯ୍ୟ କରିଥିବା ବେଳେ କରୋନା ସମୟରେ ନିଷ୍ଠାର ସହିତ କାର୍ଯ୍ୟ କରି ବେଶ୍ ଅଭିଜ୍ଞସମ୍ପନ୍ନ । ସରକାରଙ୍କର ନୂତନ କ୍ୟାଡ଼ର ରୁଲ୍ କରୋନା ଯୋଦ୍ଧାମାନଙ୍କ କ୍ଷେତ୍ରରେ ପ୍ରଯୁଜ୍ୟ ନୁହଁ । ରାଜ୍ୟ ସରକାର ନୂତନ କ୍ୟାଡ଼ର ରୁଲ୍କୁ କରୋନା ଯୋଦ୍ଧାମାନଙ୍କ କ୍ଷେତ୍ରରେ ଜୋର ଜବରଦସ୍ତ ଲଦିଦେଇ ସେମାନଙ୍କ ଭବିଷ୍ୟତ ସହ ଖେଳ ଖେଳିବାକୁ ଯାଉଛନ୍ତି । ରାଜ୍ୟ ସରକାର ନୂତନ କ୍ୟାଡ଼ର ରୁଲ୍ ଅନୁଯାୟୀ ୬୪୩୨ ଷ୍ଟାଫନର୍ସ ପଦବୀ ନିମନ୍ତେ ରାଜ୍ୟ ଷ୍ଟାଫ ସିଲେକ୍ସନ ଦ୍ୱାରା ମନୋନୟନ ପ୍ରକ୍ରିୟା ଚଳାଇଛନ୍ତି । ନୂତନ ନିଯୁକ୍ତି ସମୟରେ କରୋନା ଯୋଦ୍ଧାମାନଙ୍କୁ କୌଣସି ପ୍ରକାର ଅଗ୍ରାଧିକାର ଦେବାର ବ୍ୟବସ୍ଥା ନାହିଁ । ନୂତନ ନିଯୁକ୍ତି ସମ୍ପୂର୍ଣ୍ଣ ମାର୍କ ଭିତ୍ତିରେ ହେବ ବୋଲି ସରକାର ଘୋଷଣା କରି ନିର୍ଦ୍ଦେଶନାମା ଜାରି କରିଛନ୍ତି । ରାଜ୍ୟ ବିଧାନସଭାରେ ଖୋଦ ସ୍ୱାସ୍ଥ୍ୟମନ୍ତ୍ରୀ ୧୦୯୯ ଏଏନ୍ଏମ୍ ପଦବୀ ପାଇଁ ଆଗାମୀ ଦିନରେ ନିଯୁକ୍ତି ପ୍ରକ୍ରିୟା ଆରମ୍ଭ ହେବ ଓ ଏହି ନିଯୁକ୍ତି ପ୍ରକ୍ରିୟା ନୂତନ କ୍ୟାଡ଼ର ରୁଲ୍ ଅନୁଯାୟୀ ସମ୍ପୂର୍ଣ୍ଣ ମାର୍କ ଭିତ୍ତିରେ ହେବ ବୋଲି ଘୋଷଣା କରିସାରିଛନ୍ତି । ଆଉ ନୂତନ ଏ.ଏନ୍.ଏମ୍ ପଦବୀ ସୃଷ୍ଟି ନେଇ ବର୍ତ୍ତମାନ ସ୍ୱାସ୍ଥ୍ୟା, ଆଇନ ଓ ଅର୍ଥ ବିଭାଗ ନିକଟରେ କୌଣସି ପ୍ରସ୍ତାବ ନାହିଁ । ରାଜ୍ୟ ସରକାରଙ୍କର ଏହି କ୍ୟାଡ଼ର ରୁଲ୍ ନିଯୁକ୍ତି ନୀତି ଅନୁଯାୟୀ ରାଜ୍ୟର କୌଣସି ଅଭିଜ୍ଞ କରୋନା ଯୋଦ୍ଧା ନୂତନ ନିଯୁକ୍ତି ପାଇପାରିବେ ନାହିଁ । ଯେଉଁ କରୋନା ଯୋଦ୍ଧାମାନେ ବର୍ତ୍ତମାନ ମାର୍କ ଭିତ୍ତିରେ ନିଯୁକ୍ତି ପାଇବେ ନାହିଁ ସେହିମାନେ ଭବିଷ୍ୟତରେ କେବେ ମଧ୍ୟ ଆଉ ନିଯୁକ୍ତି ପାଇପାରିବେ ନାହିଁ । କରୋନା ଯୋଦ୍ଧାମାନେ ବହୁ ପୂର୍ବରୁ ବୈଷୟିକ ତାଲିମପ୍ରାପ୍ତ ସାର୍ଟିଫିକେଟ ପାଇସାରିଛନ୍ତି । ରାଜ୍ୟ ସରକାର ୨୦୧୯ରେ ନୂତନ କ୍ୟାଡ଼ର ରୁଲ୍ ପ୍ରଚଳନ କରିଛନ୍ତି । ନିଯୁକ୍ତି ନିୟମ ଅନୁଯାୟୀ ନୂତନ କ୍ୟାଡ଼ର ରୁଲ୍ ପ୍ରଚଳନ ହେବା ପରଠାରୁ ଲାଗୁ ହେବାର ବିଧି ରହିଛି । କିନ୍ତୁ ରାଜ୍ୟ ସରକାର ୨୦୧୯ ପୂର୍ବରୁ ତାଲିମପ୍ରାପ୍ତ ହୋଇଥିବା କରୋନା ଯୋଦ୍ଧା ମାନଙ୍କ କ୍ଷେତ୍ରରେ ଏହି ନୂତନ ନିୟମ ଲାଗୁ କରି ଘୋର ଅନ୍ୟାୟ କରିଛନ୍ତି । କରୋନା ଯୋଦ୍ଧାମାନେ କରୋନା କ୍ଷେତ୍ରରେ ନିଯୁକ୍ତି ସମୟରେ ଜିଲ୍ଲା ପ୍ରଶାସନ ମନୋନୟନ କମିଟି ଦ୍ୱାରା ମନୋନୀତ ହୋଇ ନିଯୁକ୍ତି ହୋଇଥିଲେ । ଗୋଟିଏ ପଦବୀ ପାଇଁ ଦୁଇ ଦୁଇଥର ମନୋନୟନ ପରୀକ୍ଷା ଦେବା ସମ୍ପୂର୍ଣ୍ଣ ନୀତିବିରୁଦ୍ଧ ଓ ଅସାମ୍ବିଧାନିକ । ରାଜ୍ୟ ସରକାର କରୋନା ଯୋଦ୍ଧାମାନଙ୍କୁ ଥରେ ଜିଲ୍ଲା ପ୍ରଶାସନ କମିଟି ଦ୍ୱାରା ମନୋନୀତ କରି ନିଯୁକ୍ତି ଦେବା ପରେ ସେମାନଙ୍କୁ ଛଟେଇ କରି ପୁଣି ସେହି ପଦବୀ ପାଇଁ ରାଜ୍ୟ ଷ୍ଟାଫ ସିଲେକ୍ସନ ଦ୍ୱାରା ମନୋନୟନ ପରୀକ୍ଷା ଦେବା ପାଇଁ ବାଧ୍ୟ କରିବା ସମ୍ପୂର୍ଣ୍ଣ ଅସାମ୍ବିଧାନିକ । ରାଜ୍ୟ ସରକାର ରାଜ୍ୟର ସମସ୍ତ ସ୍ଥାୟୀ ଷ୍ଟାଫନର୍ସ, ଏ.ଏନ୍.ଏମ୍. ଓ ଫାର୍ମାସିଷ୍ଟ ପ୍ରମୁଖ ପଦବୀ ଗୁଡ଼ିକୁ ଗତ ଡ଼ିସେମ୍ବର ୨୦୨୦ରେ ଉଚ୍ଛେଦ କରିଦେଇଥିବା ବେଳେ ବର୍ତ୍ତମାନ ସମ୍ପୂର୍ଣ୍ଣ ନୂତନ ଅସ୍ଥାୟୀ ପାରା ମେଡ଼ିକାଲ ପଦବୀ ସୃଷ୍ଟି କରି ରାଜ୍ୟ ଷ୍ଟାଫ ସିଲେକ୍ସନ ଜରିଆରେ ମନୋନୟନ କରୁଛନ୍ତି । କେନ୍ଦ୍ର ସରକାର ଓ ରାଜ୍ୟ ସରକାର ଉଭୟଙ୍କର ପୂର୍ବ ନୀତି ଓ ନିଷ୍ପତ୍ତି ଅନୁଯାୟୀ ସ୍ୱାସ୍ଥ୍ୟ, ଶିକ୍ଷା କ୍ଷେତ୍ରରେ କୌଣସି ସ୍ଥାୟୀ ପଦବୀକୁ ଉଚ୍ଛେଦ କରାଯାଇ ପାରିବ ନାହିଁ ବୋଲି ସ୍ପଷ୍ଟ ନିର୍ଦ୍ଦେଶନାମା ରହିଛି । କିନ୍ତୁ ରାଜ୍ୟ ସରକାର ସ୍ୱାସ୍ଥ୍ୟ କ୍ଷେତ୍ରରେ ସମସ୍ତ ସ୍ଥାୟୀ ପଦବୀକୁ ଉଚ୍ଛେଦ କରିବା ପାଇଁ ନିର୍ଦ୍ଦେଶନାମା ଜାରି କରି ଘୋର ଅନ୍ୟାୟ କରିଛନ୍ତି । ରାଜ୍ୟ ସରକାରଙ୍କର ଏଭଳି ନୀତି ସମ୍ପୂର୍ଣ୍ଣ ସମ୍ବିଧାନ


